ବିମାନ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୮ ଜୀବନ

କଲମ୍ବିଆ,୨୨।୧୧: କଲମ୍ବିଆରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଏକ ଆବାସିକ ଅଞ୍ଚଳରେ ଖସିପଡିଥିଲା। ବିମାନରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ଘଟିଛି। କଲମ୍ବିଆର ଦ୍ୱିତୀୟ ବୃହତ୍ତମ ସହର ମେଡେଲିନରେ ଏହି ବିମାନ ଦୁର୍ଘଟଣା ଘଟିଛି। ବିମାନଟି ଓଲା ହେରେରା ବିମାନ ବନ୍ଦରରୁ ବିମାନ ଉଡ଼ାଣ କରିଥିଲା। ବିମାନ ଖସିବା ପୂର୍ବରୁ ଇଞ୍ଜିନ ଖରାପ ବିଷୟରେ ପାଇଲଟ ନିକଟତମ ଏଟିସିକୁ ସୂଚନା ଦେଇଥିଲେ। କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରୁ ଘନ ଘନ କଳା ଧୂଆଁ ଉଠୁଥିବା ଦେଖାଯାଇଥିଲା। ମୃତକଙ୍କ ମଧ୍ୟରେ ୪ ଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ଅଛନ୍ତି।

Share