ବାମନ ଗ୍ରହରେ ବସତି ଯୋଜନା

ସୌରମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ପାଞ୍ଚ ଲକ୍ଷରୁ ଅଧିକ କ୍ଷୁଦ୍ର ଜୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ। ଅନେକ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ, ବର୍ତ୍ତମାନ ଯେଉଁ କକ୍ଷରେ ଗ୍ରହାଣୁଗୁଡ଼ିକ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି, ସେଠାରେ ବହୁବର୍ଷ ପୂର୍ବେ ଗୋଟିଏ ଗ୍ରହ ଥିଲା ଏବଂ କୌଣସି କାରଣରୁ ତାହା ଭାଙ୍ଗି ଅନେକ ଗ୍ରହାଣୁରେ ପରିଣତ ହୋଇଛି। ସବୁଠାରୁ ବଡ଼ ଗ୍ରହାଣୁର ନାମ ହେଉଛି ସେରେସ୍‌। ଏହାର ବ୍ୟାସ ହେଉଛି ୯୫୫ କି.ମି.। ଇଟାଲିର ବୈଜ୍ଞାନିକ ଜୀଉ ସେପେ ପିଆଜ୍ୱି ଏହାକୁ ୧୮୦୧ ମସିହା ଜାନୁୟାରୀ ୧ ତାରିଖରେ ଆବିଷ୍କାର କରିଥିଲେ। ଏହାର ପରିକ୍ରମଣ ସମୟ ହେଉଛି ୪.୬ ବର୍ଷ। ୧୯୯୦ ଦଶକରେ କୁଇପର ବଳୟରେ ପ୍ଲୁଟୋ ଭଳି କେତୋଟି ଜ୍ୟୋତିର୍ବିଦୀୟ ପିଣ୍ଡ ଆବିଷ୍କୃତ ହେବା ପରେ ପ୍ଲୁଟୋକୁ ଗ୍ରହ ତାଲିକାରେ ରଖିବାରେ ବିବାଦ ଦେଖାଦେଲା। ଶେଷରେ ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୨୦୦୬ ମସିହାରେ ଗ୍ରହର ଗୋଟିଏ ନୂତନ ସଂଜ୍ଞା ନିରୂପଣ କଲେ ଏବଂ ଏହି ଅନୁଯାୟୀ ପ୍ଲୁଟୋ ଗ୍ରହ ତାଲିକାରେ ସ୍ଥାନ ପାଇଲା ନାହିଁ। ପ୍ଲୁଟୋ ସମେତ ଆଉ ଚାରିଟି ଜ୍ୟୋତିର୍ବିଦୀୟ ପିଣ୍ଡକୁ ‘ବାମନ ଗ୍ରହ’ ନାମ ଦିଆଗଲା। ସେଥିମଧ୍ୟରେ ‘ସେରେସ୍‌’ ହେଉଛି ଗୋଟିଏ।
ବାମନ ଗ୍ରହ ସେରେସ୍‌ ନିକଟରେ ଅନୁସନ୍ଧିତ୍ସୁମାନଙ୍କର ଆକର୍ଷଣ ପାଲଟିବାର କାରଣ ହେଉଛି ଯେ, ସେଠାରେ ମନୁଷ୍ୟର ବସତି ସ୍ଥାପନ ପାଇଁ କେତେଜଣ ବୈଜ୍ଞାନିକ ଯୋଜନା ପ୍ରସ୍ତୁତ କରିଛନ୍ତି। ପୃଥିବୀ ବାହାରେ ଅନ୍ୟ ଜ୍ୟୋତିର୍ବିଦୀୟ ପିଣ୍ଡରେ ବସତି ସ୍ଥାପନର ପରିକଳ୍ପନା ଅନେକ ଦିନରୁ ଆରମ୍ଭ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ବେସରକାରୀ ମହାକାଶ ସଂସ୍ଥା ‘ସ୍ପେସ୍‌ ଏକ୍‌ସ’ର ମୁଖ୍ୟ ଇଲନ୍‌ ମସ୍କ ମଙ୍ଗଳ ଗ୍ରହରେ ମନୁଷ୍ୟର ବସତି ସ୍ଥାପନ କରିବା ପାଇଁ ଘୋଷଣା କରିବା ସହ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଏହି ବର୍ଷ ଜାନୁୟାରୀ ତୃତୀୟ ସପ୍ତାହରେ ଫିନ୍‌ଲାଣ୍ଡର କେତେକ ଗବେଷକ ମଙ୍ଗଳ ଅପେକ୍ଷା ସେରେସ୍‌ ବସତି ସ୍ଥାପନ ପାଇଁ ଅଧିକ ଉପଯୁକ୍ତ ବୋଲି ପ୍ରକାଶ କରିଛନ୍ତି।
ସେରସ୍‌ର ପୃଷ୍ଠ ସର୍ବଦା ବରଫାବୃତ ଅଛି। ଏଥିରୁ ଜଳ ଓ ଅମ୍ଳଜାନ ମିଳିପାରିବ। ଏହା ବ୍ୟତୀତ ସେଠାରେ ଖଣିଜ ପଦାର୍ଥ, ସିଲିକା ଓ ଅନ୍ୟ ଆବଶ୍ୟକ ପଦାର୍ଥ ଅଛି, ଯାହାକୁ ନେଇ ମନୁଷ୍ୟ ସେଠାରେ ଥିବା ମିଥେନ ଓ ଆମୋନିଆ ଗ୍ୟାସରୁ ଇନ୍ଧନ ଓ ଯବକ୍ଷାରଜାନ ଉତ୍ପାଦନ କରାଯାଇପାରିବ। ଏଣୁ ସେଠାରେ ବସତି ସ୍ଥାପନ କଲେ ପୃଥିବୀରୁ ଆବଶ୍ୟକ ପଦାର୍ଥ ନେବାକୁ ଦରକାର ପଡ଼ିବ ନାହିଁ।
ସେରେସ୍‌ରେ ବସତି ସ୍ଥାପନର ଗୋଟିଏ ସମସ୍ୟା ହେଉଛି ଏହାର ବରଫାବୃତ ପୃଷ୍ଠ। ଏଣୁ ଗବେଷକମାନେ ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ସେମାନଙ୍କ ଯୋଜନା ଅନୁଯାୟୀ ସେରେସ୍‌ କକ୍ଷକୁ ଗୋଟିଏ ବଡ଼ ଉପଗ୍ରହ ପଠାଯିବ। ବାସ୍ତବରେ ଥାଳିଆ ଆକାରର ଗୋଟିଏ ବିରାଟ ଉପଗ୍ରହ ଭିତରେ କେତେଗୁଡ଼ିଏ ମହାକାଶ ଯାନ ପରସ୍ପର ସହ ସଂଯୁକ୍ତ ହୋଇ ରହିବ। ପ୍ରତ୍ୟେକ ମହାକାଶ ଯାନରେ ୫୦,୦୦୦ ଲୋକ ରହିପାରିବାର ବ୍ୟବସ୍ଥା ହେବ। ପୃଥିବୀ ଭଳି ମାଧ୍ୟାକର୍ଷଣ ବ୍ୟବସ୍ଥା କରିବା ପାଇଁ ଉପଗ୍ରହ ସେରେସ୍‌ ଚାରିପଟେ ପ୍ରତି ୬୬ ସେକେଣ୍ଡରେ ଥରେ ପରିଭ୍ରମଣ କରିବ। ବସତିର ଅଧିବାସୀମାନେ ସେରେସ୍‌ରୁ ଜଳ, ଖଣିଜ ଓ ଅନ୍ୟ ପଦାର୍ଥକୁ ‘ମହାକାଶ ଶିଡ଼ି’ (ସ୍ପେସ୍‌ ଏଲିଭେଟର) ସାହାଯ୍ୟରେ ଆହରଣ କରିପାରିବେ। ଗବେଷଣାଗାରରେ ମହାକାଶ ଶିଡ଼ିର ପରୀକ୍ଷା କରାଯାଇଛି ଏବଂ ଏହାକୁ ବ୍ୟାବହାରିକ ସ୍ତରକୁ ନେବାକୁ ପଡ଼ିବ। ସେରେସ୍‌ର ମାଧ୍ୟାକର୍ଷଣ କମ୍‌ ଓ ଏହା ଅପେକ୍ଷାକୃତ ଦ୍ରୁତ ବେଗରେ ଘୂରୁଥିବାରୁ ମହାକାଶ ଶିଡ଼ି ଏଠାରେ ଠିକ୍‌ ଭାବେ କାମ କରିପାରବ ବୋଲି କୁହାଯାଇଛି। ଉପଗ୍ରହ ଚାରିପଟେ ଗୋଟିଏ ବିରାଟ ଦର୍ପଣ ଖଞ୍ଜାଯିବ, ଯାହା ବସତି ପାଇଁ ଆଲୋକ ପ୍ରତିଫଳନ କରିବ। ଶସ୍ୟ ଓ ଅନ୍ୟ ଉଦ୍ଭିଦ ପାଇଁ ଏହି ଆଲୋକ ପ୍ରତିଫଳନ କରିବ। ଶସ୍ୟ ଓ ଅନ୍ୟ ଉଦ୍ଭିଦ ପାଇଁ ଏହି ଆଲୋକ ଆବଶ୍ୟକ ହେବ। ଉପଗ୍ରହ ସେରେସ୍‌ ପୃଷ୍ଠରୁ ପ୍ରାୟ ୧୦୦୦ କି.ମି. ଉଚ୍ଚରେ ଏହାକୁ ପରିଭ୍ରମଣ କରିବ। ଗବେଷକ ଗୋଷ୍ଠୀର ଦଳପତି ଡ. ଜାନୁନେନ୍‌ ପ୍ରକାଶ କରିଛନ୍ତି ଯେ, ମଙ୍ଗଳର ବାୟୁମଣ୍ଡଳରେ ଅଧିକ ପରିମାଣର ଅଙ୍ଗାରକାମ୍ଳ ଅଛି ଏବଂ ଫଳରେ ସେଠାରେ ବସତି ସ୍ଥାପନ କରିବା କଷ୍ଟକର ହେବ। ଅନ୍ୟପକ୍ଷରେ ସେରେସ୍‌ର ବାୟୁମଣ୍ଡଳରେ ଅଧିକ ପରିମାଣର ଯବକ୍ଷାରଜାନ ଅଛି।
ସେରେସ୍‌ରେ ବସତି ସ୍ଥାପନ ପାଇଁ କେତୋଟି ଅସୁବିଧା ଅଛି। ଏହା ପୃଥିବୀଠାରୁ ପ୍ରାୟ ୫୨୦ ନିୟୁତ କି.ମି. ଦୂରରେ ଅଛି। ସେଠାକୁ ମହାକାଶ ଯାନ ଯିବା ପାଇଁ ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ଆଧାରରେ ଦୁଇ ବର୍ଷରୁ ଅଧିକ ସମୟ ଲାଗିବ। ଏଣୁ ଶତାଧିକ ଯାତ୍ରୀଙ୍କୁ ନେଇ ଏତେ ଦୀର୍ଘ ଦିନର ଯାତ୍ରା ବ୍ୟବସ୍ଥା ନିଶ୍ଚିତ ଭାବେ କଷ୍ଟକର ହେବ। ପୁନଶ୍ଚ ସେରେସ୍‌ରୁ ନିର୍ମାଣ ସାମଗ୍ରୀ ଉଠାଇ ଉପଗ୍ରହକୁ ଆଣିବା ପାଇଁ ପ୍ରଚୁର ଶକ୍ତି ଆବଶ୍ୟକ ହେବ।
ଏତେ ଅସୁବିଧା ସତ୍ତ୍ୱେ ବୈଜ୍ଞାନିକମାନେ ସେରେସ୍‌ କକ୍ଷରେ ବସତି ସ୍ଥାପନ ପାଇଁ ଯୋଜନା କରିଛନ୍ତି। ଆଜିଠାରୁ ୧୫ ବର୍ଷ ପରେ ୨୦୩୬ ମସିହାରେ ବସତିରେ ଲୋକ ରହିପାରିବେ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୭୫୧୦୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri