ଜୁଆଖେଳରୁ ହୋଇଥିଲା ହତ୍ୟାକାଣ୍ଡ: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ଶନିବାର ଏକ ହତ୍ୟା ମାମଲାର ବିଚାରଣ କରି ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ। ଦଣ୍ଡିତ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ ଜଲିସାହିର ବସନ୍ତ ସେଠୀ, ଦିଲ୍ଲୀପ ସେଠୀ, ଅଭିମନ୍ୟୁ ସେଠୀ, ଶ୍ୱେତ ସେଠୀ ଓ ସନ୍ତୋଷ ସାମଲ।

ଘଟଣାରୁ ପ୍ରକାଶ ଯେ, ବସନ୍ତ ସେଠୀର ବାରମ୍ବାର ଦେହ ଖରାପ ହେଉଥିଲା। ତେଣୁ ତାଙ୍କୁ ପବନା ସେଠୀର ପରିବାର ଲୋକେ ଗୁଣିଆ କରିଥିବା ସନ୍ଦେହ କରିଥିଲା। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ଉକ୍ତ ପୂର୍ବ ଶତ୍ରୁତା ଲାଗି ରହିଥିବା ବେଳେ ଗତ ୨୦୧୯ ନଭେମ୍ବରେ ୧୧ ତାରିଖ ରାତି ୮ ଟାରେ ବସନ୍ତ ଓ ପବନା ସମେତ ଅନ୍ୟମାନେ ଜୁଆ ଖେଳୁଥିଲା। ଏହି ସମୟରେ ବସନ୍ତ ଓ ପବନା ମଧ୍ୟରେ ଖେଳକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ବସନ୍ତ ଘରୁ ଛୁରି ଆଣି ପବନାଙ୍କ ଘରକୁ ଯାଇଥିଲେ। ସେଠୀ ପୁଣି ବସନ୍ତ ଓ ପବନା ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ବସନ୍ତ ପବନାକୁ ଛୁରିରେ ତାଙ୍କ ଘର ନିକଟରେ ଆକ୍ରମଣ କରିଥିଲେ। ଏହି ସମୟରେ ଦିଲ୍ଲୀପ ସେଠୀ ଓ ସନ୍ତୋଷ ସାମଲ ପବନାର ହାତ ଦୁଇଟିକୁ ଧରିଥିଲେ। ପବନାର ଚିତ୍କାର ଶୁଣି ତାଙ୍କ ବାପା ମା’ଘଟଣାସ୍ଥଳକୁ ଦୌଡ଼ି ଆସୁଥିଲେ। କିନ୍ତୁ ବାଟରେ ଅଭିମନ୍ୟୁ ସେଠୀ ଓ ଶ୍ୱେତ ସେଠୀ ପବନାଙ୍କ ବାପା ମା’ଙ୍କୁ ଅଟକାଇ ଦେଇଥିଲେ। ଏହି ସମୟରେ ପବନାଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏହାପରେ ପବନାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୁବନେଶ୍ୱର ଚିକିତ୍ସା ପାଇଁ ନେବା ସମୟରେ ବାଟରେ ମୃତ୍ୟୁବରଣ କରିଥିଲେ। ଏନେଇ ସେ ସମୟରେ ପବନାଙ୍କ ମା’ ସେବତୀ ସେଠୀ ଜଗନ୍ନାଥପ୍ରସାଦ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି ମାମଲାରେ ବସନ୍ତ ଘଟଣା ପରଠୁ ଜେଲ୍‌ରେ ଥିବା ବେଳେ ଅନ୍ୟମାନେ ଜାମିନରେ ଥିଲେ। ଆଜି ଦଣ୍ଡ ପରେ ସମସ୍ତ ଅଭିଯୁକ୍ତଙ୍କୁ ଭଞ୍ଜନଗର ଜେଲକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ପୁର୍ବରୁ ଏମ ତାଜ ଆଦେନୀ ମୋକଦ୍ଦମା ଲଢ଼ୁଥିଲେ। ତାଙ୍କର ବିୟୋଗ ପରେ ସରକାରଙ୍କ ପକ୍ଷରୁ ଡ. ସୁଶାନ୍ତ ତ୍ରିପାଠୀ ମୋକଦ୍ଦମା ପରିଚାଳନା କରୁଥିଲେ। ତାଙ୍କୁ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଦାସ ଏବଂ ଓମ୍‌ ପ୍ରକାଶ ପ୍ରଧାନ ସହଯୋଗ କରୁଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?