ମଝି ଆକାଶରେ ବିମାନ ଟଳମଳ, ୩୬ ଯାତ୍ରୀ ଆହତ…

ହନୋଲୁଲୁ,୧୯।୧୨ : ଫେନିକ୍ସରୁ ହନୋଲୁଲୁ ଅଭିମୁଖେ ଉଡାଣ କରୁଥିବା ହାୱାଇ ଏୟାରଲାଇନ୍ସର ବିମାନରେ ଏୟାର ଟର୍ବୁଲାନ୍ସ ବଢ଼ିବା ଯୋଗୁ ମଝି ଆକାଶ ଟଳମଳ ହୋଇଛି। ଏହା ଦ୍ୱାରା ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୧୧ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବିମାନଟି ହନୋଲୁରୁ ୩୦ ମିନିଟ ଦୂରରେ ଥିବାବେଳେ ଏହି ଘଟଣା ଘଟିଥିଲା। ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ମାନଙ୍କ ଅବସ୍ଥା ସ୍ଥିର ଥିବା ହନୋଲୁଲୁ ଜରୁରୀକାଳୀନ ଚିକିତ୍ସା ସେବା କହିଛି। ରବିବାର ୧୧ ଟା ସମୟରେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିବା କୁହାଯାଇଛି।

ବିମାନ ଟଳମଳ ହେବାରୁ ବହୁ ଯାତ୍ରୀ ସିଟ ବେଲ୍ଟ ବାନ୍ଧିବାର ସୁଯୋଗ ପାଇ ନ ଥିଲେ। ଦୁର୍ଘଟଣା ସମୟରେ ବିମାନରେ ୨୮୭ ଯାତ୍ରୀ ଏବଂ ୧୦ ଜଣ କ୍ରୁ ମେମ୍ବର ଥିଲେ। ଯାତ୍ରୀ ଏବଂ ତିନି ଜଣ କ୍ରୁ ସଦସ୍ୟଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ନିଆଯାଇଛି।

Share