Posted inଖେଳ

କ୍ରିକେଟ୍‌ ମ୍ୟାଚ୍‌ ଛାଡି ଚୋର ଧରିବାକୁ ଦୌଡିଲେ ଖେଳାଳି: ଆଉ ତା’ପରେ…

ଲଣ୍ଡନ,୨୮।୭: କ୍ରିକେଟ ପଡ଼ିଆରେ ଏପରି ଅନେକ ଘଟଣା ନିଶ୍ଚୟ ଘଟେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କିନ୍ତୁ ଏଥର କିଛି କ୍ରିକେଟ ପଡିଆରେ ଏକ ଭିନ୍ନ ଘଟଣା ଘଟିଛି, ଯାହା ବିଷୟରେ ଆପଣ ପୂର୍ବରୁ କେବେ ଶୁଣି ନ ଥିବେ। ଏକ କ୍ରିକେଟ ମ୍ୟାଚ ଚାଲିଥିବାବେଳେ ଉଭୟ ଦଳର ଖେଳାଳିମାନେ ଚୋର ଧରିବା ପାଇଁ ଦୌଡିବାକୁ ଲାଗିଲେ। ହଁ, ଏହା ଶୁଣିବା ଅଜବ ଲାଗୁଛି କିନ୍ତୁ ଇଂଲଣ୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଇଂଲଣ୍ଡରେ ଖେଳାଯାଉଥିବା ଚେରୱେଲ ଲିଗ କ୍ରିକେଟ ମ୍ୟାଚ ସମୟରେ ଏହି ଘଟଣା ଘଟିଛି। ହାରକୋଟର୍ର୍ କ୍ରିକେଟ କ୍ଲବ ଏବଂ ୱୋଲଭରକଟ କ୍ଲବ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିଲା। ଏହି ମ୍ୟାଚ ସମୟରେ ଜଣେ ବ୍ୟକ୍ତି ପଡିଆ ନିକଟରେ ଥିବା ଏକ ବେଞ୍ଚରେ ବସିଥିବାର ନଜର ଆସିଥିଲେ। ଯେତେବେଳେ ଖେଳାଳିମାନେ ଏହା ଦେଖିଲେ, ଅନେକ ଖେଳାଳି ଏହି ବ୍ୟକ୍ତିଙ୍କ ନିକଟକୁ ପ୍ରଶ୍ନ ପଚାରିବାକୁ ଗଲେ । ସେହି ବ୍ୟକ୍ତି ଯେତେବେଳେ ଖେଳାଳିମାନେ ତାଙ୍କ ପାଖକୁ ଆସୁଥିବାର ଦେଖିଲେ, ସେ ଭୟଭୀତ ହୋଇ ସେଠାରୁ ଦୌଡ଼ିବାକୁ ଲାଗିଲେ। ଏହା ଦେଖି ଉଭୟ ଦଳର ଖେଳାଳିମାନେ ଦୌଡ଼ିବା ଆରମ୍ଭ କଲେ ଏବଂ ତାଙ୍କୁ ଧରିବା ପରେ ହିଁ ନିଶ୍ୱାସ ନେଇଥିଲେ। କୁହାଯାଉଛି ଯେ ଏହି ବ୍ୟକ୍ତି ଖେଳାଳିଙ୍କ ୱାଲେଟରୁ ଟଙ୍କା ଚୋରି କରିବାକୁ ଚେଷ୍ଟା କରୁଥିଲେ।
ଷ୍ଟାଣ୍ଟନ ହାରକୋର୍ଟ କ୍ରିକେଟ କ୍ଲବ ଅଧିନାୟକ ରିୟାନ ଭେଷ୍ଟି ସହ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ରିୟାନ କହିଛନ୍ତି ଯେ ଏହି ଘଟଣା ପରେ ମ୍ୟାଚ କିଛି ସମୟ ପାଇଁ ବାତିଲ ହୋଇଯାଇଥିଲା। ଯାହା ଠିକ ନୁହେଁ, କିନ୍ତୁ ଆମକୁ ସେହି ବ୍ୟକ୍ତିଙ୍କୁ ଯେକୌଣସି ପରିସ୍ଥିତିରେ ଅଟକାଇବାକୁ ପଡିଥିଲା। ଫେମସ ଭ୍ୟାଲି ପୋଲିସ କହିଛି ଯେ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ବୟସ ୩୨ ବର୍ଷ ଏବଂ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri