ଗଞ୍ଜାମରେ ୨୦୫ ଜଣ ଦାନ କରିବେ ପ୍ଲାଜମା

ଛତ୍ରପୁର,୨୬ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ ପ୍ଲାଜ୍‌ମା ଦାନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ରବିବାର ସୁଦ୍ଧା ଜିଲାର ୨୦୫ ଜଣ ପ୍ଲାଜ୍‌ମା ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରି ନାମ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରେ ଜିଲାର ଗ୍ରାମାଞ୍ଚଳରୁ ୧୫୫ ଜଣ ଓ ସହରାଞ୍ଚଳର ୫୦ ଜଣ ଅଛନ୍ତି। ରବିବାର ଏ ସମ୍ପର୍କରେ ଛତ୍ରପୁରସ୍ଥିତ ଜିଲା କୋଭିଡ୍‌ ସେଲ ପକ୍ଷରୁ ସୂଚନା ଦିଆଯାଇଛି ା ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ସାଲ୍ୟୁଟ୍‌ ଜଣାଇ ଟୁଇଟ୍‌ କରାଯାଇଛି ା