କିନସାସା,୮।୬: ଡୋମିନିକାନ ଗଣରାଜ୍ୟର ଏକ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନରେ ଥିବା ଉଭୟ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି। ବିମାନଟି ରନୱେକୁ ଛୁଇଁବା ମାତ୍ରେ ଧୂଆଁ ବାହାରିଥିଲା ଏବଂ ଆଖି ପିଛୁଳାକେ ବିମାନଟି ନିଆଁର ଗୋଲାରେ ପରିଣତ ହୋଇଗଲା। ଘଟଣାର ଭିଡିଓ ଥିଲା ଅତ୍ୟନ୍ତ ଭୟଙ୍କର।
କାରିବିଆନ ରାଷ୍ଟ୍ର ଡୋମିନିକାନ ଗଣରାଜ୍ୟର ଲା ରୋମାନା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଦୁର୍ଘଟଣାରେ ପାଇଲଟ ଏବଂ ସହ-ପାଇଲଟ ମୃତ୍ୟୁବରଣ କରିଛନ୍ତି।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ଘଟିବା ସମୟରେ ଘରୋଇ ଜେଟ ଟି ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିଲା; ଅବତରଣ ସମ୍ପୂର୍ଣ୍ଣ ହେବା ପୂର୍ବରୁ ବିମାନଟି ତଳକୁ ଖସି ପଡ଼ିଥିଲା।
Another visual of the Gulfstream G200 aircraft with registration N318JK, that had departed from La Romana bound for Austin Airport, Texas, United States.
Initial information indicates hydraulic problem due to which the emergency situation occurred that forced the crew to return… https://t.co/4ldQz9XUCr pic.twitter.com/HkFmG1RNol
— FL360aero (@fl360aero) June 7, 2026