ଜରିମାନାରେ ସୀମିତ ପ୍ଲାଷ୍ଟିକ ମୁକ୍ତ ସହର ସ୍ବପ୍ନ

ଭୁବନେଶ୍ୱର, ୨୩।୧୨ (ବନ୍ଦନା ସେଠୀ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରକୁ ପଲିଥିନ୍‌ମୁକ୍ତ ସହର କରିବା ପାଇଁ ଅଣ୍ଟା ଭିଡିଛି ବିଏମ୍‌ସି। ଏଥିପାଇଁ ବିଭିନ୍ନ ଦୋକାନ ବଜାର ଚଢାଉ କରି ପଲିଥିନ୍‌ ସିଲ୍‌ କରିବା ସହ ଜରିମାନା ମଧ୍ୟ ଆଦାୟ କରୁଛି। ଏହାସତ୍ତ୍ୱେ ସହରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାରେ ବିଫଳ ହେଉଛି ବିଏମ୍‌ସି। କାରଣ ସହରରେ ଥିବା ବିଭିନ୍ନ ଛୋଟମୋଟ ଦୋକାନ, ଉଠାଦୋକାନ ଉପରେ ଚଢାଉ କରି ସେଠାରୁ ପଲିଥିନ୍‌ ଜବତ କରିବା ସହ ଜରିମାନା ଆଦାୟ କରୁଥିବାବେଳେ ବଡବଡ ରିଟେଲର ଓ ଉତ୍ପାଦନକାରୀ କମ୍ପାନୀ ଉପରେ ବିଏମ୍‌ସିର କୌଣସି ପଦକ୍ଷେପ ରହୁନାହିଁ। କାଣୀ ବିରାଡ଼ିର କୁଜି ଅସରପା ଉପରେ ରାଗ ସୁଝାଇବା ଭଳି ଛୋଟମୋଟ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରି ବିଏମ୍‌ସି ବାହାବା ନେବାରେ ବ୍ୟସ୍ତ। ଅଧିକାରୀଙ୍କ ଆଭିମୁଖ୍ୟ ଭିନ୍ନ ରହୁଥିବାରୁ ବିଏମ୍‌ସିର ପ୍ଲାଷ୍ଟିକ୍‌ମୁକ୍ତ ସହର ଲକ୍ଷ୍ୟ ବିଫଳ ହେବାରେ ଲାଗିଛି।
ପ୍ରାୟ ୨ବର୍ଷ ତଳେ ପଲିଥିନ୍‌ ବ୍ୟବହାର ନିଷେଧକୁ ମିଶନ ମୋଡ୍‌ରେ ନେଇ ବିଏମସି ଏନ୍‌ଫୋର୍ସମେଣ୍ଟ ସହ ସମାନ୍ତରାଳ ଭାବରେ ସଚେତନତା ମଧ୍ୟ କରିବାକୁ ଯୋଜନା କରିଥିଲା। ଏଥିପାଇଁ ଏକ ସ୍ବତନ୍ତ୍ର ଏସ୍‌ଓପି ମଧ୍ୟ ଜାରି କରାଯାଇଥିଲା। ନିୟମିତ ଭାବେ ଏହାକୁ ଯାଞ୍ଚ କରାଯାଉ ନ ଥିବାରୁ ଲୋକମାନେ କିମ୍ବା ବ୍ୟବସାୟୀମାନେ ସଚେତନ ହେଉନାହାନ୍ତି। ପୁଣି ପଲିଥିନ୍‌ ବ୍ୟାଗ୍‌ର ବିକଳ୍ପ ବଜାରରେ ଉପଲବ୍ଧ ହେଉ ନଥିବାରୁ ବ୍ୟବସାୟୀମାନେ ଏବେବି ଅନେକାଂଶରେ ପଲିଥିନ୍‌ ବ୍ୟବହାର କରୁଛନ୍ତି। ଫଳରେ ବିଏମ୍‌ସିର ପଲିଥିନ ନିଷେଧ ମିଶନ୍‌ ବାରମ୍ବାର ବିଫଳ ହେଉଛି। ସେହିପରି ବିଏମ୍‌ସିର ଏଭଳି ଆଭିମୁଖ୍ୟକୁ ନେଇ ଜନସାଧାରଣଙ୍କଠାରୁ ଆରମ୍ଭ କରି ଖୋଦ୍‌ କର୍ପୋରେଟରମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବିଏମ୍‌ସି ଗରିବ ଦୋକାନୀଙ୍କ ଉପରେ ଜୁଲମ ନ କରି ବିଫଳତାର ତର୍ଜମା କରି ବଡ଼ ପଦକ୍ଷେପ ଗ୍ରହଣ କରୁ ବୋଲି କର୍ପୋରେଟରମାନେ କହିଛନ୍ତି।
ବଢ଼ୁଛି ଆକ୍ରୋଶ
କିଛିଦିନର ବ୍ୟବଧାନ ପରେ ବିଏମ୍‌ସି ପୁଣି ଥରେ ପଲିଥିନ୍‌ ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ ଯାଞ୍ଚ କରିବା ପାଇଁ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ସାଇନ୍‌କୁ ଦାୟିତ୍ୱ ଦେଇଥିବାବେଳେ ଟିମ୍‌କୁ ବିଭିନ୍ନ ସ୍ଥାନରେ ଆକ୍ରୋଶର ଶିକାର ହେବାକୁ ପଡୁଛି। ଗୁରୁବାର ୟୁନିଟ-୯ ଅଞ୍ଚଳରେ ଟିମ୍‌ ସାଇନ୍‌ କିଛି ଉଠଦୋକାନୀଙ୍କଠାରୁ ପଲିଥିନ୍‌ ଜବତ କରି ଜରିମାନା ଆଦାୟ କରିଥିବାବେଳେ ଲୋକମାନେ ବିରୋଧ କରିଥିଲେ। ଖବର ପାଇ ସ୍ଥାନୀୟ କର୍ପୋରେଟର ଅପରୂପ ନାରାୟଣ ରାଉତ ସେଠାରେ ପହଞ୍ଚତ୍ ସ୍କ୍ବାଡ୍‌ ପାଖରୁ ଜବତ ପଲିଥିନ୍‌ ଏବଂ ଜରିମାନା ଆଦାୟ ହୋଇଥିବା ଟଙ୍କା ଫେରାଇ ଆଣି ବ୍ୟବସାୟୀଙ୍କୁ ଦେଇଥିଲେ। ଯାହାକୁ ନେଇ କିଛି ସମୟ ଧରି ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ହାଟ ବ୍ୟବସାୟୀମାନେ କିପରି ପଲିଥିନ୍‌ ବ୍ୟବହାର କରିବେ ନାହିଁ ସେ ନେଇ ବିଏମ୍‌ସି ବ୍ୟବସାୟୀ ସଂଘ ସହିତ ଆଲୋଚନା କରି ସଚେତନ କରିଥିଲା। ଏପରିକି ରସୁଲଗଡ଼ ସ୍ଥିତ କୋଚିଲେଇ ହାଟ ପ୍ରଥମ ପଲିଥିନ୍‌ମୁକ୍ତ ହାଟ ଭାବେ ପରିଗଣିତ ହୋଇଥିଲା। ଆଶାଥିଲା ଏଠାରୁ ଦେଖି ଅନ୍ୟ ହାଟ ବ୍ୟବସାୟୀମାନେ ଅନୁରୂପ ପଦକ୍ଷେପ ନେବେ। ମାତ୍ର ବିକଳ୍ପ ବ୍ୟବସ୍ଥା ନ ଥିବାରୁ କିଛିଦିନ ପରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ସୃଷ୍ଟି ହୋଇଛି। ଅଧିକାଂଶ ଗ୍ରାହକ ସାଙ୍ଗରେ ବ୍ୟାଗ୍‌ ନେଇ ଆସୁ ନାହାନ୍ତି। କିଏ ମର୍ନିଂଓ୍ବାକ୍‌ରୁ ଫେରିବା ବେଳେ ପରିବା ନେବାକୁ ଆସୁଥିବାବେଳେ ଆଉ କିଏ ଅଫିସ୍‌ରୁ ଫେରିବା ବେଳେ ହାଟକୁ ଆସୁଛନ୍ତି। ତେଣୁ ସେମାନେ ସାଙ୍ଗରେ ବ୍ୟାଗ୍‌ ଆଣୁ ନାହାନ୍ତି। ଯଦି ସବୁଦିନ ବ୍ୟାଗ୍‌ ଆଣି ନ ଥିବା ଗ୍ରାହକଙ୍କୁ ଫେରାଇବୁ ତେବେ ଆମ ପରିବାର କେମିତି ପୋଷିବୁ ବୋଲି ୟୁନିଟ୍‌-୧ ହାଟ ବ୍ୟବସାୟୀ ରମେଶ ସାହୁ କହିଛନ୍ତି। ସେହିପରି ପଲିଥିନ ବହୁଳ ବ୍ୟବହାର ଯୋଗୁଁ ସହରର ପରିମଳ ବ୍ୟବସ୍ଥା ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ଏହାକୁ ବନ୍ଦ ନ କଲେ, ଆଉ ବାଟ ନାହିଁ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି। ସହର ଭିତରେ କୌଣସି ପଲିଥିନ୍‌ ଫ୍ୟାକ୍ଟ୍ରି ନାହିଁ ଯାହା ଉପରେ ବିଏମ୍‌ସି ଚଢାଉ କରିବ। ରିଟେଲରମାନେ ହିଁ ଆଣି ଖୁଚୁରା ବ୍ୟବସାୟୀଙ୍କୁ ପଲିଥିନ୍‌ ବିକ୍ରି କରୁଛନ୍ତି। ତେଣୁ ବିଏମ୍‌ସି ସେମାନଙ୍କ ଉପରେ ଚଢାଉ ଜାରି ରଖିଛି। ଅପରପକ୍ଷେ ସହରବାସୀ ଟିଟିଏସ୍‌ରୁ ଦୁର୍ଗନ୍ଧ ଜାତ ହେଉଥିବା ଅଭିଯୋଗ କରୁଥିବାବେଳେ ଏହାର ଅନ୍ୟତମ କାରଣ ଏହି ପଲିଥିନ୍‌ ବୋଲି ସାହୁ କହିଛନ୍ତି। ଆବର୍ଜନାରୁ ବାହାରୁଥିବା ପଲିଥିନ୍‌ର ରିସାଇକେଲ୍‌ ପାଇଁ ରାଜଗାଙ୍ଗପୁର ସିମେଣ୍ଟ ଫ୍ୟାକ୍ଟ୍ରିକୁ ପଠା ଯାଉଛି। ଏଥିପାଇଁ ବିଏମ୍‌ସିର କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଯଦି ଜନସାଧାରଣ, ବ୍ୟବସାୟୀମାନେ ସଚେତନ ହେବେ ତେବେ ପଲିଥିନ୍‌ ସମ୍ପୂର୍ଣ୍ଣ ବ୍ୟାନ୍‌ ହୋଇ ପାରିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri