ବାମନ ଗ୍ରହରେ ବସତି ଯୋଜନା

ସୌରମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ପାଞ୍ଚ ଲକ୍ଷରୁ ଅଧିକ କ୍ଷୁଦ୍ର ଜୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ। ଅନେକ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ, ବର୍ତ୍ତମାନ ଯେଉଁ କକ୍ଷରେ ଗ୍ରହାଣୁଗୁଡ଼ିକ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି, ସେଠାରେ ବହୁବର୍ଷ ପୂର୍ବେ ଗୋଟିଏ ଗ୍ରହ ଥିଲା ଏବଂ କୌଣସି କାରଣରୁ ତାହା ଭାଙ୍ଗି ଅନେକ ଗ୍ରହାଣୁରେ ପରିଣତ ହୋଇଛି। ସବୁଠାରୁ ବଡ଼ ଗ୍ରହାଣୁର ନାମ ହେଉଛି ସେରେସ୍‌। ଏହାର ବ୍ୟାସ ହେଉଛି ୯୫୫ କି.ମି.। ଇଟାଲିର ବୈଜ୍ଞାନିକ ଜୀଉ ସେପେ ପିଆଜ୍ୱି ଏହାକୁ ୧୮୦୧ ମସିହା ଜାନୁୟାରୀ ୧ ତାରିଖରେ ଆବିଷ୍କାର କରିଥିଲେ। ଏହାର ପରିକ୍ରମଣ ସମୟ ହେଉଛି ୪.୬ ବର୍ଷ। ୧୯୯୦ ଦଶକରେ କୁଇପର ବଳୟରେ ପ୍ଲୁଟୋ ଭଳି କେତୋଟି ଜ୍ୟୋତିର୍ବିଦୀୟ ପିଣ୍ଡ ଆବିଷ୍କୃତ ହେବା ପରେ ପ୍ଲୁଟୋକୁ ଗ୍ରହ ତାଲିକାରେ ରଖିବାରେ ବିବାଦ ଦେଖାଦେଲା। ଶେଷରେ ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୨୦୦୬ ମସିହାରେ ଗ୍ରହର ଗୋଟିଏ ନୂତନ ସଂଜ୍ଞା ନିରୂପଣ କଲେ ଏବଂ ଏହି ଅନୁଯାୟୀ ପ୍ଲୁଟୋ ଗ୍ରହ ତାଲିକାରେ ସ୍ଥାନ ପାଇଲା ନାହିଁ। ପ୍ଲୁଟୋ ସମେତ ଆଉ ଚାରିଟି ଜ୍ୟୋତିର୍ବିଦୀୟ ପିଣ୍ଡକୁ ‘ବାମନ ଗ୍ରହ’ ନାମ ଦିଆଗଲା। ସେଥିମଧ୍ୟରେ ‘ସେରେସ୍‌’ ହେଉଛି ଗୋଟିଏ।
ବାମନ ଗ୍ରହ ସେରେସ୍‌ ନିକଟରେ ଅନୁସନ୍ଧିତ୍ସୁମାନଙ୍କର ଆକର୍ଷଣ ପାଲଟିବାର କାରଣ ହେଉଛି ଯେ, ସେଠାରେ ମନୁଷ୍ୟର ବସତି ସ୍ଥାପନ ପାଇଁ କେତେଜଣ ବୈଜ୍ଞାନିକ ଯୋଜନା ପ୍ରସ୍ତୁତ କରିଛନ୍ତି। ପୃଥିବୀ ବାହାରେ ଅନ୍ୟ ଜ୍ୟୋତିର୍ବିଦୀୟ ପିଣ୍ଡରେ ବସତି ସ୍ଥାପନର ପରିକଳ୍ପନା ଅନେକ ଦିନରୁ ଆରମ୍ଭ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ବେସରକାରୀ ମହାକାଶ ସଂସ୍ଥା ‘ସ୍ପେସ୍‌ ଏକ୍‌ସ’ର ମୁଖ୍ୟ ଇଲନ୍‌ ମସ୍କ ମଙ୍ଗଳ ଗ୍ରହରେ ମନୁଷ୍ୟର ବସତି ସ୍ଥାପନ କରିବା ପାଇଁ ଘୋଷଣା କରିବା ସହ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଏହି ବର୍ଷ ଜାନୁୟାରୀ ତୃତୀୟ ସପ୍ତାହରେ ଫିନ୍‌ଲାଣ୍ଡର କେତେକ ଗବେଷକ ମଙ୍ଗଳ ଅପେକ୍ଷା ସେରେସ୍‌ ବସତି ସ୍ଥାପନ ପାଇଁ ଅଧିକ ଉପଯୁକ୍ତ ବୋଲି ପ୍ରକାଶ କରିଛନ୍ତି।
ସେରସ୍‌ର ପୃଷ୍ଠ ସର୍ବଦା ବରଫାବୃତ ଅଛି। ଏଥିରୁ ଜଳ ଓ ଅମ୍ଳଜାନ ମିଳିପାରିବ। ଏହା ବ୍ୟତୀତ ସେଠାରେ ଖଣିଜ ପଦାର୍ଥ, ସିଲିକା ଓ ଅନ୍ୟ ଆବଶ୍ୟକ ପଦାର୍ଥ ଅଛି, ଯାହାକୁ ନେଇ ମନୁଷ୍ୟ ସେଠାରେ ଥିବା ମିଥେନ ଓ ଆମୋନିଆ ଗ୍ୟାସରୁ ଇନ୍ଧନ ଓ ଯବକ୍ଷାରଜାନ ଉତ୍ପାଦନ କରାଯାଇପାରିବ। ଏଣୁ ସେଠାରେ ବସତି ସ୍ଥାପନ କଲେ ପୃଥିବୀରୁ ଆବଶ୍ୟକ ପଦାର୍ଥ ନେବାକୁ ଦରକାର ପଡ଼ିବ ନାହିଁ।
ସେରେସ୍‌ରେ ବସତି ସ୍ଥାପନର ଗୋଟିଏ ସମସ୍ୟା ହେଉଛି ଏହାର ବରଫାବୃତ ପୃଷ୍ଠ। ଏଣୁ ଗବେଷକମାନେ ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ସେମାନଙ୍କ ଯୋଜନା ଅନୁଯାୟୀ ସେରେସ୍‌ କକ୍ଷକୁ ଗୋଟିଏ ବଡ଼ ଉପଗ୍ରହ ପଠାଯିବ। ବାସ୍ତବରେ ଥାଳିଆ ଆକାରର ଗୋଟିଏ ବିରାଟ ଉପଗ୍ରହ ଭିତରେ କେତେଗୁଡ଼ିଏ ମହାକାଶ ଯାନ ପରସ୍ପର ସହ ସଂଯୁକ୍ତ ହୋଇ ରହିବ। ପ୍ରତ୍ୟେକ ମହାକାଶ ଯାନରେ ୫୦,୦୦୦ ଲୋକ ରହିପାରିବାର ବ୍ୟବସ୍ଥା ହେବ। ପୃଥିବୀ ଭଳି ମାଧ୍ୟାକର୍ଷଣ ବ୍ୟବସ୍ଥା କରିବା ପାଇଁ ଉପଗ୍ରହ ସେରେସ୍‌ ଚାରିପଟେ ପ୍ରତି ୬୬ ସେକେଣ୍ଡରେ ଥରେ ପରିଭ୍ରମଣ କରିବ। ବସତିର ଅଧିବାସୀମାନେ ସେରେସ୍‌ରୁ ଜଳ, ଖଣିଜ ଓ ଅନ୍ୟ ପଦାର୍ଥକୁ ‘ମହାକାଶ ଶିଡ଼ି’ (ସ୍ପେସ୍‌ ଏଲିଭେଟର) ସାହାଯ୍ୟରେ ଆହରଣ କରିପାରିବେ। ଗବେଷଣାଗାରରେ ମହାକାଶ ଶିଡ଼ିର ପରୀକ୍ଷା କରାଯାଇଛି ଏବଂ ଏହାକୁ ବ୍ୟାବହାରିକ ସ୍ତରକୁ ନେବାକୁ ପଡ଼ିବ। ସେରେସ୍‌ର ମାଧ୍ୟାକର୍ଷଣ କମ୍‌ ଓ ଏହା ଅପେକ୍ଷାକୃତ ଦ୍ରୁତ ବେଗରେ ଘୂରୁଥିବାରୁ ମହାକାଶ ଶିଡ଼ି ଏଠାରେ ଠିକ୍‌ ଭାବେ କାମ କରିପାରବ ବୋଲି କୁହାଯାଇଛି। ଉପଗ୍ରହ ଚାରିପଟେ ଗୋଟିଏ ବିରାଟ ଦର୍ପଣ ଖଞ୍ଜାଯିବ, ଯାହା ବସତି ପାଇଁ ଆଲୋକ ପ୍ରତିଫଳନ କରିବ। ଶସ୍ୟ ଓ ଅନ୍ୟ ଉଦ୍ଭିଦ ପାଇଁ ଏହି ଆଲୋକ ପ୍ରତିଫଳନ କରିବ। ଶସ୍ୟ ଓ ଅନ୍ୟ ଉଦ୍ଭିଦ ପାଇଁ ଏହି ଆଲୋକ ଆବଶ୍ୟକ ହେବ। ଉପଗ୍ରହ ସେରେସ୍‌ ପୃଷ୍ଠରୁ ପ୍ରାୟ ୧୦୦୦ କି.ମି. ଉଚ୍ଚରେ ଏହାକୁ ପରିଭ୍ରମଣ କରିବ। ଗବେଷକ ଗୋଷ୍ଠୀର ଦଳପତି ଡ. ଜାନୁନେନ୍‌ ପ୍ରକାଶ କରିଛନ୍ତି ଯେ, ମଙ୍ଗଳର ବାୟୁମଣ୍ଡଳରେ ଅଧିକ ପରିମାଣର ଅଙ୍ଗାରକାମ୍ଳ ଅଛି ଏବଂ ଫଳରେ ସେଠାରେ ବସତି ସ୍ଥାପନ କରିବା କଷ୍ଟକର ହେବ। ଅନ୍ୟପକ୍ଷରେ ସେରେସ୍‌ର ବାୟୁମଣ୍ଡଳରେ ଅଧିକ ପରିମାଣର ଯବକ୍ଷାରଜାନ ଅଛି।
ସେରେସ୍‌ରେ ବସତି ସ୍ଥାପନ ପାଇଁ କେତୋଟି ଅସୁବିଧା ଅଛି। ଏହା ପୃଥିବୀଠାରୁ ପ୍ରାୟ ୫୨୦ ନିୟୁତ କି.ମି. ଦୂରରେ ଅଛି। ସେଠାକୁ ମହାକାଶ ଯାନ ଯିବା ପାଇଁ ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ଆଧାରରେ ଦୁଇ ବର୍ଷରୁ ଅଧିକ ସମୟ ଲାଗିବ। ଏଣୁ ଶତାଧିକ ଯାତ୍ରୀଙ୍କୁ ନେଇ ଏତେ ଦୀର୍ଘ ଦିନର ଯାତ୍ରା ବ୍ୟବସ୍ଥା ନିଶ୍ଚିତ ଭାବେ କଷ୍ଟକର ହେବ। ପୁନଶ୍ଚ ସେରେସ୍‌ରୁ ନିର୍ମାଣ ସାମଗ୍ରୀ ଉଠାଇ ଉପଗ୍ରହକୁ ଆଣିବା ପାଇଁ ପ୍ରଚୁର ଶକ୍ତି ଆବଶ୍ୟକ ହେବ।
ଏତେ ଅସୁବିଧା ସତ୍ତ୍ୱେ ବୈଜ୍ଞାନିକମାନେ ସେରେସ୍‌ କକ୍ଷରେ ବସତି ସ୍ଥାପନ ପାଇଁ ଯୋଜନା କରିଛନ୍ତି। ଆଜିଠାରୁ ୧୫ ବର୍ଷ ପରେ ୨୦୩୬ ମସିହାରେ ବସତିରେ ଲୋକ ରହିପାରିବେ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୭୫୧୦୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri