ବିମାନ ଦୁର୍ଘଟଣା: ୧୪ ମୃତ

ବ୍ରାସିଲିଆ,୧୭ା୯: ବ୍ରାଜିଲର ଉତ୍ତର ଆମାଜନ ରାଜ୍ୟରେ ବିମାନ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟପାଳ କହିଛନ୍ତି, ଏହି ଦୁର୍ଘଟଣା ରାଜ୍ୟର ରାଜଧାନୀ ମନୌସଠାରୁ ୪୦୦ କିଲୋମିଟର ଦୂର ବାର୍ସିଲୋସ ପ୍ରଦେଶରେ ଘଟିଛି। ଆମାଜନର ରାଜ୍ୟପାଳ ଓ୍ବିଲସନ ଲିମା ଟୁଇଟ୍‌ କରି କହିଛନ୍ତି, ଶନିବାର ବାର୍ସିଲୋସରେ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ୧୨ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁରେ ମୁଁ ଗଭୀର ଦୁଃଖିତ। ଆମର ଦଳ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଆରମ୍ଭରୁ କାର୍ଯ୍ୟ କରିଆସୁଛନ୍ତି। ମୁଁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛନ୍ତି।

ବିମାନରେ ୧୨ ଜଣ ପର୍ଯ୍ୟଟକ, ଜଣେ ପାଇଲଟ ଏବଂ ସହ-ପାଇଲଟ ଥିଲେ। ବ୍ରାଜିଲର ସିଭିଲ ଡିଫେନ୍ସ କହିଛି, ବିମାନରେ ଥିବା କେହି ବଞ୍ଚି ନାହାନ୍ତି। ମିଡିଆ ରିପୋର୍ଟରେ କୁହାଯାଇଛି, ଯାତ୍ରୀମାନେ କିଛି ସ୍ଥାନକୁ ମନୋରଞ୍ଜନ ପାଇଁ ମାଛ ଧରିବାକୁ ଯାଉଥିଲେ। ଅବତରଣ ସମୟରେ ପ୍ରବଳ ବର୍ଷା ଏବଂ ଖରାପ ପାଗ ଯୋଗୁ ଏହି ବିମାନ ଦୁର୍ଘଟଣା ଘଟିଛି। ମୃତକଙ୍କ ଜାତୀୟତା ବିଷୟରେ ଅଧିକାରୀମାନେ ସବିଶେଷ ତଥ୍ୟ ଦେଇନାହାନ୍ତି। କିନ୍ତୁ ଅନେକ ରିପୋର୍ଟରେ କୁହାଯାଇଛି ଯେ, ଆମେରିକୀୟ ନାଗରିକମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲେ।

Share