ଯୋଜନାବଦ୍ଧ ପିଲାଚୋରି

କଟକ ଅଫିସ,୨୮।୯: ପିଲା ଚୋରିକୁ ନେଇ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବିଶ୍ୱସ୍ତରୀୟ ହେବାକୁ ଯାଉଥିବା କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ। ସୋମବାର ଏସ୍‌ଏନ୍‌ସିୟୁରେ ଚିକିତ୍ସିତ ହେଉଥିବା ଏକ ନବଜାତ ଶିଶୁ କନ୍ୟା ଚୋରି ଘଟଣା ଏଠାକାର ସୁରକ୍ଷା ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏସ୍‌ଏନ୍‌ସିୟୁ ଭଳି କଡ଼ା ସୁରକ୍ଷା ବଳୟ ସ୍ଥାନରୁ ଶିଶୁ କନ୍ୟାକୁ କିଭଳି ଆଉ ଏକ ଦମ୍ପତି ନେଇଗଲେ ତାକୁ ନେଇ ଉଠିଛି ପ୍ରଶ୍ନ। ଏଠାରେ ପିଲା ଚୋରି ର଼୍ୟାକେଟ ସକ୍ରିୟ ଭାବେ କାମ କରିବା ସହ ସେମାନଙ୍କୁ ହସ୍ପିଟାଲର କିଛି କର୍ମଚାରୀ ସହଯୋଗ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଅପରପକ୍ଷରେ ସମ୍ପୃକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ସେ କିପରି ଏସ୍‌ଏନ୍‌ସିୟୁ ମଧ୍ୟକୁ ପ୍ରବେଶ କଲେ, ଅନ୍ୟ କେଉଁମାନଙ୍କ ଏଥିରେ ସମ୍ପୃକ୍ତି ରହିଛି ଏବଂ ବ୍ୟବସ୍ଥାରେ କ’ଣ ସବୁ ତ୍ରୁଟି ରହିଛି ସେ ନେଇ ମଧ୍ୟ ତଦନ୍ତ ଚାଲିଛି। ଆମ ପାଖରେ ସିସିଟିଭିର ସମ୍ପୂର୍ଣ୍ଣ ଫୁଟେଜ ଅଛି। ତାର ଆଧାରରେ ଆମେ ପୋଲିସକୁ ସମସ୍ତ ତଥ୍ୟ ଦେଇଛୁ। ଯେଉଁମାନେ ଏଥରେ ସମ୍ପୃକ୍ତ ରହିଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଡିକାଲ ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି। ସେହିପରି କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଏହା ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ କାର୍ଯ୍ୟ। ନକଲି ପ୍ରମାଣ ପତ୍ର ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିବା ପରେ ଶିଶୁକନ୍ୟାକୁ ନେଇଥିବା ଦମ୍ପତିଙ୍କ ବିରୋଧରେ ମଙ୍ଗଳାବାଗ ଥାନାରେ ଆଇପିସି ଦଫା ୩୬୩, ୩୭୦(ଏ), ୪୫୫, ୪୬୭, ୪୬୮, ୪୭୧/୩୪ରେ ଏକ ମାମଲା (ନଂ.୨୪୫/୨୦୨୨) ରୁଜୁ କରାଯାଇଛି। ଏଥିସହ ଦମ୍ପତି ବବଲୁ ବେହେରା(୨୬) ଏବଂ ସୁଇଟି ରାଉତ(୨୧)ଙ୍କୁ ଗିରଫ କରାଯାଇଛି ବୋଲି ମିଶ୍ର କହିଛନ୍ତି।
ସୂଚନା ଅନୁଯାୟୀ ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ତୋଫାନ କୁମାର ଜେନାଙ୍କ ୫ଦିନ ପୂର୍ବରୁ ଯାଆଁଳା ଶିଶୁ କନ୍ୟା ଜନ୍ମ ହୋଇଥିଲେ। ସେଥିମଧ୍ୟରୁ ସାନ କନ୍ୟାକୁ ଏସ୍‌ଏନ୍‌ସିୟୁରେ ରଖାଯାଇ ଚିକିସତ୍ା କରାଯାଉଥିଲା। ତେବେ ସୋମବାର ଅପରାହ୍ନ ୩ଟା ବେଳେ ତୋଫାନ ଏସ୍‌ଏନ୍‌ସିୟୁରେ ଥିବା ତାଙ୍କ ଶିଶୁ କନ୍ୟା ଚୋରି ହୋଇଯାଇଥିବା ଜାଣିବା ପରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର
ଯୋଜନାବଦ୍ଧ…
ପ୍ରସାରିତ ହେବା ପରେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀର ଏକ ଦମ୍ପତି ମେଡିକାଲରୁ ଚୋରି କରିଥିବା ଶିଶୁ କନ୍ୟାକୁ ଫେରାଇ ଆଣିଥିଲେ। ସେମାନେ ଭୁଲ୍‌ବଶତଃ ସେମାନଙ୍କ ଶିଶୁ ପୁତ୍ର ବଦଳରେ ଶିଶୁ କନ୍ୟାକୁ ନେଇଯାଇଥିବା ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ମାସକ ତଳେ ଉକ୍ତ ଦମ୍ପତିଙ୍କ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ମାତ୍ର ତା’ର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ତାକୁ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା। ସୋମବାର ଶିଶୁପୁତ୍ରକୁ ଡିସ୍‌ଚାର୍ଜ କରାଯିବା ପରେ ତାକୁ ନେବା ପରିବର୍ତ୍ତେ ଶିଶୁ କନ୍ୟାକୁ ନେଇଯାଇଥିଲେ ବୋଲି କହିବା ସହ ଶିଶୁପୁତ୍ରକୁ ଦେବାକୁ କହିଥିଲେ। ଏପରି କି ସେମାନଙ୍କ କଥାକୁ ଯେପରି ସମସ୍ତେ ବିଶ୍ୱାସ କରିବେ ସେଥିପାଇଁ ଡିସ୍‌ଚାର୍ଜ ସାର୍ଟିଫିକେଟ ଏବଂ ଆଉଟଡୋର ଟିକେଟ ମଧ୍ୟ ଦେଖାଇଥିଲେ। ତେବେ ସେମାନଙ୍କ କଥାରେ ସନ୍ଦେହ ହେବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଉଭୟଙ୍କୁ ଅଟକ ରଖିବା ସହ କାଗଜପତ୍ର ଏବଂ ହସ୍ପିଟାଲ ରେକର୍ଡ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଦମ୍ପତି ଦେଖାଇଥିବା ଡିସ୍‌ଚାର୍ଜ ସାର୍ଟିଫିକେଟ ଏବଂ ଆଉଟଡୋର ଟିକେଟ ନକଲି ବୋଲି ଜଣାପଡ଼ିଥିଲା। ଦମ୍ପତିଙ୍କ କୌଣସି ପୁତ୍ର ସନ୍ତାନ ଜନ୍ମ ହୋଇନାହିଁ ବରଂ ଏହା ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ କାର୍ଯ୍ୟ ବୋଲି ଜଣାପଡ଼ିବା ପରେ ଉଭୟଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଶିଶୁ କନ୍ୟା ଚୋରି ଘଟଣାରେ ଦମ୍ପତିଙ୍କୁ ମେଡିକାଲର କେଉଁ କର୍ମଚାରୀ ସହଯୋଗ କରିଛନ୍ତି, କାହା ସହଯୋଗରେ ଏସ୍‌ଏନ୍‌ସିୟୁର କଡ଼ା ସୁରକ୍ଷା ବଳୟରୁ ଶିଶୁକନ୍ୟାକୁ ନିଆଯାଇପାରିଲା, ଏହି ଘଟଣାରେ ଏସ୍‌ଏନ୍‌ସିୟୁ ଦାୟିତ୍ୱରେ ଥିବା ଡାକ୍ତରଙ୍କ ଭୂମିକାକୁ ନେଇ ତଦନ୍ତ ଚାଲିଛି।
ଶିଶୁ ଚୋରି ରାକେଟ ସକ୍ରିୟ
ସମ୍ପୃକ୍ତ ଦମ୍ପତି ଶିଶୁ କନ୍ୟା ଅପହରଣ କରିବା ପାଇଁ ବେଶ୍‌ କିଛି ଦିନ ପୁର୍ବରୁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ପ୍ରଥମେ ମେଡିକାଲ ଯାଇ ପ୍ରସୂତି ବିଭାଗରେ ଥିବା ଗର୍ଭବତୀଙ୍କୁ ଅନୁଧ୍ୟାନ କରିଥିଲେ। ଏହାପରେ ସେ ଟାର୍ଗେଟ କରି ତୋଫାନଙ୍କ ଯାଅଁାଳା କନ୍ୟାଙ୍କ ମଧ୍ୟରୁ ଜଣଙ୍କୁ ସେ ଏସ୍‌ଏନ୍‌ସିୟୁରୁ ନେଇଯାଇଥିଲେ। ତେବେ ଏହି ଚୋରି ରାକେଟ ମେଡିକାଲ କର୍ମଚାରୀଙ୍କ ସମ୍ପୃକ୍ତିରେ ଚାଲିଥିବା କୁହାଯାଉଛି। କାରଣ ବିନା ମେଡିକାଲ କର୍ମଚାରୀଙ୍କ ସମ୍ପୃକ୍ତିରେ ଉକ୍ତ ଦମ୍ପତି ଏଭଳି କାଣ୍ଡ ରଚାଇବା ସାଧାରଣରେ ସମ୍ଭବ ମନେ ହେଉନାହିଁ।
କାର୍ଯ୍ୟ ପ୍ରଣାଳୀ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
ଏସ୍‌ସିବି ମେଡିକାଲର ସ୍ତ୍ରୀ ପ୍ରସୂତି ବିଭାଗରେ ଭର୍ତ୍ତି ହେଉଥିବା ଗର୍ଭବତୀ ମେଡିକାଲରୁ ଡିସ୍‌ଚାର୍ଜ ହେବା ପାଇଁ ଏକ ପ୍ରଣାଳୀ ରହିଛି। ନବଜାତକ ଏବଂ ମା’ର ସ୍ବାସ୍ଥ୍ୟାବସ୍ଥା ଠିକ ଥିଲେ ହିଁ ଡାକ୍ତର ତାଙ୍କୁ ସେଠାରୁ ଡିସଚାର୍ଜ କରିଥାନ୍ତି। ଏହାପରେ ବିଭାଗରୁ ବାହରିବା ସମୟରେ ଉପସ୍ଥିତ ସୁରକ୍ଷା କର୍ମଚାରୀ କାଗଜ ପତ୍ର ସହ ଶିଶୁକୁ ଯାଞ୍ଚ କରି ବାହାରକୁ ଛାଡିଥାନ୍ତି। ତେବେ ସମ୍ପୃକ୍ତ ଦମ୍ପତି ପ୍ରସୂତି ବିଭାଗ ମୁଖ୍ୟ ଫାଟକ ଦେଇ ଶିଶୁ କନ୍ୟାକୁ ନେଇ ଯାଉଥିବା ସିସି ଟିଭିରେ ରେକର୍ଡ ହୋଇଛି। ହେଲେ ସେମାନେ ଉକ୍ତ ଶିଶୁ କନ୍ୟାର ପ୍ରକୃତ ମାତାପିତା ନୁହନ୍ତି ବୋଲି ମେଡିକାଲର କୌଣସି କର୍ମଚାରୀ କିପରି ଜାଣି ପାରି ନ ଥିଲେ। ଏପରିକି ଦମ୍ପତି ଶିଶୁ ପୁତ୍ର ଜାଲ କାଗଜ ପତ୍ର ପ୍ରସ୍ତୁତ କରିଥିବାବେଳେ ପ୍ରକୃତରେ ସେ ପୁଅ କି ଝିଅ ଶିଶୁ ନେଇ ଯାଉଛନ୍ତି ତାହା ମଧ୍ୟ ସୁରକ୍ଷା କର୍ମଚାରୀ ଯାଞ୍ଚ କରି ନ ଥିଲେ। ଯେଉଁଥିପାଇଁ ସୋମବାର ଏଭଳି ଏକ ଅଭାବନୀୟ ଘଟଣା ମେଡିକାଲ ପରିସରରେ ଘଟଯାଇଛି। ଏପରି କି ଗାଇନିଂ ୱାର୍ଡ ମଧ୍ୟରେ ପ୍ରବେଶ ପାଇଁ ପାସ୍‌ ବ୍ୟବସ୍ଥା କରାଯାଇଛି। ସେଠାରେ ଦାୟିତ୍ୱରତ ପାରାମେଡିକାଲ ଷ୍ଟାଫ, ନର୍ସ ଏବଂ ଅନ୍ୟ ମେଡିକାଲ କର୍ମଚାରୀ ଯଦି ଠିକ୍‌ଭାବେ ସେମାନଙ୍କ ଦାୟିତ୍ୱ କରିଥାନ୍ତେ ତେବେ ଏଭଳି ଘଟଣା ଉପୁଜି ନ ଥାନ୍ତା ବୋଲି କୁହାଯାଉଛି।
ଏସ୍‌ସିବି ରିପୋର୍ଟ ଜାଲିଆତି
ମେଡିକାଲ ଆସିଲେ, ଜାଲ୍‌ କାଗପତ୍ର ଦେଖାଇଲେ ଏବଂ ଶିଶୁ କନ୍ୟାକୁ ନେଇ ଚାଲିଗଲେ। ଏହାପରେ ଆମର ଝିଅ ନୁହଁ ପୁଅ ହୋଇଛି। ଭୁଲରେ ଝିଅ ନେଇଯାଇଛୁ କହି ଶିଶୁ କନ୍ୟାକୁ ଫେରାଇବା ସହ ପୁଅକୁ ନେବା ପାଇଁ ସୁଜନ ବେହେରା, ତାଙ୍କ ପୁଅ ଏବଂ ବୋହୂ ଦାବି କରିଥିଲେ। ତେବେ ଏହି ଘଟଣାର ପ୍ରକୃତ ସତ୍ୟତା ଜାଣିବା ପାଇଁ ସୋମବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡ଼ିଥିଲା। କାରଣ ସମ୍ପୃକ୍ତ ଦମ୍ପତି ମେଡିକାଲର ଅବିକଳ ଜାଲ କାଗଜପତ୍ର ସାଙ୍ଗରେ ଧରି ଆସିଥିଲେ। ଯେଉଁଥିରେ ଏସ୍‌ସିବିରେ ତାଙ୍କର ଶିଶୁ ପୁତ୍ର ହୋଇଥିବା ଉଲ୍ଲେଖ ରହିଛି। ଦୀର୍ଘ ସମୟ ତଦନ୍ତ ପରେ ତାହା ଜାଲ୍‌ ବୋଲି ଜଣା ପଡ଼ିଥିଲା। ତେବେ କିପରି ଜଣେ ସାଧାରଣ ବ୍ୟକ୍ତି ମେଡିକାଲର ତମାମ କାଗଜପତ୍ରର ଜାଲ ପ୍ରସ୍ତୁତି କରି ପାରୁଛନ୍ତି, ତେବେ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri