ଜୁଆଙ୍ଗଙ୍କ ବିକାଶ ପାଇଁ ଯୋଜନା

ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଜୁଆଙ୍ଗ ବହୁଳ ଦୁର୍ଗମ ପୁଟିପାଳ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ସମେତ ଜିଲା ଓ ବ୍ଲକ ପ୍ରଶାସନର ପଦସ୍ଥ ଅଧିକାରୀ ଗ୍ରାମରେ ପହଞ୍ଚତ୍ ଲୋକଙ୍କ ସମସ୍ୟା ବୁଝିଛନ୍ତି। ଜୁଆଙ୍ଗ ଜନଜାତିର କଲ୍ୟାଣ ପାଇଁ ସେଠାରେ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୋଲାଯିବ। ସେମାନଙ୍କୁ ହାତପାଆନ୍ତାରେ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ। ଜୁଆଙ୍ଗ ଜନଜାତିକୁ ସଚେତନ କରିବା ଉଦ୍ଦେଶ୍ୟରେ ଆସନ୍ତା ୧୭ ତାରିଖରେ କାମାକ୍ଷାନଗରରେ ଏକ ମେଳା ଅନୁଷ୍ଠିତ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଗ୍ରାମବାସୀ ଭୋଗୁଥିବା ସମସ୍ୟା ସମ୍ପର୍କରେ ଜିଲାପାଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅଞ୍ଚଳବାସୀଙ୍କୁ ରୋଗରୁ ରକ୍ଷା ଲାଗି ସେମାନଙ୍କ ସ୍ବାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ପିଲାମାନଙ୍କ ଶିକ୍ଷାଦାନ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଅପହଞ୍ଚ ଅଞ୍ଚଳରେ ଉନ୍ନୟନ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉଛି। ଫଳରେ ପୁଟିପାଳ ଗ୍ରାମର ୩୦ ପିଲା ଶିକ୍ଷାପ୍ରତି ଆଗ୍ରହୀ ହୋଇ ପ୍ରାଥମିକ ବିଦ୍ୟାଳୟରେ ଭର୍ତ୍ତି ହୋଇଛନ୍ତି। ସୋଲାର ବ୍ୟବସ୍ଥା ଦ୍ୱାରା ୫ଟି ଷ୍ଟାଣ୍ଡପୋଷ୍ଟ କରାଯାଇ ପାନୀୟଜଳ ଯୋଗାଣ କରାଯାଉଛି। ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ କୁକୁଡା ଚାଷ ନିମନ୍ତେ ଚିଆଁ ଯୋଗାଇ ଦିଆଯାଉଛି। ମା’ ଓ ଶିଶୁଙ୍କୁ ପୁଷ୍ଟିସାଧନ ପାଇଁ ମମତା ଯୋଜନା କାର୍ଯ୍ୟକାରୀ ହେଉଛି। ଅଞ୍ଚଳର ବିକାଶ ପାଇଁ ଦୁଇଟି ଏସ୍‌ଏଚ୍‌ଜି କାର୍ଯ୍ୟ କରୁଛି। ଯଥାଶୀଘ୍ର ପୁଟିପାଳ ଗ୍ରାମ ରାସ୍ତାରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ପୋଲ ନିର୍ମାଣ କରାଯିବ। ଛେଳି ଚାଷ ପାଇଁ ଆବଶ୍ୟକ ପ୍ରଶିକ୍ଷଣ ସହ ଛେଳି ଯୋଗାଇ ଦିଆଯିବ। ବିରି, ମୁଗ, ପରିବା, ମାଣ୍ଡିଆ ଚାଷ ଲାଗି ପ୍ରୋତ୍ସାହିତ କରାଯିବ। ଆର୍ଥତ୍କ ବିକାଶ ନିମନ୍ତେ ବ୍ୟାଙ୍କ ଋଣ ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି।
ଏହି ଉପଲକ୍ଷେ ସାମାଜିକ ସୁରକ୍ଷା ପ୍ରଦାନ ନିମନ୍ତେ ଓଡ଼ିଶା କୋଠାବାଡ଼ି ନିର୍ମାଣ ଶ୍ରମିକ ବୋର୍ଡରେ ୩୫ ଜଣଙ୍କୁ ଅନ୍ତର୍ଭୁକ୍ତ କରାଇ ଲେବର କାର୍ଡ ଓ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଛେଳି ବିକ୍ରି ନିମନ୍ତେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଓଜନ ମେଶିନ ପ୍ରଦାନ କରାଯାଇଛି ା ଲେବର କାର୍ଡ ଦ୍ୱାରା ଶ୍ରମିକଙ୍କ ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କା ସହାୟତା ବ୍ୟବସ୍ଥା ରହିଛି। ୬୦ବର୍ଷ ମଧ୍ୟରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଭୋଟର ତାଲିକାଭୁକ୍ତ ହୋଇଥିବା ୪ ଜଣଙ୍କୁ ଖୁବ୍‌ଶୀଘ୍ର ଏଥିରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ଦିଆଯାଇଛି। ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା। ଝିଅଙ୍କୁ ୧୮ବର୍ଷ ବୟସ ପରେ ବିବାହ କରିବା ଏବଂ ସନ୍ତାନ ଜନ୍ମ ପାଇଁ ଅନୂ୍ୟନ ୩ରୁ ୪ ବର୍ଷ ବ୍ୟବଧାନ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ଗ୍ରାମବାସୀଙ୍କ ନୃତ୍ୟସଙ୍ଗୀତ ପ୍ରତି ଥିବା ଆଗ୍ରହକୁ ଦେଖି ଜିଲାପାଳ ଦୁଇଟି ଚାଙ୍ଗୁ ବାଦ୍ୟ ପ୍ରଦାନ କରିଥିଲେ। ଗ୍ରାମବାସୀ ଚାଙ୍ଗୁବାଜାର ତାଳେତାଳେ ନୃତ୍ୟ କରି ପରିବେଷଣ କରିଥିଲେ।
ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରଓ୍ବାନ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, କଙ୍କଡ଼ାହାଡ଼ ବିଡିଓ ଦୁର୍ଗା ଚରଣ ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, କାନ୍ତୋଲ ସରପଞ୍ଚ କାମିନୀ ଦେହୁରୀ ପ୍ରମୁଖ ପୁଟିପାଳ ଗସ୍ତରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri