ପ୍ଲାଜ୍‌ମା ଥେରାପିରୁ ସୁଫଳ ମିଳୁନି: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ, ୨୪ା୧୦: କରୋନା ରୋଗୀଙ୍କ ଲାଗି ପ୍ଲାଜ୍‌ମା ଥେରାପି ବିଶେଷ ଫଳପ୍ରଦ ହେବ ବୋଲି କୁହାଯାଇଥିବାବେଳେ ଏହାର କୌଣସି ସୁଫଳ ମିଳୁ ନ ଥିବା ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି। ବ୍ରିଟିଶ ମେଡିକାଲ ଜର୍ନାଲରେ ମଧ୍ୟ ଏହା କୁହାଯାଇଛି। ଗୁରୁତର ଥିବା କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ଲାଜ୍‌ମା ଥେରାପି କୌଣସି ସୁଫଳ ପ୍ରଦାନ କରୁନି। ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ରକ୍ତ ଦ୍ୱାରା ଏହି ଥେରାପି କରାଯାଇଥାଏ। ଏକ ଷ୍ଟଡିରୁ ଏହାର ସୁଫଳ ମିଳୁ ନ ଥିବା ଜଣାପଡ଼ିବା ପରେ ପ୍ଲାଜ୍‌ମା ଥେରାପିକୁ କରୋନା ଚିକିତ୍ସା ପ୍ରଣାଳିରୁ ବାଦ୍‌ ଦେବା ଲାଗି ବିଚାର କରାଯାଉଥିବା ନ୍ୟାଶନାଲ ଟାସ୍କ ଫୋର୍ସ ପକ୍ଷରୁ କୁହାଯାଇଛି।
ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହି ଥେରାପି ନେଇଥିବାବେଳେ ଏହାକୁ ଦୃଢ ସମର୍ଥନ କରିଥିଲେ। ଆଇସିଏମ୍‌ଆର୍‌ ଓ ଏମ୍ସ ପକ୍ଷରୁ ବ୍ୟାପକ ପରୀକ୍ଷାନିିରୀକ୍ଷା କରାଯିବା ପରେ ପ୍ଲାଜ୍‌ମା ଥେରାପି ଦ୍ୱାରା କୌଣସି ସୁଫଳ କରୋନା ରୋଗୀ ପାଉ ନ ଥିବା ଜଣାପଡ଼ିଛି। ପ୍ରକାଶଥାଉ କି, ପ୍ରାୟ ୨ ହଜାର ଲୋକଙ୍କୁ ଏହି ଥେରାପି ଦିଆଯାଇସାରିଛି।

Share