ଏବେଠୁ ପ୍ରସ୍ତୁତି: ମାଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡ୍‌ ପାସ ହାର ବୃଦ୍ଧି ପାଇଁ ଯୋଜନା, ଭଞ୍ଜନଗରରେ…

ଭଞ୍ଜନଗର,୧।୮(ବାବୁଲା ପ୍ରଧାନ)-୨୦୨୬ ମସିହାରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକର ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରୀଛାତ୍ର କିଭଳି ଏ୧ ଗ୍ରେଡ ପାସ କରିବେ ସେଥିପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ନିର୍ଦ୍ଦେଶ ପ୍ରକାରେ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକ ଦାୟିତ୍ୱରେ ଥିବା ଭଞ୍ଜନଗର ବିଇଓ ଲୋପାମୁଦ୍ରା ରଥ ଏଥିପାଇଁ ସ୍ବତନ୍ତ୍ର ପ୍ରୟାସ ଆରମ୍ଭ କରିଛନ୍ତି। ଏନେଇ ଗୁରୁବାର ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସମୀକ୍ଷା ହୋଇଥିଲା। ବୈଠକରେ ବି ଇ ଓ ଯୋଗଦେଇ କିଭଳି ପରୀକ୍ଷା ଫଳ ଭଲ ହେବ ସେନେଇ କହିଥିଲେ।

ଆସନ୍ତା ଶିକ୍ଷା ବର୍ଷରେ ପ୍ରତ୍ୟେକ ବିଦ୍ୟାଳୟରୁ ୫ ଜଣ ଛାତ୍ରୀଛାତ୍ର କିଭଳି ଏ୧ ଗ୍ରେଡ ରଖି ପାସ ହେବେ ସେଥିପାଇଁ ଯୋଜନା କରାଯାଇଛି। ଏଥିପାଇଁ ଶ୍ରେଷ୍ଠ ନାମ ଦିଆଯାଇଛି। ଶ୍ରେଷ୍ଠର ଲକ୍ଷ୍ୟ ହେଲା ଚଳିତ ବର୍ଷ ଅଗଷ୍ଟ, ସେପ୍ଟେମ୍ବର ଏବଂ ଜାନୁୟାରୀ ମାସର ମଧ୍ୟ ଭାଗରେ ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟର ଏ ୧ ଆଶାୟୀ ଛାତ୍ରୀଛାତ୍ରଙ୍କୁ ନେଇ ୬ଟି ବିଷୟରେ ପରୀକ୍ଷା କରାଯିବ। ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ,ଛଅ ବିଷୟର ଛଅ ଜଣ ସମ୍ବଳ ଶିକ୍ଷକ ଏବଂ ପ୍ରତ୍ୟକ ବିଦ୍ୟାଳୟର ଆଶାୟୀ ଏ ୧ ବିଦ୍ୟାର୍ଥୀଙ୍କୁ ନେଇ ’ଶ୍ରେଷ୍ଠ’ ନାମକ ଏକା ହୱାଟ୍ସଆପ ଗ୍ରୁପ କରାଯିବ l ସେହି ଗ୍ରୁପରେ ପ୍ରତ୍ୟକ ଦିନ ଛଅ ଜଣ ସମ୍ବଳ ଶିକ୍ଷକଙ୍କ ଦ୍ୱାରା ଛଅଟି ବିଷୟରୁ ଛଅଟି ପ୍ରଶ୍ନ ସେୟାର କରାଯିବ l ସେହି ପ୍ରଶ୍ନର ଉତ୍ତରକୁ ପ୍ରସ୍ତୁତ କରି ବିଦ୍ୟାର୍ଥୀ ତାପରଦିନ ବିଦ୍ୟାଳୟରେ ଲେଖି ବିଦ୍ୟାଳୟର ଶିକ୍ଷକଙ୍କ ଦ୍ୱାରା ସଂଶୋଧନ କରାଇବେ l ଏହା ଦ୍ୱାରା ପିଲାଙ୍କର ସବୁଦିନ ଲେଖିବାର ଅଭ୍ୟାସ ରହିବା ସହିତ ଗୋଟିଏ ମାସରେ ଗୋଟିଏ ବିଷୟରେ ଶିକ୍ଷାର୍ଥୀ ୩୦ ଟି ପ୍ରଶ୍ନର ଉତ୍ତର ଅଭ୍ୟାସ କରି ପାରିବେ I ଏହି ଭଳି ଭାବରେ ବର୍ଷ ଶେଷକୁ ବହୁତ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଓ ଉତ୍ତର ଅଭ୍ୟାସ ସହ ଶିକ୍ଷାର୍ଥୀଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ I ତେଣୁ ଲକ୍ଷ୍ୟକୁ କିଭଳି ସାଧନ କରାଯିବ ସେଥିପାଇଁ ଶିକ୍ଷକ ମାନେ ମଧ୍ୟ ପ୍ରସ୍ତୁତିରେ ଲାଗି ପଡିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

ପ୍ରସ୍ତାବିତ ମେଗା ଷ୍ଟିଲ୍‌ପ୍ଲାଣ୍ଟ ପାଇଁ ଗ୍ରାମସଭା ଚାଲିଥିବାବେଳେ ଧସ୍ତାଧସ୍ତି, ଏକର ପିଛା ଏତିକି କୋଟି ଦାବି କରି…

ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଶୁକ୍ରବାର ଚେମଣା ପଞ୍ଚାୟତ ଧନୁର୍ଜୟପୁର ଗ୍ରାମ ସ୍କୁଲ ପଡ଼ିଆରେ…

୩୪ ଆଦିବାସୀଙ୍କୁ ଖଲାସ ଦାବି: ୪୮ ଘଣ୍ଟିଆ ବନ୍ଦ ଡାକରା

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ…

ମିଲରଙ୍କ ଅସହଯୋଗରୁ ବଢୁଛି ଚାଷୀଙ୍କ ଚିନ୍ତା: ଧାନବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୦।୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତି ମଣ୍ଡିରେ ୮ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି l ମିଲରଙ୍କ ଅସହଯୋଗରୁ ଏହି ଧାନ ପଡ଼ି…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri