ଏକାଥରକେ ୟୁକ୍ରେନ୍‌ର ୧୮ରୁ ଅଧିକ ସହର ଉପରେ ବୋମାବର୍ଷା ଯୋଜନା…

ମସ୍କୋ/କ୍ୱିଭ୍‌,୨୦।୩ : ରୁଷିଆ ୟୁକ୍ରେନର ୧୮ ରୁ ଅଧିକ ସହରରେ ଏୟାର ଷ୍ଟ୍ରାଇକ କରବାକୁ ଯୋଜନା ପ୍ରସ୍ତୁତ କରିଛି। ଏକାଥରକେ ଏସବୁ ସହରଗୁଡ଼ିକ ଉପରେ ବୋମାବର୍ଷା କରାଯିବାର ଯୋଜନା ହୋଇଛି। ରୁଷିଆର ଯୋଜନା ସମ୍ପର୍କରେ ଜଣାପଡ଼ିବା ପରେ ଏସବୁ ସହରଗୁଡିକରେ କ୍ରମାଗତ ଭାବରେ ସାଇରନ ଶବ୍ଦ ଶୁଣାଯାଉଛି।

ସୂଚନାନୁସାରେ, ସୁମି, ଟର୍ନୋପିଲ, ପୋଲଟାଭା, ଖାର୍କିଭ, ଜାପୋରିଜିଆ, କ୍ୱିଭ୍‌, ଲଭିଭ ଭଳି ସହର ଉପରେ ଆକ୍ରମଣ କରାଯିବାର ଯୋଜନା ହୋଇଛି। ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ରୁଷିଆ ବର୍ତ୍ତମାନ ୟୁକ୍ରେନର ଓଡେସା ସହର ଉପରେ ଆକ୍ରମଣ କରିବାକୁ ଯୋଜନା କରୁନାହିଁ। ସେ କହିଛନ୍ତି ଯେ, ବିଦେଶୀ ଯୋଦ୍ଧାମାନେ ରୁଷ ସେନାରେ ଯୋଗ ଦେଉଛନ୍ତି ବୋଲି ମଧ୍ୟ କୌଣସି ସୂଚନା ନାହିଁ।

ଯୁଦ୍ଧକୁ ୨୫ ଦିନ ବିତିଥିଲେ ମଧ୍ୟ ୟୁକ୍ରେନ୍‌ ଆତ୍ମସମର୍ପଣ କରୁ ନ ଥିବାରୁ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ମନରେ ଭୀଷଣ କ୍ରୋଧ ସୃଷ୍ଟି ହୋଇଛି। ସେ ଯଥା ଶୀଘ୍ର ଯୁଦ୍ଧକୁ ଏକ ନିର୍ଣ୍ଣାୟକ ମୋଡ଼କୁ ଆଣିବା ଲାଗି ଜୋର୍‌ଦାର ଆକ୍ରମଣ ଯୋଜନା କରୁଥିବା କୁହାଯାଉଛି।

Share