ବନ୍ଧକ ଟଙ୍କାରେ ଅନ୍‌ଲାଇନ୍‌ ଗେମ୍‌ ଖେଳ

ବ୍ରହ୍ମପୁର ଅଫିସ,୫।୨: ବ୍ରହ୍ମପୁର ସାନବଜାରସ୍ଥିତ ଏକ ଜୁଏଲେରୀରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇ ଥିବା ନେଇ ବଡବଜାର ଥାନାରେ ଶୋ’ରୁମର ମ୍ୟାନେଜର ମନମୋହନ ବାରିକ ଶନିବାର ଅଭିଯୋଗ କରିଛନ୍ତି। ପୋଲିସ ନଂ. ୩୨/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ପାତ୍ର ଉକ୍ତ ଅଳଙ୍କାର ନେଇ ଅନ୍ୟ ଏକ ବ୍ୟାଙ୍କରେ ବନ୍ଧକ ରଖି ୧୯ ଲକ୍ଷ ଟଙ୍କାର ଋଣ ଉଠାଣ କରିବା ପରେ ସେହି ଟଙ୍କାରେ ଅନ୍‌ଲାଇନ ଗେମ ଖେଳିଥିବା ତଦନ୍ତରୁ ଜଣାପଡ଼ିଛି।
ଯେ, ଜୁଏଲେରୀରେ ବ୍ରଜନଗରର ୩ୟ ଲାଇନର ସୀମାଞ୍ଚଳ ବହୁ ବର୍ଷ ହେବ ଅସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଗତ କିଛି ଦିନ ତଳେ ସେ କେତେକ ଗ୍ରାହକଙ୍କ ଘରକୁ ଅଳଙ୍କାର ବିକ୍ରି କରିବାକୁ ନେଉଛି କହି ଶୋ’ରୁମରୁ ୫୨୨.୯ ଗ୍ରାମର ଅଳଙ୍କାର ନେଇଥିଲେ। ଯାହାର ଅନୁମକାନିକ ମୂଲ୍ୟ ୩୩ ଲକ୍ଷ ୩୮ ହଜାର ଟଙ୍କା ହେବ। ହେଲେ ସୀମାଞ୍ଚଳ ଏହି ସବୁ ଅଳଙ୍କାର ଧରି ଶୋ’ରୁମରୁ ଗ୍ରାହକଙ୍କୁ ବିକ୍ରି ନ କରି ମଣପୁରମ୍‌ ଗୋଲ୍ଡ ଲୋନ କାର୍ଯ୍ୟାଳୟରେ ତାକୁ ବନ୍ଧକ ରଖି ୧୯ ଲକ୍ଷ ୭୦ ହଜାର ଋଣ ଉଠାଇ ନେଇଥିଲେ। ଆଉ ସେହି ଟଙ୍କାରେ ସେ ଅନ୍‌ଲାଇନ ଗେମ ଖେଳିଥିଲେ। କିଛି ଦିନ ପରେ ଷ୍ଟକ ଯାଞ୍ଚ ବେଳେ ଉପରୋକ୍ତ ପରିମାଣର ସୁନା ଅଳଙ୍କାର ନ ଥିଲା। ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ଗ୍ରାହକଙ୍କୁ ବିକିବାକୁ ନେଇଥିବା ଅଳଙ୍କାର ସେ ବାବଦ ଟଙ୍କା ସୋ’ରୁମରେ ଦାଖଲ କରାଯାଇ ନ ଥିବା ଜଣାପଡ଼ିଥିଲା। ଏ ନେଇ ତାଙ୍କୁ ପଚରାଉଚରା ପରେ ସେ ଠିକ ଉତ୍ତର ଦେଇନଥିଲେ। ଅଧିକ ପଚରାଉଚରା ପରେ ସେ ସୁନା ନେଇ ଋଣ ଉଠାଇଥିବା କହିଥିଲେ। ପରେ ତାଙ୍କ ବିରୋଧରେ ଏତଲା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri