କେନ୍ଦୁଝର,୨୦।୬: କେନ୍ଦୁଝର ଜିଲା ଘଟଗାଁ ଦେଓବନ୍ଧ ପ୍ରାଥମିକ ସ୍କୁଲ୍ରେ ଶୁକ୍ରବାର ଏକ ଅଘଟଣ ସାମ୍ନାକୁ ଆସିଛି। ସ୍କୁଲ ଛାତରୁ ପ୍ଲାଷ୍ଟର୍ ଖସି ଜଣେ ଛାତ୍ର ଆହତ ହୋଇଛନ୍ତି। ଛାତ୍ର ଜଣକ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।
ସ୍କୁଲ ପକ୍ଷରୁ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥଥିବା ଜଣାପଡିଛି। ଏପରିକି ତାଙ୍କୁ ଘରେ ଛଡାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଛାତରୁ ପ୍ଲାଷ୍ଟର ଖସିଲା ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।


