ରେଷ୍ଟୁରାଣ୍ଟରେ ଦାଣ୍ଡିଆ ନୃତ୍ୟ ପାଇଁ ଚାଲିଥିଲା ଯୋଜନା: ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜଧାନୀ ନିକୋ ପାର୍କ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟକୁ ବୁଧବାର ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସିଲ୍‌ କରିଛି।
ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନ ନେଇ ଏହି ରେଷ୍ଟୁରାଣ୍ଟରେ ନବରାତ୍ରୀ ପାଇଁ ଦୁଇଦିନ ଦାଣ୍ଡିଆ ନୃତ୍ୟ ଆୟୋଜନ କରିବାକୁ ଯୋଜନା ଚାଲିଥିଲା। ଏ ନେଇ ସୋସିଆଲ ମିଡିଆରେ ଟିକେଟ ବିକ୍ରି କରାଯାଇଥିଲା। ଏହାର ମୂଲ୍ୟ ଜଣକ ପିଛା ୬୪୯ ରଖାଯାଇଥିଲା। ଖବର ପାଇ ବିଏମ୍‌ସି ଏନେ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଉକ୍ତ ରେଷ୍ଟୁରାଣ୍ଟରେ ପହଞ୍ଚି ସିଲ୍‌ କରିଦେଇଥିବା ଜଣାପଡ଼ିଛି।