ଚାଇନାରେ ବଡ଼ ଧରଣର ବିମାନ ଦୁର୍ଘଟଣା

ବେଜିଂ,୨୧।୩: ଚାଇନାରେ ସୋମବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଚାଇନାର ଇଷ୍ଟର୍ନ ପାସେଞ୍ଜର ଜେଟ ବିମାନ ଚାଇନାର ଦକ୍ଷିଣପଞ୍ଚିମ ଅଞ୍ଚଳରେ ଖସି ପଡ଼ିଛି। କିନ୍ତୁ ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ଜଣା ପଡ଼ିନାହିଁ। ଦୁର୍ଘଟଣା ଯୋଗୁ ପାହାଡ଼ରେ ନିଆଁ ଲାଗି ଯାଇଥିବା ଚାଇନାର ଯାତ୍ରୀବାହି ବିମାନ ଚଳାଚଳ ପ୍ରଶାସନ (ସିଏଏସି) ପକ୍ଷରୁ କୁହାଯାଇଛି।

କୁନମିଙ୍ଗ ସହରରୁ ଉଡାଣ ଆରମ୍ଭ କରିଥିବା ବୋଇଂ ୭୩୭ ବିମାନ ଗୁଆନଗଝୋର ଓ୍ବୁଜୋ ସହର ପାଖରେ ପାହାଡିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏବେ ଘଟଣାସ୍ଥାଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିମାନରେ ୧୨୩ ଯାତ୍ରୀଙ୍କ ସହ ୯ କ୍ରୁ ମେମ୍ବର ଥିଲେ।

Share