Posted inଜାତୀୟ

ରାଜନୈତିକ ଦଳ ଗଠନ କରିବେ ପିକେ, ବିହାରରୁ ଆରମ୍ଭ…

ନୂଆଦିଲ୍ଲୀ, ୨।୫ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ)ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। ଭାଜପା ତାପରେ କଂଗ୍ରେସ ଏବଂ ପରେ ଜେଡିୟୁ ସମେତ ବିଭିନ୍ନ ରାଜନୈତିକ ଦଳ ପାଇଁ ନିର୍ବାଚନର ରଣନୀତି ପ୍ରସ୍ତୁତ କରିବେ। ଏଣିକି ପ୍ରଶାନ୍ତ କିଶୋର ଆଉ ଅନ୍ୟମାନଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ନାହିଁ। ଏବେ ସମୟ ଆସିଛି ବୋଲି ପିକେ ସୂଚନା ଦେଇଛନ୍ତି।

ଏନେଇ ପିକେ ସୋମବାର ଟୁଇଟ କରି କହିଛନ୍ତି ଯେ ଜନସାଧାରଣଙ୍କ ମଧ୍ୟକୁ ଯିବାର ସମୟ ଆସିଛି। ଏହି କାର୍ଯ୍ୟ ସେ ବିହାରରୁ ଆରମ୍ଭ କରିବେ। ତେବେ କେବେ ନୂଆ ପାର୍ଟି ଆରମ୍ଭ ହେବ ସେନେଇ କୌଣସି ସୂଚନା ସେ ପ୍ରଦାନ କରି ନାହାନ୍ତି।

ପିକେ ଏବେ ବିହାର ପାଟନାରେ ଅଛନ୍ତି। ସେ ନିଜ ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ପିକେ ଟୁଇଟ୍‌ କରି କହିଛନ୍ତି ଯେ ଗଣତନ୍ତ୍ରରେ ଏକ ପ୍ରଭାବଶାଳୀ ଅବଦାନ ଦେବା ଏବଂ ଲୋକଙ୍କ କଲ୍ୟାଣ ପାଇଁ ନୀତି ପ୍ରଣୟନ କରିବା ପାଇଁ ସେ ଏବେ ଯୋଜନା କରିଛନ୍ତି।

ସେ କହିଛନ୍ତି ଏବେ ସମୟ ଆସିଛି ଗଣତନ୍ତ୍ରର ପ୍ରକୃତ ମାଲିକଙ୍କ ମଧ୍ୟକୁ ଯିବାକୁ। ଲୋକଙ୍କ ସହିତ ମିଶି ସେମାନେ ସମସ୍ୟାକୁ ଭଲ ଭାବରେ ବୁଝି ବିକାଶର ପଥ ପ୍ରସ୍ତୁତ କରିବା ଆବଶ୍ୟକତା ଉପରେ ପିକେ ଗୁରୁତ୍ୱାରୋପ କରିଛନ୍ତି।

କଂଗ୍ରେସରେ କଥାବାର୍ତ୍ତା ସଫଳ ନହେବା ପରେ ପିକେ ଜାତୀୟ ତଥା ଆଞ୍ଚଳିକସ୍ତରରେ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ସୂଚନାନୁସାରେ, ପ୍ରଶାନ୍ତ କିଶୋରଙ୍କ ପାର୍ଟି ସମ୍ପୂର୍ଣ୍ଣ ଆଧୁନିକ, ଡିଜିଟାଲ ହେବ ଏବଂ ଜନସମ୍ପର୍କ ସ୍ଥାପନ କରିବାର ନୂତନ ଉନ୍ନତ ଜ୍ଞାନକୌଶଳ ସହିତ ଏହା ଆରମ୍ଭ ହେବ। ଦଳର ନାମ କ’ଣ ହେବ ସେନେଇ କୌଣସି ଅନ୍ତିମ ଆଲୋଚନା ହୋଇନାହିଁ। କିନ୍ତୁ ସୂତ୍ରରୁ ଜଣାପଡିଛି ଯେ ପିକେ ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ତାଙ୍କ ରାଜନୈତିକ ଦଳ ଆରମ୍ଭ କରିବେ।

ପ୍ରଶାନ୍ତ କିଶୋର ୧୯୭୭ରେ ବିହାରର ବକ୍ସର ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ଉତ୍ତରପ୍ରଦେଶର ବାଲିଆ ଜିଲାର ହୋଇଥିବାବେଳେ ପିତା ବିହାରରେ ଜଣେ ଡାକ୍ତର। ତାଙ୍କ ସ୍ତ୍ରୀଙ୍କ ନାମ ଜାନଭି ଦାସ। ସେ ଆସାମର ଗୁଆହାଟୀରେ ଡାକ୍ତର ଅଛନ୍ତି। ପ୍ରଶାନ୍ତ କିଶୋର ଏବଂ ଜାନଭୀଙ୍କ ଜଣେ ପୁଅ ଅଛନ୍ତି।
ପିକେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଷମତାକୁ ଆଣିବା କାରଣରୁ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଥିଲେ।

୩୪ ବର୍ଷ ବୟସରେ ଆଫ୍ରିକାରୁ ତାଙ୍କର ମିଳିତ ଜାତିସଂଘ ଚାକିରି ଛାଡି ପିକେ ୨୦୧୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳରେ ଯୋଗ ଦେଇଥିଲେ। ଏହା ପରେ ହିଁ ରାଜନୀତିରେ ବ୍ରାଣ୍ଡିଂର ଯୁଗ ଆରମ୍ଭ ହୋଇଥିଲା ସେ ମୋଦିଙ୍କ ପାଇଁ ରାଜନୀତି କ୍ଷେତ୍ରରେ ମାର୍କେଟିଂ ଆରମ୍ଭ କରିଥ!ଲେ।

ଚା ପେ ଚର୍ଚା, ଥ୍ରୀ ଡି ରାଲି, ରନ ଫର୍‌ ୟୁନିଟି, ମନ୍ଥନ ଭଳି ବିଜ୍ଞାପନ ଅଭିଯାନ ସେ ଆରମ୍ଭ କରିଥିଲେ। ତାଙ୍କର ଭାରତୀୟ ରାଜନୈତିକ କ୍ରିୟାନୁଷ୍ଠାନ କମିଟି (ଆଇ-ପିଏସି) ନାମକ ଏକ ସଂଗଠନ ରହିଛି। ଏହା ନେତୃତ୍ୱ, ରାଜନୈତିକ ରଣନୀତି, ବାର୍ତ୍ତା ଅଭିଯାନ ଏବଂ ଭାଷଣର ବ୍ରାଣ୍ଡିଂ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri