ଜୁଆଖେଳରୁ ହୋଇଥିଲା ହତ୍ୟାକାଣ୍ଡ: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ଶନିବାର ଏକ ହତ୍ୟା ମାମଲାର ବିଚାରଣ କରି ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ। ଦଣ୍ଡିତ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ ଜଲିସାହିର ବସନ୍ତ ସେଠୀ, ଦିଲ୍ଲୀପ ସେଠୀ, ଅଭିମନ୍ୟୁ ସେଠୀ, ଶ୍ୱେତ ସେଠୀ ଓ ସନ୍ତୋଷ ସାମଲ।

ଘଟଣାରୁ ପ୍ରକାଶ ଯେ, ବସନ୍ତ ସେଠୀର ବାରମ୍ବାର ଦେହ ଖରାପ ହେଉଥିଲା। ତେଣୁ ତାଙ୍କୁ ପବନା ସେଠୀର ପରିବାର ଲୋକେ ଗୁଣିଆ କରିଥିବା ସନ୍ଦେହ କରିଥିଲା। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ଉକ୍ତ ପୂର୍ବ ଶତ୍ରୁତା ଲାଗି ରହିଥିବା ବେଳେ ଗତ ୨୦୧୯ ନଭେମ୍ବରେ ୧୧ ତାରିଖ ରାତି ୮ ଟାରେ ବସନ୍ତ ଓ ପବନା ସମେତ ଅନ୍ୟମାନେ ଜୁଆ ଖେଳୁଥିଲା। ଏହି ସମୟରେ ବସନ୍ତ ଓ ପବନା ମଧ୍ୟରେ ଖେଳକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ବସନ୍ତ ଘରୁ ଛୁରି ଆଣି ପବନାଙ୍କ ଘରକୁ ଯାଇଥିଲେ। ସେଠୀ ପୁଣି ବସନ୍ତ ଓ ପବନା ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ବସନ୍ତ ପବନାକୁ ଛୁରିରେ ତାଙ୍କ ଘର ନିକଟରେ ଆକ୍ରମଣ କରିଥିଲେ। ଏହି ସମୟରେ ଦିଲ୍ଲୀପ ସେଠୀ ଓ ସନ୍ତୋଷ ସାମଲ ପବନାର ହାତ ଦୁଇଟିକୁ ଧରିଥିଲେ। ପବନାର ଚିତ୍କାର ଶୁଣି ତାଙ୍କ ବାପା ମା’ଘଟଣାସ୍ଥଳକୁ ଦୌଡ଼ି ଆସୁଥିଲେ। କିନ୍ତୁ ବାଟରେ ଅଭିମନ୍ୟୁ ସେଠୀ ଓ ଶ୍ୱେତ ସେଠୀ ପବନାଙ୍କ ବାପା ମା’ଙ୍କୁ ଅଟକାଇ ଦେଇଥିଲେ। ଏହି ସମୟରେ ପବନାଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏହାପରେ ପବନାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୁବନେଶ୍ୱର ଚିକିତ୍ସା ପାଇଁ ନେବା ସମୟରେ ବାଟରେ ମୃତ୍ୟୁବରଣ କରିଥିଲେ। ଏନେଇ ସେ ସମୟରେ ପବନାଙ୍କ ମା’ ସେବତୀ ସେଠୀ ଜଗନ୍ନାଥପ୍ରସାଦ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି ମାମଲାରେ ବସନ୍ତ ଘଟଣା ପରଠୁ ଜେଲ୍‌ରେ ଥିବା ବେଳେ ଅନ୍ୟମାନେ ଜାମିନରେ ଥିଲେ। ଆଜି ଦଣ୍ଡ ପରେ ସମସ୍ତ ଅଭିଯୁକ୍ତଙ୍କୁ ଭଞ୍ଜନଗର ଜେଲକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ପୁର୍ବରୁ ଏମ ତାଜ ଆଦେନୀ ମୋକଦ୍ଦମା ଲଢ଼ୁଥିଲେ। ତାଙ୍କର ବିୟୋଗ ପରେ ସରକାରଙ୍କ ପକ୍ଷରୁ ଡ. ସୁଶାନ୍ତ ତ୍ରିପାଠୀ ମୋକଦ୍ଦମା ପରିଚାଳନା କରୁଥିଲେ। ତାଙ୍କୁ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଦାସ ଏବଂ ଓମ୍‌ ପ୍ରକାଶ ପ୍ରଧାନ ସହଯୋଗ କରୁଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର: ଉଲ୍ଲାସ ଅଭିଯାନ ଶୁଭାରମ୍ଭ

ଛତ୍ରପୁର, ୫।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିରକ୍ଷରଙ୍କୁ ସାକ୍ଷର କରିବା ଓ ଜୀବନବ୍ୟାପୀ ଶିକ୍ଷା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ‘ଉଲ୍ଲାସ’ ସଚେତନତା…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri