ଫୁଲବାଣୀ,୨୨ା୧୧: ଓଡ଼ିଶାରୁ ମାଓବାଦୀ ନିପାତ ଯୋଜନା ରହିଛି। ଏହି ଅପରେଶନ କନ୍ଧମାଳରୁ ହିଁ ଆରମ୍ଭ ହେବ। ଏନେଇ କନ୍ଧମାଳରେ ଡେରା ପକାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ। ଆଇଜି ଅପରେଶନ, ଡିଆଇଜି ଅପରେସଶ ବି କନ୍ଧମାଳରେ ହେବ। ଓଡ଼ିଶାରେ ଏବେ ଆଉ ଅଛନ୍ତି ୮୦ରୁ ୮୫ ମାଓବାଦୀ। ମାଓବାଦୀଙ୍କ ଭିତରେ ୫ ଓଡ଼ିଆ ରହିଥିବାବେଳେ ଆଉ ସବୁ ଅଣଓଡ଼ିଆ ରହିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ହେବ ଭାରତ। ନକ୍ସଲମୁକ୍ତ ଭାରତ ଆହ୍ବାନ ଦେଇଛନ୍ତି ସ୍ବରାଷ୍ଟ୍ରନ୍ତ୍ରୀ। ଏବର୍ଷ ଓଡ଼ିଶାରୁ ୧୯ ନକ୍ସଲ ସଫା ହୋଇଛନ୍ତି। ୮ ଗିରଫ ହୋଇଥିବାବେଳେ ୬ ମାଓବାଦବୀ ଆତ୍ମସମର୍ପଣ କରିଛନ୍ତି। ଏବେ କନ୍ଧମାଳ ରାଜ୍ୟର ସବୁଠୁ ଅଧିକ ନକ୍ସଲପ୍ରବଣ ଜିଲା। କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ, ଗଜପତି, ନୂଆପଡ଼ା ବି ତାଲିକାରେ ରହିଛି।


