Plane Crash: ୟୁକ୍ରେନ ସୀମାରେ ରୁଷିଆ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ,୬୫ ମୃତ…

ମସ୍କୋ,୨୪।୧ : ରୁଷିଆର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ମିଳିଛି। କୁହାଯାଉଛି ଏହି ବିମାନଟି ୟୁକ୍ରେନ ସୀମା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନରେ ଥିବା ୬୫ ଜଣ ଲୋକ ଥିବା ଜଣାଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ବିମାନର ଦୁର୍ଘଟଣାକୁ ନିଶ୍ଚିତ କରିଛି। ସୂଚନା ଅନୁଯାୟୀ, ୟୁକ୍ରେନ ସୀମା ନିକଟ ବେଲଗୋରୋଡ ଅଞ୍ଚଳରେ ରୁଷିଆର ଇଲିୟୁସିନ -୭୬ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରିପୋର୍ଟରେ କୁହାଯାଇଛି ଏହି ବିମାନରେ ୟୁକ୍ରେନ ଯୁଦ୍ଧ ବନ୍ଦୀମାନେ ଥିଲେ।

ଯୁଦ୍ଧବନ୍ଦୀଙ୍କୁ ବିନିମୟ ପାଇଁ ବେଲଗୋରୋଡକୁ ନିଆଯାଉଥିଲା। ବିମାନଟି ମଧ୍ୟଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସମସ୍ତ ୟୁକ୍ରେନ ସୈନିକଙ୍କର ମୃତ୍ୟୁ ହୋଇଥିଲା।

୬ ଜଣ କ୍ରୁ ସଦସ୍ୟଙ୍କ ସହିତ ଦୁର୍ଘଟଣାଗ୍ରସ୍ତ ବିମାନରେ ତିନିଜଣ ଏସକର୍ଟ ମଧ୍ୟ ଥିଲେ। ଏହି ଦୁର୍ଘଟଣାରେ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ବେଲଗୋରୋଡ ରାଜ୍ୟପାଳ ୟଶେସ୍ଲାଭ ଗ୍ଲାଡକୋଭ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି କିନ୍ତୁ ଅଧିକ ବିବରଣୀ ଦେବାକୁ ମନା କରି ଦେଇଛନ୍ତି। ଏହି ବିମାନ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏପର୍ଯ୍ୟନ୍ତ ରୁଷିଆ ଦ୍ୱାରା କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।

ଏଥି ସହିତ ବିମାନଟି କିପରି ଦୁର୍ଘଟଣାଗ୍ରସ୍ତ ହୋଇଛି ସେ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଏକ ବିମାନ ଆକାଶରେ ଉଡୁଛି ଏବଂ ଏହା ପରେ ୟାବଲୋନୋଭୋ ଗାଁ ନିକଟରେ ଜଳି ଖସିବା ଆରମ୍ଭ କରୁଛି। କିଛି ସେକେଣ୍ଡ ମଧ୍ୟରେ ବିମାନଟି ତଳେ ପଡି ପ୍ରଚଣ୍ଡ ବିସ୍ଫୋରଣ ସହିତ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

 

Share