ବୈଷୟିକ ଟେଣ୍ଡର ଲାଗି ଅଟକିଛି ପ୍ଲାଟଫର୍ମ ସମ୍ପ୍ରସାରଣ

ଛତ୍ରପୁର,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟରରେ ଥିବା ଛତ୍ରପୁର ଷ୍ଟେଶନର ବିକାଶ ଅଟକି ରହିଛି। ଫଳରେ ବହୁ ଦୂରଗାମୀ ଓ ୨୪ରୁ ୨୬ କୋଚ୍‌ ବିଶିଷ୍ଟ ଟ୍ରେନ୍‌ ରହଣି ଏଠାରେ ହେଉନି ା ଦୀର୍ଘବର୍ଷ ହେଲା ଛତ୍ରପୁରର ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଏହି ଷ୍ଟେଶନରେ ଦୂରଗାମୀ ଟ୍ରେନ୍‌ ରହଣି ପାଇଁ ଦାବି ହୋଇଆସୁଥିଲା। ପରେ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ଛତ୍ରପୁର ଷ୍ଟେଶନର ପ୍ଲାଟଫର୍ମ ସମ୍ପ୍ରସାରଣ ଲାଗି ଟେଣ୍ଡର ହୋଇଥିଲା ା ମାତ୍ର ଏହାର କାମ ଆରମ୍ଭ ହୋଇପାରୁନି। ତେବେ ସିଭିଲ୍‌ କାମ ପାଇଁ ଟେଣ୍ଡର ହୋଇଥିଲେ ହେଁ ବୈଷୟିକ ଟେଣ୍ଡର କରାଯାଇନି। ଫଳରେ ଚୂଡ଼ାନ୍ତ ହୋଇଥିବା ସିଭିଲ କାମ ଆରମ୍ଭ ହୋଇପାରୁ ନ ଥିବା ଜଣାପଡିଛି। ତୁରନ୍ତ ଏସବୁ ପ୍ରକ୍ରିୟା ସାରି ଛତ୍ରପୁର ଷ୍ଟେଶନ ପ୍ଲାଟଫର୍ମ ସମ୍ପ୍ରସାରଣ କାମ ଆରମ୍ଭ କରିବାକୁ ରେଲ୍‌ୱେ ଅଧିକାରୀମାନଙ୍କୁ ସାକ୍ଷାତ୍‌ କରି ଦାବିପତ୍ର ଦିଆଯାଇଥିବା ଛତ୍ରପୁର ବୁଦ୍ଧିଜୀବୀ କମିଟି ଆବାହକ ତଥା ବରିଷ୍ଠ ଓକିଲ ବି. ଶ୍ରୀନିବାସ କହିଛନ୍ତି ା
ଛତ୍ରପୁର ଷ୍ଟେଶନରେ ୩ଟି ପ୍ଲାଟଫର୍ମ ଥିବାବେଳେ ୧ ଓ ୨ନଂ ପ୍ଲାଟଫର୍ମରେ ଟ୍ରେନ୍‌ ରହିଥାଏ ା ତେବେ ପ୍ଲାଟଫର୍ମ ଲମ୍ବା ନ ଥିବାରୁ ୨୪ ରୁ ୨୬ କୋଚ୍‌ ଓ ଦୂରଗାମୀ, ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍‌ ରହଣି ହୋଇପାରୁନି ା ଏପରିକି ଏବେ ବି ଅନେକ ଦୂରଗାମୀ, ଏକ୍ସପ୍ରେସ ଓ ସୁପରଫାଷ୍ଟ ଏକ୍ସପ୍ରେସ ଯାହା ଏଠାରେ ରହୁଛି ା ପ୍ଲାଟଫର୍ମର ଲମ୍ବା କମ୍‌ ଥିବାରୁ ଉକ୍ତ ଟ୍ରେନ୍‌ର ଅନେକ କୋଚ୍‌ ପ୍ଲାଟଫର୍ମ ବାହାରେ ଲାଗୁଛି ା ଫଳରେ ଏସି ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଓହ୍ଲାଇବାରେ ଅସୁବିଧା ହେଉଛି ା ଏ ସବୁର ସମାଧାନ ଲାଗି ଖୋର୍ଦ୍ଧା ରୋଡ୍‌ ଡିଭିଜନ ପକ୍ଷରୁ ଛତ୍ରପୁର ଷ୍ଟେଶନରେ ୨୪ ରୁ ୨୬ କୋଚ୍‌ ବିଶିଷ୍ଟ ଟ୍ରେନ୍‌ ରହଣି ଲାଗି ପ୍ଲାଟଫର୍ମ ସମ୍ପ୍ରସାରଣ ପାଇଁ ୨୭୧.୯୮ କୋଟି ଟଙ୍କାର ଟେଣ୍ଡର ଗତ ବର୍ଷ ଅଗଷ୍ଟରେ ଆହ୍ବାନ ହୋଇଥିଲା। ତେବେ ଟେକ୍ନିକାଲ ଟେଣ୍ଡର ହୋଇ ନ ଥିବାରୁ ଏହି କାମ ଆରମ୍ଭ ହୋଇପାରୁନି। ଡିସେମ୍ବର ୧୮ରେ ଛତ୍ରପୁର ଷ୍ଟେଶନ ପରିଦର୍ଶନରେ ଆସିଥିବା ବେଳେ ଇଷ୍ଟକୋଷ୍ଟ ରେଲ୍‌ୱେ ଜେନେରାଲ ମ୍ୟାନେଜର ଓ ଖୋର୍ଦ୍ଧା ଡିଭିଜନ ଡିଭିଜନାଲ ରେଲ୍‌ୱେ ମ୍ୟାନେଜରଙ୍କୁ ଭେଟି ଛତ୍ରପୁର ବୁଦ୍ଧିଜୀବୀମାନଙ୍କ ଏକ ପ୍ରତିନିଧି ଦଳ ଏ ସମ୍ପର୍କରେ ଜଣାଇଥିଲେ। ସେହିପରି ଚଳିତ ମାସ ୪ ତାରିଖରେ ଛତ୍ରପୁର କୋର୍ଟ ଷ୍ଟେଶନ ପରିଦର୍ଶନରେ ଆସିଥିବା ବେଳେ ଖୋର୍ଦ୍ଧା ରେଲୱେ ଆସିଷ୍ଟାଣ୍ଟ ଡିଭିଜନାଲ ଇଞ୍ଜିନିୟରଙ୍କୁ ଭେଟି ତୁରନ୍ତ ଛତ୍ରପୁର ଷ୍ଟେଶନ ପ୍ଲାଟଫର୍ମ ସମ୍ପ୍ରସାରଣ କାମ ଆରମ୍ଭ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri