ବିମାନ ଚଳାଚଳକୁ ୫ଜି ବିପଦ

ଓ୍ବାଶିଂଟନ,୧୯।୧: ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ଖୁବ୍‌ଶୀଘ୍ର ନୂଆ ୫ଜି ସେବା ଆରମ୍ଭ ହେବାକୁ ଥିବାବେଳେ ବିମାନ ଚଳାଚଳ କ୍ଷେତ୍ରରେ ଏହା ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି ଆମେରିକାର ବୃହତ୍‌ ଯାତ୍ରୀବାହୀ ଓ କାର୍ଗୋ କ୍ୟାରିୟର୍‌ଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀମାନେ ସତର୍କ କରାଇଛନ୍ତି। ସେମାନଙ୍କ ମତରେ ବୁଧବାରଠାରୁ ଚାଲିବାକୁ ଥିବା ନୂଆ ସି ବ୍ୟାଣ୍ଡ ଏବଂ ୫ଜି ସେବା ଯୋଗୁ ବହୁ ସଂଖ୍ୟକ ବିମାନ ବ୍ୟବହାର ଅନୁପଯୋଗୀ ହୋଇପଡ଼ିବ। ଏଥିଯୋଗୁ ଆମେରିକାର ବିମାନ ସେବା କ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହେବ ଏବଂ ବିଦେଶରେ ଥିବା ଲକ୍ଷ ଲକ୍ଷ ଆମେରିକୀୟ ଫସିରହିଯିବେ।
୨୦୨୧ ପ୍ରାରମ୍ଭରେ ଆମେରିକା ମୋବାଇଲ ଫୋନ୍‌ କମ୍ପାନୀଗୁଡ଼ିକୁ ୮୦ ବିଲିୟନ୍‌ ଡଲାରରେ ମଧ୍ୟମ ରେଞ୍ଜର ୫ଜି ବ୍ୟାଣ୍ଡଓ୍ବିଥ୍‌ ନିଲାମ କରିଥିଲା। ୩.୭-୩.୯୮ ଗିଗାହର୍ଜ ରେଞ୍ଜରେ ପ୍ରଦାନ କରାଯାଇଥିବା ଏହି ସ୍ପେକ୍ଟ୍ରମ୍‌କୁ ସି ବ୍ୟାଣ୍ଡ କୁହାଯାଏ। ଏହି ନୂଆ ୫ଜି ଟେକ୍ନୋଲୋଜି ଅଲ୍‌ଟିମିଟର ଭଳି ଉପକରଣକୁ ପ୍ରଭାବିତ କରିପାରେ ବୋଲି ଫେଡେରାଲ ଆଭିଏଶନ୍‌ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଏଏ) ଆଶଙ୍କା ବ୍ୟକ୍ତ କରିଛି। ଅଲ୍‌ଟିମିଟର ହେଉଛି ଏକ ଯନ୍ତ୍ର, ଯାହା ବିମାନ ଭୂପୃଷ୍ଠରୁ କେତେ ଉଚ୍ଚତାରେ ଉଡ଼ାଣ କରୁଛି ତାହା ମାପ କରିଥାଏ। ଅଲ୍‌ଟିମିଟର ୪.୨-୪.୪ ଗିଗାହର୍ଜ ରେଞ୍ଜରେ କାମ କରିଥାଏ। ନିଲାମ ହୋଇଥିବା ଫ୍ରିକ୍ୱେନ୍ସିଗୁଡ଼ିକ ଏହାର ଅତି ନିକଟତର ହୋଇଥିବାରୁ ଚିନ୍ତା ବୃଦ୍ଧିର କାରଣ ସାଜିଛି। ଉଚ୍ଚତାକୁ ବାଦ୍‌ ଦେଲେ ଅଲ୍‌ଟିମିଟର ସ୍ବୟଂକ୍ରିୟ ଅବତରଣ ସୁବିଧା ମଧ୍ୟ ଯାଞ୍ଚ କରିଥାଏ। ସେହିପରି ପବନରେ ଥିବା ବିପଜ୍ଜନକ ବିଦ୍ୟୁତ୍‌ ଶକ୍ତିକୁ ମଧ୍ୟ ଠାବ କରିବାରେ ଏହା ସହାୟକ ହୋଇଥାଏ।
ଏନେଇ ୟୁନାଇଟେଡ୍‌ ଏୟାରଲାଇନ୍ସ ସିଇଓ ସ୍କଟ କିର୍ବି କହିଛନ୍ତି, ଏଫ୍‌ଏଏର ୫ଜି ନିର୍ଦ୍ଦେଶାବଳୀ ଆମେରିକାର ପ୍ରାୟ ୪୦ ବୃହତ୍‌ ବିମାନବନ୍ଦରରେ ରେଡିଓ ଅଲ୍‌ଟିମିଟରର ବ୍ୟବହାରକୁ ସଙ୍କୁଚିତ କରିଦେବ। ଏହାର ସମାଧାନ କରା ନ ଗଲେ ପାଗ ଖରାପ ଥିବାବେଳେ ଅନେକ ବିମାନବନ୍ଦର ସ୍ମଗ୍‌ରେ ଆଚ୍ଛାଦିତ ହୋଇରହିବ ବୋଲି କିର୍ବି କହିଛନ୍ତି। ଏଥିଯୋଗୁ ଦୈନିକ ପ୍ରାୟ ୪% ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ନେଇ ୟୁଏସ୍‌ ଏୟାରଲାଇନ୍ସଗୁଡ଼ିକ ସତର୍କ କରାଇଛନ୍ତି। ସ୍ପେକ୍ଟ୍ରମ୍‌ର ଫ୍ରିକ୍ୱେନ୍ସି ଯେତିକି ଉଚ୍ଚ ରହିବ ସେବା ମଧ୍ୟ ସେତିକି ଦ୍ରୁତତର ହେବ। ତେଣୁ ୫ଜିରୁ ପୂରା ଫାଇଦା ଉଠାଇବା ପାଇଁ ଅପରେଟର୍ସ ଏହାକୁ ଉଚ୍ଚ ଫ୍ରିକ୍ୱେନ୍ସିରେ ପରିଚାଳନା କରିବାକୁ ଚାହାନ୍ତି। ନିଲାମ କରାଯାଇଥିବା କେତେକ ସି ବ୍ୟାଣ୍ଡ ସ୍ପେକ୍ଟ୍ରମ୍‌କୁ ସାଟେଲାଇଟ୍‌ ରେଡିଓ ପାଇଁ ବ୍ୟବହାର କରାଯାଉଥିଲା। କିନ୍ତୁ ୫ଜି ଟ୍ରାଞ୍ଜିଶନ୍‌ ଏୟାର ଟ୍ରାଫିକ୍‌ ସିଷ୍ଟମ୍‌କୁ ଜଟିଳ କରିଦେବ।
ଭେରିଜନ୍‌ ଏବଂ ଏଟିଆଣ୍ଡଟିର ଯୁକ୍ତି ହେଉଛି, ସି ବ୍ୟାଣ୍ଡ ଅନ୍ୟ ୪୦ ଦେଶରେ ମଧ୍ୟ ବ୍ୟବହାର କରାଯାଉଛି। କିନ୍ତୁ ସେଠାରେ ବିମାନ ଚଳାଚଳ କ୍ଷେତ୍ରରେ ଏପରି କୌଣସି ସମସ୍ୟା ଦେଖାଯାଉନାହିଁ। ଅପରପକ୍ଷେ ୟୁରୋପୀୟ ସଂଘ ୫ଜି ଫ୍ରିକ୍ୱେନ୍ସି ମଧ୍ୟମ ରେଞ୍ଜକୁ ୩.୪-୩.୮ରେ ସୀମିତ ରଖିବାକୁ ନିୟମ କରିଛି। ଏଥିଯୋଗୁ ସେଠାରେ ବିମାନ ଚଳାଚଳ ପ୍ରଭାବିତ ହେଉନାହିଁ। ଏହି ରେଞ୍ଜରେ କିଛି ବିପଦ ନାହିଁ ବୋଲି ଗତ ଡିସେମ୍ବର ୧୭ରେ ୟୁରୋପିଆନ୍‌ ୟୁନିୟନ୍‌ ଆଭିଏଶନ୍‌ ସେଫ୍ଟି ଏଜେନ୍ସି (ଇଏଏସ୍‌ଏ) ସ୍ପଷ୍ଟ କରିଥିଲା। ତେବେ ଆମେରିକାର ପ୍ରାୟ ୫୦ ବିମାନବନ୍ଦରକୁ ଏଥିଲାଗି ବଫର ଜୋନ୍‌ରେ ପରିଣତ କରିବା ପାଇଁ ଦୁଇ ଟେଲିକମ୍‌ କମ୍ପାନୀ ଶେଷରେ ରାଜି ହୋଇଛନ୍ତି। ଉଚ୍ଚତର ବ୍ୟାଣ୍ଡ ନିକଟତର ସ୍ପେକ୍ଟ୍ରମ୍‌କୁ ଅନେକ ବର୍ଷ ଧରି ବ୍ୟବହାର କରିବ ନାହିଁ ବୋଲି ଭେରିଜନ୍‌ ମାନିଛି। ଆମେରିକାର ଓ୍ବେରଲେସ୍‌ ବ୍ୟବସାୟ କରୁଥିବା କମ୍ପାନୀ ସିଟିଆଇଏ ପକ୍ଷରୁ ନିକଟରେ ଫେଡେରାଲ କମ୍ୟୁନିକେଶନ୍ସ କମିଶନଙ୍କୁ ନିକଟରେ ବିବରଣୀ ଦାଖଲ କରାଯାଇଛି। ୟୁରୋପ ଓ ଏସିଆର ପ୍ରାୟ ୪୦ ରାଷ୍ଟ୍ରରେ ଓ୍ବେରଲେସ୍‌ କ୍ୟାରିୟରଗୁଡ଼ିକ ବର୍ତ୍ତମାନ ୫ଜି ପାଇଁ ସି ବ୍ୟାଣ୍ଡ ବ୍ୟବହାର କରୁଛନ୍ତି। କିନ୍ତୁ ସେହି ଦେଶଗୁଡ଼ିକରେ ଏହା ରେଡିଓ ଅଲଟିମିଟରକୁ ପ୍ରଭାବିତ କରିବା ନେଇ କୌଣସି ରିପୋର୍ଟ ସାମ୍ନାକୁ ଆସିନାହିଁ ବୋଲି ଉକ୍ତ ବିବରଣୀରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri