ଜରିମାନାରେ ସୀମିତ ପ୍ଲାଷ୍ଟିକ ମୁକ୍ତ ସହର ସ୍ବପ୍ନ

ଭୁବନେଶ୍ୱର, ୨୩।୧୨ (ବନ୍ଦନା ସେଠୀ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରକୁ ପଲିଥିନ୍‌ମୁକ୍ତ ସହର କରିବା ପାଇଁ ଅଣ୍ଟା ଭିଡିଛି ବିଏମ୍‌ସି। ଏଥିପାଇଁ ବିଭିନ୍ନ ଦୋକାନ ବଜାର ଚଢାଉ କରି ପଲିଥିନ୍‌ ସିଲ୍‌ କରିବା ସହ ଜରିମାନା ମଧ୍ୟ ଆଦାୟ କରୁଛି। ଏହାସତ୍ତ୍ୱେ ସହରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାରେ ବିଫଳ ହେଉଛି ବିଏମ୍‌ସି। କାରଣ ସହରରେ ଥିବା ବିଭିନ୍ନ ଛୋଟମୋଟ ଦୋକାନ, ଉଠାଦୋକାନ ଉପରେ ଚଢାଉ କରି ସେଠାରୁ ପଲିଥିନ୍‌ ଜବତ କରିବା ସହ ଜରିମାନା ଆଦାୟ କରୁଥିବାବେଳେ ବଡବଡ ରିଟେଲର ଓ ଉତ୍ପାଦନକାରୀ କମ୍ପାନୀ ଉପରେ ବିଏମ୍‌ସିର କୌଣସି ପଦକ୍ଷେପ ରହୁନାହିଁ। କାଣୀ ବିରାଡ଼ିର କୁଜି ଅସରପା ଉପରେ ରାଗ ସୁଝାଇବା ଭଳି ଛୋଟମୋଟ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରି ବିଏମ୍‌ସି ବାହାବା ନେବାରେ ବ୍ୟସ୍ତ। ଅଧିକାରୀଙ୍କ ଆଭିମୁଖ୍ୟ ଭିନ୍ନ ରହୁଥିବାରୁ ବିଏମ୍‌ସିର ପ୍ଲାଷ୍ଟିକ୍‌ମୁକ୍ତ ସହର ଲକ୍ଷ୍ୟ ବିଫଳ ହେବାରେ ଲାଗିଛି।
ପ୍ରାୟ ୨ବର୍ଷ ତଳେ ପଲିଥିନ୍‌ ବ୍ୟବହାର ନିଷେଧକୁ ମିଶନ ମୋଡ୍‌ରେ ନେଇ ବିଏମସି ଏନ୍‌ଫୋର୍ସମେଣ୍ଟ ସହ ସମାନ୍ତରାଳ ଭାବରେ ସଚେତନତା ମଧ୍ୟ କରିବାକୁ ଯୋଜନା କରିଥିଲା। ଏଥିପାଇଁ ଏକ ସ୍ବତନ୍ତ୍ର ଏସ୍‌ଓପି ମଧ୍ୟ ଜାରି କରାଯାଇଥିଲା। ନିୟମିତ ଭାବେ ଏହାକୁ ଯାଞ୍ଚ କରାଯାଉ ନ ଥିବାରୁ ଲୋକମାନେ କିମ୍ବା ବ୍ୟବସାୟୀମାନେ ସଚେତନ ହେଉନାହାନ୍ତି। ପୁଣି ପଲିଥିନ୍‌ ବ୍ୟାଗ୍‌ର ବିକଳ୍ପ ବଜାରରେ ଉପଲବ୍ଧ ହେଉ ନଥିବାରୁ ବ୍ୟବସାୟୀମାନେ ଏବେବି ଅନେକାଂଶରେ ପଲିଥିନ୍‌ ବ୍ୟବହାର କରୁଛନ୍ତି। ଫଳରେ ବିଏମ୍‌ସିର ପଲିଥିନ ନିଷେଧ ମିଶନ୍‌ ବାରମ୍ବାର ବିଫଳ ହେଉଛି। ସେହିପରି ବିଏମ୍‌ସିର ଏଭଳି ଆଭିମୁଖ୍ୟକୁ ନେଇ ଜନସାଧାରଣଙ୍କଠାରୁ ଆରମ୍ଭ କରି ଖୋଦ୍‌ କର୍ପୋରେଟରମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବିଏମ୍‌ସି ଗରିବ ଦୋକାନୀଙ୍କ ଉପରେ ଜୁଲମ ନ କରି ବିଫଳତାର ତର୍ଜମା କରି ବଡ଼ ପଦକ୍ଷେପ ଗ୍ରହଣ କରୁ ବୋଲି କର୍ପୋରେଟରମାନେ କହିଛନ୍ତି।
ବଢ଼ୁଛି ଆକ୍ରୋଶ
କିଛିଦିନର ବ୍ୟବଧାନ ପରେ ବିଏମ୍‌ସି ପୁଣି ଥରେ ପଲିଥିନ୍‌ ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ ଯାଞ୍ଚ କରିବା ପାଇଁ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ସାଇନ୍‌କୁ ଦାୟିତ୍ୱ ଦେଇଥିବାବେଳେ ଟିମ୍‌କୁ ବିଭିନ୍ନ ସ୍ଥାନରେ ଆକ୍ରୋଶର ଶିକାର ହେବାକୁ ପଡୁଛି। ଗୁରୁବାର ୟୁନିଟ-୯ ଅଞ୍ଚଳରେ ଟିମ୍‌ ସାଇନ୍‌ କିଛି ଉଠଦୋକାନୀଙ୍କଠାରୁ ପଲିଥିନ୍‌ ଜବତ କରି ଜରିମାନା ଆଦାୟ କରିଥିବାବେଳେ ଲୋକମାନେ ବିରୋଧ କରିଥିଲେ। ଖବର ପାଇ ସ୍ଥାନୀୟ କର୍ପୋରେଟର ଅପରୂପ ନାରାୟଣ ରାଉତ ସେଠାରେ ପହଞ୍ଚତ୍ ସ୍କ୍ବାଡ୍‌ ପାଖରୁ ଜବତ ପଲିଥିନ୍‌ ଏବଂ ଜରିମାନା ଆଦାୟ ହୋଇଥିବା ଟଙ୍କା ଫେରାଇ ଆଣି ବ୍ୟବସାୟୀଙ୍କୁ ଦେଇଥିଲେ। ଯାହାକୁ ନେଇ କିଛି ସମୟ ଧରି ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ହାଟ ବ୍ୟବସାୟୀମାନେ କିପରି ପଲିଥିନ୍‌ ବ୍ୟବହାର କରିବେ ନାହିଁ ସେ ନେଇ ବିଏମ୍‌ସି ବ୍ୟବସାୟୀ ସଂଘ ସହିତ ଆଲୋଚନା କରି ସଚେତନ କରିଥିଲା। ଏପରିକି ରସୁଲଗଡ଼ ସ୍ଥିତ କୋଚିଲେଇ ହାଟ ପ୍ରଥମ ପଲିଥିନ୍‌ମୁକ୍ତ ହାଟ ଭାବେ ପରିଗଣିତ ହୋଇଥିଲା। ଆଶାଥିଲା ଏଠାରୁ ଦେଖି ଅନ୍ୟ ହାଟ ବ୍ୟବସାୟୀମାନେ ଅନୁରୂପ ପଦକ୍ଷେପ ନେବେ। ମାତ୍ର ବିକଳ୍ପ ବ୍ୟବସ୍ଥା ନ ଥିବାରୁ କିଛିଦିନ ପରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ସୃଷ୍ଟି ହୋଇଛି। ଅଧିକାଂଶ ଗ୍ରାହକ ସାଙ୍ଗରେ ବ୍ୟାଗ୍‌ ନେଇ ଆସୁ ନାହାନ୍ତି। କିଏ ମର୍ନିଂଓ୍ବାକ୍‌ରୁ ଫେରିବା ବେଳେ ପରିବା ନେବାକୁ ଆସୁଥିବାବେଳେ ଆଉ କିଏ ଅଫିସ୍‌ରୁ ଫେରିବା ବେଳେ ହାଟକୁ ଆସୁଛନ୍ତି। ତେଣୁ ସେମାନେ ସାଙ୍ଗରେ ବ୍ୟାଗ୍‌ ଆଣୁ ନାହାନ୍ତି। ଯଦି ସବୁଦିନ ବ୍ୟାଗ୍‌ ଆଣି ନ ଥିବା ଗ୍ରାହକଙ୍କୁ ଫେରାଇବୁ ତେବେ ଆମ ପରିବାର କେମିତି ପୋଷିବୁ ବୋଲି ୟୁନିଟ୍‌-୧ ହାଟ ବ୍ୟବସାୟୀ ରମେଶ ସାହୁ କହିଛନ୍ତି। ସେହିପରି ପଲିଥିନ ବହୁଳ ବ୍ୟବହାର ଯୋଗୁଁ ସହରର ପରିମଳ ବ୍ୟବସ୍ଥା ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ଏହାକୁ ବନ୍ଦ ନ କଲେ, ଆଉ ବାଟ ନାହିଁ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି। ସହର ଭିତରେ କୌଣସି ପଲିଥିନ୍‌ ଫ୍ୟାକ୍ଟ୍ରି ନାହିଁ ଯାହା ଉପରେ ବିଏମ୍‌ସି ଚଢାଉ କରିବ। ରିଟେଲରମାନେ ହିଁ ଆଣି ଖୁଚୁରା ବ୍ୟବସାୟୀଙ୍କୁ ପଲିଥିନ୍‌ ବିକ୍ରି କରୁଛନ୍ତି। ତେଣୁ ବିଏମ୍‌ସି ସେମାନଙ୍କ ଉପରେ ଚଢାଉ ଜାରି ରଖିଛି। ଅପରପକ୍ଷେ ସହରବାସୀ ଟିଟିଏସ୍‌ରୁ ଦୁର୍ଗନ୍ଧ ଜାତ ହେଉଥିବା ଅଭିଯୋଗ କରୁଥିବାବେଳେ ଏହାର ଅନ୍ୟତମ କାରଣ ଏହି ପଲିଥିନ୍‌ ବୋଲି ସାହୁ କହିଛନ୍ତି। ଆବର୍ଜନାରୁ ବାହାରୁଥିବା ପଲିଥିନ୍‌ର ରିସାଇକେଲ୍‌ ପାଇଁ ରାଜଗାଙ୍ଗପୁର ସିମେଣ୍ଟ ଫ୍ୟାକ୍ଟ୍ରିକୁ ପଠା ଯାଉଛି। ଏଥିପାଇଁ ବିଏମ୍‌ସିର କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଯଦି ଜନସାଧାରଣ, ବ୍ୟବସାୟୀମାନେ ସଚେତନ ହେବେ ତେବେ ପଲିଥିନ୍‌ ସମ୍ପୂର୍ଣ୍ଣ ବ୍ୟାନ୍‌ ହୋଇ ପାରିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ,…

ବିବାହ ଦିନ ଜୀବନ ହାରିଲେ ୨ ଭଉଣୀ

ଯୋଧପୁର,୨୨ା୨: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ମନାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିବାର ୨ ଝିଅଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ…

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri