Categories: ଜାତୀୟ

ମନ୍ଦିର ସହ ଧକ୍କା ହେଲା ବିମାନ,ପାଇଲଟ ମୃତ

ଭୋପାଳ,୬।୧: ମଧ୍ୟପ୍ରଦେଶର ରେୱା ଜିଲାରେ ଗୁରୁବାର ଏକ ବିମାନ ମନ୍ଦିର ସହ ଧକ୍କା ହେବା ପରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି। ଟ୍ରେନିଂ ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ କ୍ୟାପଟେନ ବିଶାଲ ଯାଦବ (୩୦) ଙ୍କ ମୃତ୍ୟୁ ହୋଇଥିବାବେଳେ ଟ୍ରେନି ପାଇଲଟ ଅନସୁଲ ଯାଦବ ଆହତ ହୋଇ ସରକାରୀ ସଞ୍ଜୟ ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଧିକାରୀ କହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛି। ବିମାନଟି ଏକ ପାଇଲଟ ଟ୍ରେନିଂ କମ୍ପାନୀର ହୋଇଥିବା ଜଣାପଡିଛି।

Share