୧୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମାରିଲା ବିଜୁଳି; ଆଉ ତା’ ପରେ…

ମସ୍କୋ,୩୦ା୯: ରୁଷିଆର ଏକ ବିମାନ ୧୭୫ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମୟରେ ଆକାଶରେ ବିଜୁଳି ମାରିଥିଲା। ଫଳରେ ବିମାନ ପୂରା ହଲି ଯାଇଥିଲା। ଏଥିରେ ଥିବା ଯାତ୍ରୀମାନେ ଝରକା ପଟେ ତଳକୁ ଖସି ପଡ଼ିଥିଲେ। ଯାହାଙ୍କୁ ବଞ୍ଚାଇବା କଷ୍ଟକର ଥିଲା।

ଏହି ଘଟଣା ଅଞ୍ଜୁର ଏୟାରଲାଇନ୍ସ ଓ୍ବାଇଙ୍ଗ୍‌ ୭୩୭ ଯାହାକି ପବନରେ ଫସି ଯାଇଥିଲା। ଏଥିସହିତ ଭୟଙ୍କର ବିଜୁଳି ମାରିବା ପରେ ଲୋକେ ତଳକୁ ଖସିପଡ଼ିଥିଲେ। ଦକ୍ଷିଣ-ପଶ୍ଚିମ ଋଷିଆର ବ୍ଲାକ୍‌ ରିସୋର୍ଟ ନିକଟରେ ପହଞ୍ଚିଥିଲେ।

ବିମାନଟି ଏକାତେରିନବର୍ଗରେ ଅବତରଣ କରିବାର ଥିଲା। ମାତ୍ର ପ୍ରବଳ ଝଡ଼ତୋଫାନ ଏବଂ ବିଜୁଳି ମାରିବାର ପରେ ବିମାନଟିକୁ କ୍ରାସ୍ନୋଡାରରେ ଜରୁରୀ ଅବତରଣ କରାଯାଇଥିଲା। ଜଣେ ଯାତ୍ରୀ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। ଆଉ ଜଣେ ଯାତ୍ରୀ କହିଛନ୍ତି,ଆମକୁ ଲାଗିଲା ଜୀବନ ଏହିଠାରେ ହିଁ ଶେଷ ହୋଇଯିବ।

Share