Posted inଜାତୀୟ

ସୋମାଲିଆ, ତାଞ୍ଜାନିଆ, ସୁଦାନରୁ ଚିତା ଆଣିବାକୁ ଯୋଜନା

ନୂଆଦିଲ୍ଲୀ,୨୫ା୮: ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟା ଭଳି ଦକ୍ଷିଣ ଗୋଲାର୍ଦ୍ଧ ଦେଶରୁ ଅଣାଯାଉଥିବା ଚିତାଠାରେ ଜୀବନଶୈଳୀ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଉଥିବାରୁ ସୋମାଲିଆ, ତାଞ୍ଜାନିଆ, ସୁଦାନ ଭଳି ବିଷୁବ ଅଞ୍ଚଳ କିମ୍ବା ଉତ୍ତର ଗୋଲାର୍ଦ୍ଧ ଦେଶରୁ ଚିତା ଆଣିବା ପାଇଁ ଭାରତ ବିଚାର କରୁଛି। ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧ ମଧ୍ୟରେ ଜୈବିକ ପ୍ରକ୍ରିୟାଗତ ପରିବର୍ତ୍ତନ ଯୋଗୁ ଗତବର୍ଷ ଗ୍ରୀଷ୍ମ ଓ ବର୍ଷାଋତୁରେ ଭାରତରେ ଚିତାମାନଙ୍କ ଶରୀରରେ ବହଳ ଲୋମ ସୃଷ୍ଟି ହୋଇଥିଲା। ଏହା ତଳେ ସୃଷ୍ଟ କ୍ଷତ ଯୋଗୁ ନାମ୍ବିଆରୁ ଆସିଥିବା ଗୋଟିଏ ଏବଂ ଦକ୍ଷିଣ ଆଫ୍ରିକାର ୨ଟି ଚିତାଙ୍କ ମୃତ୍ୟୁ ଘଟିଥିଲା।

ପ୍ରତିକୂଳ ଜଳବାୟୁ କାରଣରୁ କୁନୋ ନ୍ୟାଶନାଲ ପାର୍କରେ ୧୦ ଚିତା ପ୍ରାଣ ହରାଇଲେଣି। ଏବେ ପୁଣିଥରେ ସେହିଭଳି ବହଳ ଲୋମର ଆସ୍ତରଣ ଅନ୍ୟ ଚିତାଗୁଡ଼ିକ ଶରୀରରେ ସୃଷ୍ଟି ହୋଇଥିବା ଦେଖାଯାଇଛି। ଆଫ୍ରିକା ଓ ନାମିବ୍ୟା ଚିତାଗୁଡ଼ିକ ପାଇଁ ଭାରତୀୟ ଜଳବାୟୁ ଉପଯୁକ୍ତ ହେଉ ନ ଥିବାରୁ ଏବେ ବିଷୁବ ମଣ୍ଡଳ ଏବଂ ଉତ୍ତର ଗୋଲାର୍ଦ୍ଧ ଦେଶଗୁଡ଼ିକରୁ ଚିତା ଆଣିବା ପାଇଁ ଚିନ୍ତା କରାଯାଉଥିବା ବ୍ୟାଘ୍ର ପ୍ରକଳ୍ପଗୁଡ଼ିକ ସହ ଦୀର୍ଘବର୍ଷ ଧରି ଜଡ଼ିତ ରାଜେଶ ଗୋପାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri