ବିମାନ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ ୩ ଆହତ…

କାଲିଫର୍ନିଆ,୫।୭ : ଦକ୍ଷିଣ କାଲିଫର୍ନିଆରେ ଗୋଟିଏ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି।

ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ କହିଛି ସେସନା ୧୭୨ ବିମାନ, ଚାରି ଜଣଙ୍କ ସହିତ, ମୁରାଇଟାସ୍ଥିତ ଫ୍ରେଞ୍ଚ ଭ୍ୟାଲି ବିମାନ ବନ୍ଦରରୁ ପ୍ରାୟ ମଙ୍ଗଳବାର ଅପରାହ୍ନ ୨ଟା ୪୫ ସମୟରେ ଉଡ଼ାଣ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଟେଲିଭିଜନ ନ୍ୟୁଜ ଫୁଟେଜରେ ଛୋଟ ବିମାନକୁ ଏକ ବ୍ୟବସାୟିକ ପାର୍କିଂ ସ୍ଥାନରେ ଓଲଟି ପଡ଼ିଥିବା ଦେଖାଯାଇଥିଲା ।

ରିଭରସାଇଡ କାଉଣ୍ଟି ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଲସ ଆଞ୍ଜେଲସ ସହରର ଦକ୍ଷିଣ-ପୂର୍ବଠାରୁ ପ୍ରାୟ ୮୫ ମାଇଲ (୧୩୫ କିଲୋମିଟର) ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗ ଟୁଇଟରରେ କହିଛି ଗୁରୁତର ଆହତଙ୍କ ସମେତ ଅନ୍ୟ ତିନିଜଣଙ୍କୁ ଡାକ୍ତରଖାନା ନିଆଯାଇଛି।

ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏହାର ଯାଞ୍ଚ କରିବେ।

 

Share