ନୂଆଦିଲ୍ଲୀ,୩୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୦୨୭ ଏପ୍ରିଲ ୧ ତାରିଖରୁ ୧୦ ଓ ୨୦ ଟଙ୍କିଆ ନୂଆ ପଲିମର (ପ୍ଲାଷ୍ଟିକ) ନୋଟ୍ର ପାଇଲଟ ପ୍ରୋଜେକ୍ଟ ବା ଫିଲ୍ଡ ଟ୍ରାଏଲ ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛି। ଏହି ନୂଆ ନୋଟଗୁଡ଼ିକର ଆକାରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ରିପୋର୍ଟ ଅନୁସାରେ, ନୋଟ୍ର ଆକାର ପୂର୍ବଭଳି ରଖିବା ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କଗୁଡ଼ିକ ଲାଭବାନ ହେବେ। କାରଣ ଏଥିପାଇଁ ସେମାନଙ୍କୁ ଏଟିଏମଗୁଡ଼ିକୁ ପୁନଃ କନଫିଗର୍ କରିବା ଲାଗି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।
ସରକାରୀ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନୋଟ୍ର ଆକାର ପରିବର୍ତ୍ତନ ନକରିବା ଦ୍ୱାରା ବ୍ୟାଙ୍କଗୁଡ଼ିକ ଏଟିଏମକୁ ପୁନଃ କନଫିଗର୍ କରିବାରେ ହେଉଥିବା ପ୍ରାରମ୍ଭିକ ଖର୍ଚ୍ଚରୁ ବର୍ତ୍ତିପାରିବେ। ଏହି ପାଇଲଟ ପ୍ରୋଜେକ୍ଟ କମ ମୂଲ୍ୟର ନୋଟରୁ ଆରମ୍ଭ ହେଉଥିବାରୁ ଏହାଦ୍ୱାରା ବ୍ୟାଙ୍କଗୁଡ଼ିକର ଯଥେଷ୍ଟ ଅର୍ଥ ସଞ୍ଚୟ ହେବ।
ସୂଚନାଯୋଗ୍ୟ, ଏହା କେବଳ ଏକ ଫିଲ୍ଡ ଟ୍ରାଏଲ ହୋଇଥିବାରୁ ନୂଆ ପ୍ଲାଷ୍ଟିକ ନୋଟ୍ଗୁଡ଼ିକ ପୂର୍ବରୁ ପ୍ରଚଳିତ କାଗଜ ନୋଟ ସହିତ ହିଁ ବଜାରରେ ଚଳିବ। ଅର୍ଥାତ୍ ପୁରୁଣା କାଗଜ ନୋଟଗୁଡ଼ିକ ମଧ୍ୟ ପୂର୍ବଭଳି ସମ୍ପୂର୍ଣ୍ଣ ବୈଧ ରହିବ।