କରୋନାକୁ ହରାଇବା ଯୋଜନା: ପ୍ରତିଦିନ ହେବ ୪୫ ଲକ୍ଷ ଟେଷ୍ଟ୍‌…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀକୁ ହରାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନମୁନା ଟେଷ୍ଟ୍‌ ଉପରେ ଗୁରୁତ୍ୱାରୋପ କରାଯାଇଛି। ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବାର ଆଶଙ୍କା ନେଇ ବିଶେଷଜ୍ଞ କମିଟିର ଚେତାବନୀ ପରେ ସରକାର କରୋନା ସଂକ୍ରମଣ ରୋକିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖୁବ୍‌ ଶୀଘ୍ର ଦେଶରେ ପ୍ରତିଦିନ ୪୫ ଲକ୍ଷ ନମୁନା ଟେଷ୍ଟ କରିବାକୁ ସରକାର ଯୋଜନା କରିଛନ୍ତି। ସେଥିମଧ୍ୟରୁ ୨୭ ଲକ୍ଷ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ। ସେହିପରି ୧୮ ଲକ୍ଷ ଆର୍‌ଟି-ପିସିଆର୍‌ ଟେଷ୍ଟ ହେବ। ସେହିପରି ନୂଆ ଭାରିଆଣ୍ଟ୍‌ ପରୀକ୍ଷା ଲାଗି ସରକାରଙ୍କ ପକ୍ଷରୁ ଦେଶରେ ୧୭ଟି ଲ୍ୟାବ୍‌ ସ୍ଥାପନ କରାଯିବ। ସମ୍ପ୍ରତି ଦେଶରେ ଏଭଳି ୧୦ଟି ଲ୍ୟାବ୍‌ ରହିଛି ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟବନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି। ଏବେ ଦେଶରେ ପ୍ରତିଦିନ ୨୫ ଲକ୍ଷ ନମୁନା ଟେଷ୍ଟ କରାଯାଉଛି। ସେଥିମଧ୍ୟରୁ ୧୨ ଲକ୍ଷ ଆଣ୍ଟିଜେନ୍‌ ଟେଷ୍ଟ୍‌ ପରୀକ୍ଷା କରାଯାଉଛି। ଅପରପକ୍ଷରେ ୧୩ ଲକ୍ଷ ଆର୍‌ଟି-ପିସିଆର୍‌ ଟେଷ୍ଟ ହେଉଛି।

Share