ଗ୍ରହାଣୁ ସଂଘାତ ମହାକାଶ ଅଭିଯାନ

”କୌଣସି ଗ୍ରହାଣୁ ପୃଥିବୀ ଆଡ଼କୁ ଆସି ଧକ୍କା ହେବାର ସମ୍ଭାବନା ଜଣାଗଲେ ଗୋଟିଏ କୃତ୍ରିମ ଉପଗ୍ରହ ପଠାଇ ତାହା ସହିତ ସଂଘର୍ଷ କରାଇ ତାହାର ଗତିପଥ ବଦଳାଇ ଦେବା ହେଉଛି ଗୋଟିଏ ଉତ୍ତମ ପନ୍ଥା। ଏଥିପାଇଁ ନାସା ପରୀକ୍ଷା ଆରମ୍ଭ କରିଦେଇଛି। ଏହା ୨୪ ନଭେମ୍ବର, ୨୦୨୧ ମସିହାରେ କାଲିଫର୍ନିଆର ମହାକାଶ ଉତ୍‌କ୍ଷେପଣ ଘାଟିରୁ ‘ସ୍ପେସ୍‌ଏକ୍‌ସ ଫାଲ୍‌କନ୍‌-୯’ ରକେଟ୍‌ ସାହାଯ୍ୟରେ ଅନ୍ତରୀକ୍ଷକୁ ଗୋଟିଏ ମହାକାଶ ଯାନ ପଠାଇଛି। ଏହି ଅଭିଯାନର ନାମ ରଖାଯାଇଛି ଡାର୍ଟ (DART)।“

ସୌର ଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ରପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ। ସେଗୁଡ଼ିକ ମଧ୍ୟରେ ବୃହତ୍ତମ ହେଉଛି ‘ସେରେସ୍‌’, ଯାହାର ବ୍ୟାସ ହେଉଛି ୯୪୬ କି.ମି.। କିନ୍ତୁ ଅଧିକାଂଶ ଗ୍ରହାଣୁର ଆକାର ହେଉଛି ବହୁତ ଛୋଟ। ୧୮୦୧ ମସିହାରେ ସେରେସ୍‌ ଆବିଷ୍କୃତ ହେବା ପରେ ଅନ୍ୟଗୁଡ଼ିକ ଆବିଷ୍କୃତ ହେବାରେ ଲାଗିଛି। ଏଗୁଡ଼ିକ ମଧ୍ୟରୁ କେତେକର କକ୍ଷ ପୃଥିବୀ କକ୍ଷର ନିକଟବର୍ତ୍ତୀ ଅଛି। ଏଗୁଡ଼ିକୁ ‘ଭୂସମୀପବର୍ତ୍ତୀ ଗ୍ରହାଣୁ’ କୁହାଯାଏ। ଯଦି କୌଣସି ଗ୍ରହାଣୁ କକ୍ଷଚ୍ୟୁତ ହୋଇ ପୃଥିବୀ ସହ ଧକ୍କା ହୁଏ, ତାହାହେଲେ ପୃଥିବୀରେ ଅଜସ୍ର କ୍ଷତି ହେବ। ଅନୁମାନ କରାଯାଉଛି ଯେ, ଆଜକୁ ୬୫ ନିୟୁତ ବର୍ଷ ତଳେ ଏହିଭଳି ଏକ ଗ୍ରହାଣୁର ସଂଘର୍ଷରେ ପୃଥିବୀରୁ ଡାଇନୋସର ବଂଶ ଲୋପ ପାଇଯାଇଥିଲା। ନିକଟ ଅତୀତରେ ୧୯୦୮ ମସିହାରେ ରୁଷିଆର ସାଇବେରିଆରେ ତୁଙ୍ଗାସ୍କୁ ନାମକ ସ୍ଥାନରେ ଗୋଟିଏ ଗ୍ରହାଣୁ ପଡ଼ି ଅନେକ କ୍ଷତି ହୋଇଥିଲା। ଏହିପରି ବିପଜ୍ଜନକ ଗ୍ରହାଣୁରୁ ପୃଥିବୀକୁ ରକ୍ଷା କରିବା ପାଇଁ ଆମେରିକାର ମହାକାଶ ସଂସ୍ଥା ‘ନାସା’ ଏକ ଉପାୟ ବାହାର କରିଛି।
କୌଣସି ଗ୍ରହାଣୁ ପୃଥିବୀ ଆଡ଼କୁ ଆସି ଧକ୍କା ହେବାର ସମ୍ଭାବନା ଜଣାଗଲେ ଗୋଟିଏ କୃତ୍ରିମ ଉପଗ୍ରହ ପଠାଇ ତାହା ସହିତ ସଂଘର୍ଷ କରାଇ ତାହାର ଗତିପଥ ବଦଳାଇ ଦେବା ହେଉଛି ଗୋଟିଏ ଉତ୍ତମ ପନ୍ଥା। ଏଥିପାଇଁ ନାସା ପରୀକ୍ଷା ଆରମ୍ଭ କରିଦେଇଛି। ଏହା ୨୪ ନଭେମ୍ବର, ୨୦୨୧ ମସିହାରେ କାଲିଫର୍ନିଆର ମହାକାଶ ଉତ୍‌କ୍ଷେପଣ ଘାଟିରୁ ‘ସ୍ପେସ୍‌ଏକ୍‌ସ ଫାଲ୍‌କନ୍‌-୯’ ରକେଟ୍‌ ସାହାଯ୍ୟରେ ଅନ୍ତରୀକ୍ଷକୁ ଗୋଟିଏ ମହାକାଶ ଯାନ ପଠାଇଛି। ଏହି ଅଭିଯାନର ନାମ ରଖାଯାଇଛି ଡାର୍ଟ (DART)। ଏହାର ପୂରା ନାମ ହେଉଛି ‘ଡବଲ୍‌ ଆଷ୍ଟରଏଡ୍‌ ରିଡିରେକ୍‌ସନ୍‌ ଟେଷ୍ଟ’ ବା ଓଡ଼ିଆରେ ହେବ ‘ଦ୍ୱୈତ-ଗ୍ରହାଣୁ ଦିଗ ପରିବର୍ତ୍ତନ ପରୀକ୍ଷା’।
ଏହି ଅଭିଯାନରେ ମହାକାଶ ଯାନ ଦ୍ୱୈତ-ଗ୍ରହାଣୁ ମଧ୍ୟରୁ ଗୋଟିଏ ଗ୍ରହାଣୁ ସହ ସଂଘର୍ଷ କରି ତାହାର ବେଗକୁ ବଦଳାଇଦେବ। ଦ୍ୱୈତ-ଗ୍ରହାଣୁ ପଦ୍ଧତିରେ ଦୁଇଟି ଗ୍ରହାଣୁ ଥାଏ ଓ ପ୍ରତ୍ୟେକ ଗ୍ରହାଣୁ ଅନ୍ୟର ଚାରିପଟେ ପରିକ୍ରମଣ କରିଥାଏ ଏବଂ ଏହା ସହିତ ଉଭୟ ଗ୍ରହାଣୁ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରିଥାଆନ୍ତି। ଗ୍ରହାଣୁ ଦୁଇଟିର ନାମ ହେଉଛି ଡିଡିମୋସ୍‌ ଓ ଡିମୋରୋଫୋସ୍‌। ଏଥିମଧ୍ୟରୁ ଡିଡିମୋସ୍‌ ହେଉଛି ବଡ଼ ଓ ଏହାର ଦୈର୍ଘ୍ୟ ହେଉଛି ୭୮୦ ମିଟର। ଛୋଟ ଗ୍ରହାଣୁ ଡିମୋରୋଫୋସ୍‌ର ଦୈର୍ଘ୍ୟ ହେଉଛି ୧୬୦ ମିଟର। ସୂର୍ଯ୍ୟ ଚାରିପଟେ ଥରେ ଘୂରି ଆସିବା ପାଇଁ ଏହି ଗ୍ରହାଣୁ ଦ୍ୱୟ ଦୁଇବର୍ଷରୁ ସାମାନ୍ୟ ଅଧିକ ସମୟ ନେଇଥାଆନ୍ତି।
‘ନାସା’ର ଲକ୍ଷ୍ୟ ଅଛି ଡିମାରୋଫୋସ୍‌। ଏହା ସହିତ ମହାକାଶ ଯାନର ଧକ୍କା ହେବା ପାଇଁ ଡିଜାଇନ୍‌ କରାଯାଇଛି। ସୂଚନାଯୋଗ୍ୟ, ପୃଥିବୀ ସହିତ ଏହି ଦୁଇ ଗ୍ରହାଣୁର ସଂଘର୍ଷ ହେବାର ଆଦୌ ସମ୍ଭାବନା ନାହିଁ। କିନ୍ତୁ ପରୀକ୍ଷା ପାଇଁ ନାସା ଏହାକୁ ଚୟନ କରିଛି। ଏହାକୁ ବାଛିବାର ଉଦ୍ଦେଶ୍ୟ ହେଉଛି ଯେ, ଏହା ପୃଥିବୀଠାରୁ ଅପେକ୍ଷାକୃତ ନିକଟରେ ଅଛି ଏବଂ ଫଳରେ ଭୂପୃଷ୍ଠରୁ ଦୂରବୀକ୍ଷଣ ସାହାଯ୍ୟରେ ଏହାସହିତ ମହାକାଶ ଯାନର ସଂଘର୍ଷକୁ ଦେଖିହେବ।
ଯୋଜନା ଅନୁଯାୟୀ ମହାକାଶ ଯାନ ୨୬ ସେପ୍ଟେମ୍ବର, ୨୦୨୨ ମସିହାରେ ଡିମାରୋଫୋସ୍‌ ଗ୍ରହାଣୁ ସହିତ ଧକ୍କା ହେବ। ସେତେବେଳକୁ ଏହା ପୃଥିବୀଠାରୁ ଏଗାର ନିୟୁତ କି.ମି. ଦୂରରେ ଥିବ। ମହାକାଶ ଯାନରେ ‘କ୍ୟୁବସାଟ୍‌’ ନାମରେ ଗୋଟିଏ ଛୋଟ ମହାକାଶ ଯାନ ଯାଇଛି। ଏହାକୁ ଇଟାଲୀ ମହାକାଶ ସଂସ୍ଥା ନିର୍ମାଣ କରିଛି। ଗ୍ରହାଣୁ ସହିତ ଡାର୍ଟ ମହାକାଶ ଯାନର ସଂଘର୍ଷର ଦଶ ଦିନ ପୂର୍ବରୁ ଏହା ମୂଳ ଯାନରୁ ବାହାରିଯିବ ଏବଂ ଗ୍ରହାଣୁ ସହିତ ମୂଳଯାନର ସଂଘର୍ଷର ଚିତ୍ର ପୃଥିବୀକୁ ପଠାଇବ। କ୍ୟୁବସାଟ୍‌ରେ ଦୁଇଟି ଶକ୍ତିଶାଳୀ କ୍ୟାମେରା ‘ଲୁକେ’ ଓ ‘ଲିଆ’ ଖଞ୍ଜାଯାଇଛି।
୧୪୦ ମିଟରରୁ ଅଧିକ ବ୍ୟାସ ଥିବା କୌଣସି ଗ୍ରହାଣୁ ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ନାହିଁ। ମାତ୍ର ୨୦୨୧ ମସିହା ଅକ୍ଟୋବର ସୁଦ୍ଧା ଏହି ପ୍ରକାରର ମାତ୍ର ୪୦ ପ୍ରତିଶତ ଗ୍ରହାଣୁକୁ ଚିହ୍ନଟ କରାଯାଇଛି। ଏଣୁ ଚିହ୍ନଟ କରାଯାଇ ନ ଥିବା ଗ୍ରହାଣୁର କକ୍ଷପଥ ଜଣା ନ ପଡ଼ିବା ପର୍ଯ୍ୟନ୍ତ ପୃଥିବୀ ସହିତ ଏହାର ସମ୍ଭାବ୍ୟ ସଂଘର୍ଷକୁ ଏଡ଼ାଇ ଦେଇ ହେବ ନାହିଁ।
୫୦୦ କି.ଗ୍ରା. ଓଜନର ଡାର୍ଟ ମହାକାଶ ଯାନ ସେକେଣ୍ଡ ପ୍ରତି ୬.୬ କି.ମି. ବେଗରେ ଗ୍ରହାଣୁ ସହିତ ଧକ୍କା ହେବ। ଗଣନା କରାଯାଇଛି ଯେ, ଏହି ସଂଘର୍ଷ ଯୋଗୁ ଏହାର ସାଥୀ ଗ୍ରହାଣୁର ଚାରିପଟେ ଡିମୋରୋଫୋସ୍‌ ବେଗ ଏକ ପ୍ରତିଶତ ହ୍ରାସ ପାଇବ ଏବଂ ଏହା ତାହାର ପରିକ୍ରମଣ ସମୟକୁ କିଛି ମିନିଟ୍‌ ପରିବର୍ତ୍ତନ କରିଦେବ, ଯାହା ପୃଥିବୀରୁ ଦୂରବୀକ୍ଷଣ ସାହାଯ୍ୟରେ ଦେଖିବା ଓ ମାପିବା ପାଇଁ ଯଥେଷ୍ଟ ହେବ।
ପୃଥିବୀକୁ କୌଣସି ଗ୍ରହାଣୁର ସମ୍ଭାବ୍ୟ ସଂଘର୍ଷରୁ ରକ୍ଷା କରିବା ପାଇଁ ଏହା ହେଉଛି ପ୍ରଥମ ପରୀକ୍ଷା। ମହାକାଶ ଅଭିଯାନର ଅନେକ ମାନବ ଉପଯୋଗୀ ଉଦ୍ଦେଶ୍ୟ ମଧ୍ୟରେ ଏହା ନିଶ୍ଚିତ ଭାବେ ସର୍ବୋତ୍କୃଷ୍ଟ ହେବ। ନାସା ମଧ୍ୟ ଏହି ଅଭିଯାନରେ ବୈଦ୍ୟୁତିକ ପ୍ରପଲସନ୍‌ ବ୍ୟବସ୍ଥାର ପରୀକ୍ଷା କରୁଛି। ଯାନ ଦେହରେ ଖଞ୍ଜାଯାଇଥିବା ୧୯ ମିଟର ଦୈର୍ଘ୍ୟର ସୌରଫଳକରୁ ଏହା ୬.୬ କିଲୋଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ପାଇବ। ପୂର୍ବରୁ ମହାକାଶ ଯାନଗୁଡ଼ିକର ଇଞ୍ଜିନରେ କଠିନ କିମ୍ବା ତରଳ ଇନ୍ଧନ ବ୍ୟବହୃତ ହେଉଥିଲା। ମାତ୍ର ନାସା ଜିନନ୍‌ ବ୍ୟବହାର କରି ଏକ ଆୟନ୍‌ ଇଞ୍ଜିନର ବିକାଶ କରିଛି ଏବଂ ଏହା ପରୀକ୍ଷାମୂଳକ ଭାବେ ଏହି ଅଭିଯାନରେ ବ୍ୟବହୃତ ହୋଇଛି।
ଏହି ମହାକାଶ ଅଭିଯାନର ପରୀକ୍ଷାକୁ ଆଗେଇ ନେବା ପାଇଁ ୟୁରୋପୀୟ ମହାକାଶ ସଂସ୍ଥା ୨୦୨୬ ମସିହାରେ ସେହି ଗ୍ରହାଣୁ ପାଖକୁ ‘ହେରା’ ନାମକ ଅଭିଯାନ ପ୍ରେରଣ କରିବ ଓ ତାହା ୨୦୨୭ ମସିହାରେ ଗ୍ରହାଣୁ ପାଖରେ ପହଞ୍ଚତ୍ ତାହାର ବିଭିନ୍ନ ତଥ୍ୟ ଆହରଣ କରିବ। ଡାର୍ଟ ଅଭିଯାନ ସଫଳ ହେଲେ ନାସା ଆହୁରି ବଡ଼ ଗ୍ରହାଣୁ ପାଖକୁ ଏହି ପ୍ରକାର ଅଭିଯାନ ପଠାଇ ପରୀକ୍ଷା ପାଇଁ ଘୋଷଣା କରିଛି।

ଇ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର ଫେଜ୍‌-୧ ଭୁବନେଶ୍ୱର-୭୫୧୦୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?