ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣା

କାମାକ୍ଷାନଗର,୬।୬(ଡି.ଏନ୍‌.ଏ.): ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପରେ ପୁଣି ବିମାନ ଦୁର୍ଘଟଣା ଘଟିଛିି । ପ୍ରଶିକ୍ଷଣ ବେଳେ ୧୫ ଫୁଟରୁ ବିମାନଟି ଖସି ପଡିଥିବା ଜଣାପଡ଼ିଛି । ଦୁର୍ଘଟଣା ଫଳରେ ଜଣେ ପ୍ରଶିକ୍ଷାର୍ଥୀ ସାମାନ୍ୟ ଆହତ ହୋଇଛନ୍ତି । ଆହତ ପ୍ରଶିକ୍ଷାର୍ଥୀ ଜଣକ ହେଲେ ମହାରାଷ୍ଟ୍ରର କରଣ ମଲ୍ଲିକ । ପ୍ରଶିକ୍ଷାର୍ଥୀଙ୍କୁ ବିରାଶାଳ ମେଡିକାଲରେ ଭର୍ତ୍ତି କରାଯାଇଛି।