ପ୍ଲାଷ୍ଟିକ୍‌ ମୁକ୍ତହେବ ଇକୋ ସେନ୍‌ସିଟିଭ୍‌ ଜୋନ୍‌

ଢେଙ୍କାନାଳ ଅଫିସ, ୧୮।୧୧: ପ୍ଲାଷ୍ଟିକମୁକ୍ତ ହେବ ଢେଙ୍କାନାଳ ଜିଲାର ଇକୋ ସେନ୍‌ସିଟିଭ୍‌ ଜୋନ୍‌ (ସମ୍ବେଦନଶୀଳ ପରିବେଶ ଅଞ୍ଚଳ)। କପିଳାସ ଅଭୟାରଣ୍ୟ ସୀମାଠାରୁ ୫୦୦ ମିଟର ସମେତ ବିଭିନ୍ନ ସ୍ଥାନରେ ଘୋଷଣା କରାଯାଇଥିବା ମୋଟ ୧୩ କିଲୋମିଟର ଅଞ୍ଚଳକୁ ସଫାସୁତରା ରଖିବାକୁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏସବୁ ସ୍ଥାନରେ ପ୍ଲାଷ୍ଟିକ, ପଲିଥିନ, ଥର୍ମୋକୁଲ ଏବଂ ପରିବେଶକୁ କ୍ଷତି ପହଞ୍ଚାଉଥିବା ବର୍ଜ୍ୟବସ୍ତୁ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଜିଲା ବନ ବିଭାଗ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କପିଳାସରୁ ବୁଧବାରଠାରୁ ଗଣସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମ୍ପୃକ୍ତ ଅଞ୍ଚଳବାସୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ମାସେ ଧରି ସଚେତନ କରାଯିବ। ଏହାପରେ କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି। ଏହି ଅବସରରେ କପିଳାସ ପାଦଦେଶରେ ଥିବା ବ୍ୟବସାୟୀଙ୍କୁ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ଜିଲାପାଳ ନିବେଦନ କରିଥିଲେ।
ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କହିଲେ, ଜଙ୍ଗଲ ଅବବାହିକାରେ ଜମା ହେଉଥିବା ବର୍ଜ୍ୟ ସାମଗ୍ରୀ ବନ୍ୟଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଖାଦ୍ୟ ଆଶାରେ ହରିଣ, ସମ୍ବର ଜନବସତି ମୁହଁା ହୋଇ କୁକୁର ଆକ୍ରମଣର ଶିକାର ହେଉଛନ୍ତି। ଆବର୍ଜନାରୁ ରୋଗ ବ୍ୟାପିବା ଆଶଙ୍କା ରହୁଛି। ତେଣୁ କପିଳାସ ପୀଠ, ଚିଡ଼ିଆଖାନା ପରିସର ସମେତ ଘୋଷଣା କରାଯାଇଥିବା ସମସ୍ତ ଇକୋ ସେନସିଟିଭ୍‌ ଜୋନ୍‌ରେ ପ୍ଲାଷ୍ଟିକ, ପଲିଥିନ ବ୍ୟବହାର ନିଷେଧ କରାଯାଇଛି। ପରିବେଶକୁ ଆବର୍ଜନାମୁକ୍ତ କରିବାକୁ ବିଭିନ୍ନ ସ୍ଥାନରେ ଡଷ୍ଟବିନ୍‌ ରଖାଯିବ। ଏଥିରେ ସ୍ଥାନୀୟ ଚନ୍ଦ୍ରଶେଖର ଜୀଉ କ୍ଲବର ସଦସ୍ୟ ଏବଂ ଅଞ୍ଚଳବାସୀ ସହାୟତା କରୁଛନ୍ତି ବୋଲି ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। କପିଳାସ ପାଦଦେଶରେ ଚନ୍ଦ୍ରଶେଖରଜୀଉଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରିବା, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସେଲ୍‌ଫି ପଏଣ୍ଟ ସ୍ଥାପନ କରିବା, ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାନ ଲାଗି ନିର୍ଦ୍ଦିଷ୍ଟ ସ୍ଥାନ ଧାର୍ଯ୍ୟ ଆଦି ବିଷୟରେ ଆଲୋଚନା ହୋଇଛି। ଅତିଥି ଭାବେ ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ସମେତ ବ୍ଲକ ପ୍ରଶାସନ, ପୋଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...

୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri