ଯାନ୍ତ୍ରିକ ତ୍ରୁଟି, କାଠମାଣ୍ଡୁ ଫେରିଲା ବିମାନ

କାଠମାଣ୍ଡୁ,୧ା୬: ବୁଦ୍ଧ ଏୟାରଲାଇନ୍ସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନେପାଳର କାଠମାଣ୍ଡୁକୁ ଫେରିଛି। ଏହି ବିମାନ ବୁଧବାର କାଠମାଣ୍ଡୁରୁ ଭାଦ୍ରପୁର ଅଭିମୁଖେ ଯାତ୍ରା କରିଥିଲା।

ବେସାମରିକ ବିମାନ ଚଳାଚଳ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ଯେ, ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନଟି ଟାୟାର ସମସ୍ୟା କାରଣରୁ ଫେରି ଆସିଛି। ବେସାମରିକ ବିମାନ ଚଳାଚଳ ଅଧିକାରୀଙ୍କ କହିବାନୁସାରେ, ବିମାନଟି କାଠମାଣ୍ଡୁରୁ ସକାଳ ୧୦.୪୩ରେ ଉଡ଼ାଣ କରିଥିଲା। ଏହାର କିଛି ସମୟ ପରେ ପୁଣି ବିମାନବନ୍ଦରକୁ ଫେରିଆସିଥିଲା। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ଖରାପ ପାଗ ଯୋଗୁ ତାରା ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ୪ ଜଣ ଭାରତୀୟଙ୍କ ସହିତ ୨୨ ଜଣ ଲୋକ ଥିଲେ। ମଙ୍ଗଳବାର ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଘରୋଇ ବିମାନ ଚଳାଚଳ ନିୟମକୁ ଆହୁରି କଡ଼ାକଡ଼ି କରିଛି। ବିମାନ ଉଡ଼ାଣରେ ସ୍ବଚ୍ଛ ପାଗ ବଜାୟ ରଖିବା ପାଇଁ ବିମାନ ସେବା ପାଇଁ ବାଧ୍ୟତାମୂଳକ କରାଯାଇଛି।

Share