ଗ୍ରହାଣୁ ସଂଘାତ ମହାକାଶ ଅଭିଯାନ

”କୌଣସି ଗ୍ରହାଣୁ ପୃଥିବୀ ଆଡ଼କୁ ଆସି ଧକ୍କା ହେବାର ସମ୍ଭାବନା ଜଣାଗଲେ ଗୋଟିଏ କୃତ୍ରିମ ଉପଗ୍ରହ ପଠାଇ ତାହା ସହିତ ସଂଘର୍ଷ କରାଇ ତାହାର ଗତିପଥ ବଦଳାଇ ଦେବା ହେଉଛି ଗୋଟିଏ ଉତ୍ତମ ପନ୍ଥା। ଏଥିପାଇଁ ନାସା ପରୀକ୍ଷା ଆରମ୍ଭ କରିଦେଇଛି। ଏହା ୨୪ ନଭେମ୍ବର, ୨୦୨୧ ମସିହାରେ କାଲିଫର୍ନିଆର ମହାକାଶ ଉତ୍‌କ୍ଷେପଣ ଘାଟିରୁ ‘ସ୍ପେସ୍‌ଏକ୍‌ସ ଫାଲ୍‌କନ୍‌-୯’ ରକେଟ୍‌ ସାହାଯ୍ୟରେ ଅନ୍ତରୀକ୍ଷକୁ ଗୋଟିଏ ମହାକାଶ ଯାନ ପଠାଇଛି। ଏହି ଅଭିଯାନର ନାମ ରଖାଯାଇଛି ଡାର୍ଟ (DART)।“

ସୌର ଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ରପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ। ସେଗୁଡ଼ିକ ମଧ୍ୟରେ ବୃହତ୍ତମ ହେଉଛି ‘ସେରେସ୍‌’, ଯାହାର ବ୍ୟାସ ହେଉଛି ୯୪୬ କି.ମି.। କିନ୍ତୁ ଅଧିକାଂଶ ଗ୍ରହାଣୁର ଆକାର ହେଉଛି ବହୁତ ଛୋଟ। ୧୮୦୧ ମସିହାରେ ସେରେସ୍‌ ଆବିଷ୍କୃତ ହେବା ପରେ ଅନ୍ୟଗୁଡ଼ିକ ଆବିଷ୍କୃତ ହେବାରେ ଲାଗିଛି। ଏଗୁଡ଼ିକ ମଧ୍ୟରୁ କେତେକର କକ୍ଷ ପୃଥିବୀ କକ୍ଷର ନିକଟବର୍ତ୍ତୀ ଅଛି। ଏଗୁଡ଼ିକୁ ‘ଭୂସମୀପବର୍ତ୍ତୀ ଗ୍ରହାଣୁ’ କୁହାଯାଏ। ଯଦି କୌଣସି ଗ୍ରହାଣୁ କକ୍ଷଚ୍ୟୁତ ହୋଇ ପୃଥିବୀ ସହ ଧକ୍କା ହୁଏ, ତାହାହେଲେ ପୃଥିବୀରେ ଅଜସ୍ର କ୍ଷତି ହେବ। ଅନୁମାନ କରାଯାଉଛି ଯେ, ଆଜକୁ ୬୫ ନିୟୁତ ବର୍ଷ ତଳେ ଏହିଭଳି ଏକ ଗ୍ରହାଣୁର ସଂଘର୍ଷରେ ପୃଥିବୀରୁ ଡାଇନୋସର ବଂଶ ଲୋପ ପାଇଯାଇଥିଲା। ନିକଟ ଅତୀତରେ ୧୯୦୮ ମସିହାରେ ରୁଷିଆର ସାଇବେରିଆରେ ତୁଙ୍ଗାସ୍କୁ ନାମକ ସ୍ଥାନରେ ଗୋଟିଏ ଗ୍ରହାଣୁ ପଡ଼ି ଅନେକ କ୍ଷତି ହୋଇଥିଲା। ଏହିପରି ବିପଜ୍ଜନକ ଗ୍ରହାଣୁରୁ ପୃଥିବୀକୁ ରକ୍ଷା କରିବା ପାଇଁ ଆମେରିକାର ମହାକାଶ ସଂସ୍ଥା ‘ନାସା’ ଏକ ଉପାୟ ବାହାର କରିଛି।
କୌଣସି ଗ୍ରହାଣୁ ପୃଥିବୀ ଆଡ଼କୁ ଆସି ଧକ୍କା ହେବାର ସମ୍ଭାବନା ଜଣାଗଲେ ଗୋଟିଏ କୃତ୍ରିମ ଉପଗ୍ରହ ପଠାଇ ତାହା ସହିତ ସଂଘର୍ଷ କରାଇ ତାହାର ଗତିପଥ ବଦଳାଇ ଦେବା ହେଉଛି ଗୋଟିଏ ଉତ୍ତମ ପନ୍ଥା। ଏଥିପାଇଁ ନାସା ପରୀକ୍ଷା ଆରମ୍ଭ କରିଦେଇଛି। ଏହା ୨୪ ନଭେମ୍ବର, ୨୦୨୧ ମସିହାରେ କାଲିଫର୍ନିଆର ମହାକାଶ ଉତ୍‌କ୍ଷେପଣ ଘାଟିରୁ ‘ସ୍ପେସ୍‌ଏକ୍‌ସ ଫାଲ୍‌କନ୍‌-୯’ ରକେଟ୍‌ ସାହାଯ୍ୟରେ ଅନ୍ତରୀକ୍ଷକୁ ଗୋଟିଏ ମହାକାଶ ଯାନ ପଠାଇଛି। ଏହି ଅଭିଯାନର ନାମ ରଖାଯାଇଛି ଡାର୍ଟ (DART)। ଏହାର ପୂରା ନାମ ହେଉଛି ‘ଡବଲ୍‌ ଆଷ୍ଟରଏଡ୍‌ ରିଡିରେକ୍‌ସନ୍‌ ଟେଷ୍ଟ’ ବା ଓଡ଼ିଆରେ ହେବ ‘ଦ୍ୱୈତ-ଗ୍ରହାଣୁ ଦିଗ ପରିବର୍ତ୍ତନ ପରୀକ୍ଷା’।
ଏହି ଅଭିଯାନରେ ମହାକାଶ ଯାନ ଦ୍ୱୈତ-ଗ୍ରହାଣୁ ମଧ୍ୟରୁ ଗୋଟିଏ ଗ୍ରହାଣୁ ସହ ସଂଘର୍ଷ କରି ତାହାର ବେଗକୁ ବଦଳାଇଦେବ। ଦ୍ୱୈତ-ଗ୍ରହାଣୁ ପଦ୍ଧତିରେ ଦୁଇଟି ଗ୍ରହାଣୁ ଥାଏ ଓ ପ୍ରତ୍ୟେକ ଗ୍ରହାଣୁ ଅନ୍ୟର ଚାରିପଟେ ପରିକ୍ରମଣ କରିଥାଏ ଏବଂ ଏହା ସହିତ ଉଭୟ ଗ୍ରହାଣୁ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରିଥାଆନ୍ତି। ଗ୍ରହାଣୁ ଦୁଇଟିର ନାମ ହେଉଛି ଡିଡିମୋସ୍‌ ଓ ଡିମୋରୋଫୋସ୍‌। ଏଥିମଧ୍ୟରୁ ଡିଡିମୋସ୍‌ ହେଉଛି ବଡ଼ ଓ ଏହାର ଦୈର୍ଘ୍ୟ ହେଉଛି ୭୮୦ ମିଟର। ଛୋଟ ଗ୍ରହାଣୁ ଡିମୋରୋଫୋସ୍‌ର ଦୈର୍ଘ୍ୟ ହେଉଛି ୧୬୦ ମିଟର। ସୂର୍ଯ୍ୟ ଚାରିପଟେ ଥରେ ଘୂରି ଆସିବା ପାଇଁ ଏହି ଗ୍ରହାଣୁ ଦ୍ୱୟ ଦୁଇବର୍ଷରୁ ସାମାନ୍ୟ ଅଧିକ ସମୟ ନେଇଥାଆନ୍ତି।
‘ନାସା’ର ଲକ୍ଷ୍ୟ ଅଛି ଡିମାରୋଫୋସ୍‌। ଏହା ସହିତ ମହାକାଶ ଯାନର ଧକ୍କା ହେବା ପାଇଁ ଡିଜାଇନ୍‌ କରାଯାଇଛି। ସୂଚନାଯୋଗ୍ୟ, ପୃଥିବୀ ସହିତ ଏହି ଦୁଇ ଗ୍ରହାଣୁର ସଂଘର୍ଷ ହେବାର ଆଦୌ ସମ୍ଭାବନା ନାହିଁ। କିନ୍ତୁ ପରୀକ୍ଷା ପାଇଁ ନାସା ଏହାକୁ ଚୟନ କରିଛି। ଏହାକୁ ବାଛିବାର ଉଦ୍ଦେଶ୍ୟ ହେଉଛି ଯେ, ଏହା ପୃଥିବୀଠାରୁ ଅପେକ୍ଷାକୃତ ନିକଟରେ ଅଛି ଏବଂ ଫଳରେ ଭୂପୃଷ୍ଠରୁ ଦୂରବୀକ୍ଷଣ ସାହାଯ୍ୟରେ ଏହାସହିତ ମହାକାଶ ଯାନର ସଂଘର୍ଷକୁ ଦେଖିହେବ।
ଯୋଜନା ଅନୁଯାୟୀ ମହାକାଶ ଯାନ ୨୬ ସେପ୍ଟେମ୍ବର, ୨୦୨୨ ମସିହାରେ ଡିମାରୋଫୋସ୍‌ ଗ୍ରହାଣୁ ସହିତ ଧକ୍କା ହେବ। ସେତେବେଳକୁ ଏହା ପୃଥିବୀଠାରୁ ଏଗାର ନିୟୁତ କି.ମି. ଦୂରରେ ଥିବ। ମହାକାଶ ଯାନରେ ‘କ୍ୟୁବସାଟ୍‌’ ନାମରେ ଗୋଟିଏ ଛୋଟ ମହାକାଶ ଯାନ ଯାଇଛି। ଏହାକୁ ଇଟାଲୀ ମହାକାଶ ସଂସ୍ଥା ନିର୍ମାଣ କରିଛି। ଗ୍ରହାଣୁ ସହିତ ଡାର୍ଟ ମହାକାଶ ଯାନର ସଂଘର୍ଷର ଦଶ ଦିନ ପୂର୍ବରୁ ଏହା ମୂଳ ଯାନରୁ ବାହାରିଯିବ ଏବଂ ଗ୍ରହାଣୁ ସହିତ ମୂଳଯାନର ସଂଘର୍ଷର ଚିତ୍ର ପୃଥିବୀକୁ ପଠାଇବ। କ୍ୟୁବସାଟ୍‌ରେ ଦୁଇଟି ଶକ୍ତିଶାଳୀ କ୍ୟାମେରା ‘ଲୁକେ’ ଓ ‘ଲିଆ’ ଖଞ୍ଜାଯାଇଛି।
୧୪୦ ମିଟରରୁ ଅଧିକ ବ୍ୟାସ ଥିବା କୌଣସି ଗ୍ରହାଣୁ ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ନାହିଁ। ମାତ୍ର ୨୦୨୧ ମସିହା ଅକ୍ଟୋବର ସୁଦ୍ଧା ଏହି ପ୍ରକାରର ମାତ୍ର ୪୦ ପ୍ରତିଶତ ଗ୍ରହାଣୁକୁ ଚିହ୍ନଟ କରାଯାଇଛି। ଏଣୁ ଚିହ୍ନଟ କରାଯାଇ ନ ଥିବା ଗ୍ରହାଣୁର କକ୍ଷପଥ ଜଣା ନ ପଡ଼ିବା ପର୍ଯ୍ୟନ୍ତ ପୃଥିବୀ ସହିତ ଏହାର ସମ୍ଭାବ୍ୟ ସଂଘର୍ଷକୁ ଏଡ଼ାଇ ଦେଇ ହେବ ନାହିଁ।
୫୦୦ କି.ଗ୍ରା. ଓଜନର ଡାର୍ଟ ମହାକାଶ ଯାନ ସେକେଣ୍ଡ ପ୍ରତି ୬.୬ କି.ମି. ବେଗରେ ଗ୍ରହାଣୁ ସହିତ ଧକ୍କା ହେବ। ଗଣନା କରାଯାଇଛି ଯେ, ଏହି ସଂଘର୍ଷ ଯୋଗୁ ଏହାର ସାଥୀ ଗ୍ରହାଣୁର ଚାରିପଟେ ଡିମୋରୋଫୋସ୍‌ ବେଗ ଏକ ପ୍ରତିଶତ ହ୍ରାସ ପାଇବ ଏବଂ ଏହା ତାହାର ପରିକ୍ରମଣ ସମୟକୁ କିଛି ମିନିଟ୍‌ ପରିବର୍ତ୍ତନ କରିଦେବ, ଯାହା ପୃଥିବୀରୁ ଦୂରବୀକ୍ଷଣ ସାହାଯ୍ୟରେ ଦେଖିବା ଓ ମାପିବା ପାଇଁ ଯଥେଷ୍ଟ ହେବ।
ପୃଥିବୀକୁ କୌଣସି ଗ୍ରହାଣୁର ସମ୍ଭାବ୍ୟ ସଂଘର୍ଷରୁ ରକ୍ଷା କରିବା ପାଇଁ ଏହା ହେଉଛି ପ୍ରଥମ ପରୀକ୍ଷା। ମହାକାଶ ଅଭିଯାନର ଅନେକ ମାନବ ଉପଯୋଗୀ ଉଦ୍ଦେଶ୍ୟ ମଧ୍ୟରେ ଏହା ନିଶ୍ଚିତ ଭାବେ ସର୍ବୋତ୍କୃଷ୍ଟ ହେବ। ନାସା ମଧ୍ୟ ଏହି ଅଭିଯାନରେ ବୈଦ୍ୟୁତିକ ପ୍ରପଲସନ୍‌ ବ୍ୟବସ୍ଥାର ପରୀକ୍ଷା କରୁଛି। ଯାନ ଦେହରେ ଖଞ୍ଜାଯାଇଥିବା ୧୯ ମିଟର ଦୈର୍ଘ୍ୟର ସୌରଫଳକରୁ ଏହା ୬.୬ କିଲୋଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ପାଇବ। ପୂର୍ବରୁ ମହାକାଶ ଯାନଗୁଡ଼ିକର ଇଞ୍ଜିନରେ କଠିନ କିମ୍ବା ତରଳ ଇନ୍ଧନ ବ୍ୟବହୃତ ହେଉଥିଲା। ମାତ୍ର ନାସା ଜିନନ୍‌ ବ୍ୟବହାର କରି ଏକ ଆୟନ୍‌ ଇଞ୍ଜିନର ବିକାଶ କରିଛି ଏବଂ ଏହା ପରୀକ୍ଷାମୂଳକ ଭାବେ ଏହି ଅଭିଯାନରେ ବ୍ୟବହୃତ ହୋଇଛି।
ଏହି ମହାକାଶ ଅଭିଯାନର ପରୀକ୍ଷାକୁ ଆଗେଇ ନେବା ପାଇଁ ୟୁରୋପୀୟ ମହାକାଶ ସଂସ୍ଥା ୨୦୨୬ ମସିହାରେ ସେହି ଗ୍ରହାଣୁ ପାଖକୁ ‘ହେରା’ ନାମକ ଅଭିଯାନ ପ୍ରେରଣ କରିବ ଓ ତାହା ୨୦୨୭ ମସିହାରେ ଗ୍ରହାଣୁ ପାଖରେ ପହଞ୍ଚତ୍ ତାହାର ବିଭିନ୍ନ ତଥ୍ୟ ଆହରଣ କରିବ। ଡାର୍ଟ ଅଭିଯାନ ସଫଳ ହେଲେ ନାସା ଆହୁରି ବଡ଼ ଗ୍ରହାଣୁ ପାଖକୁ ଏହି ପ୍ରକାର ଅଭିଯାନ ପଠାଇ ପରୀକ୍ଷା ପାଇଁ ଘୋଷଣା କରିଛି।

ଇ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର ଫେଜ୍‌-୧ ଭୁବନେଶ୍ୱର-୭୫୧୦୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri