Posted inଜାତୀୟ

ରାଜନୈତିକ ଦଳ ଗଠନ କରିବେ ପିକେ, ବିହାରରୁ ଆରମ୍ଭ…

ନୂଆଦିଲ୍ଲୀ, ୨।୫ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ)ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। ଭାଜପା ତାପରେ କଂଗ୍ରେସ ଏବଂ ପରେ ଜେଡିୟୁ ସମେତ ବିଭିନ୍ନ ରାଜନୈତିକ ଦଳ ପାଇଁ ନିର୍ବାଚନର ରଣନୀତି ପ୍ରସ୍ତୁତ କରିବେ। ଏଣିକି ପ୍ରଶାନ୍ତ କିଶୋର ଆଉ ଅନ୍ୟମାନଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ନାହିଁ। ଏବେ ସମୟ ଆସିଛି ବୋଲି ପିକେ ସୂଚନା ଦେଇଛନ୍ତି।

ଏନେଇ ପିକେ ସୋମବାର ଟୁଇଟ କରି କହିଛନ୍ତି ଯେ ଜନସାଧାରଣଙ୍କ ମଧ୍ୟକୁ ଯିବାର ସମୟ ଆସିଛି। ଏହି କାର୍ଯ୍ୟ ସେ ବିହାରରୁ ଆରମ୍ଭ କରିବେ। ତେବେ କେବେ ନୂଆ ପାର୍ଟି ଆରମ୍ଭ ହେବ ସେନେଇ କୌଣସି ସୂଚନା ସେ ପ୍ରଦାନ କରି ନାହାନ୍ତି।

ପିକେ ଏବେ ବିହାର ପାଟନାରେ ଅଛନ୍ତି। ସେ ନିଜ ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ପିକେ ଟୁଇଟ୍‌ କରି କହିଛନ୍ତି ଯେ ଗଣତନ୍ତ୍ରରେ ଏକ ପ୍ରଭାବଶାଳୀ ଅବଦାନ ଦେବା ଏବଂ ଲୋକଙ୍କ କଲ୍ୟାଣ ପାଇଁ ନୀତି ପ୍ରଣୟନ କରିବା ପାଇଁ ସେ ଏବେ ଯୋଜନା କରିଛନ୍ତି।

ସେ କହିଛନ୍ତି ଏବେ ସମୟ ଆସିଛି ଗଣତନ୍ତ୍ରର ପ୍ରକୃତ ମାଲିକଙ୍କ ମଧ୍ୟକୁ ଯିବାକୁ। ଲୋକଙ୍କ ସହିତ ମିଶି ସେମାନେ ସମସ୍ୟାକୁ ଭଲ ଭାବରେ ବୁଝି ବିକାଶର ପଥ ପ୍ରସ୍ତୁତ କରିବା ଆବଶ୍ୟକତା ଉପରେ ପିକେ ଗୁରୁତ୍ୱାରୋପ କରିଛନ୍ତି।

କଂଗ୍ରେସରେ କଥାବାର୍ତ୍ତା ସଫଳ ନହେବା ପରେ ପିକେ ଜାତୀୟ ତଥା ଆଞ୍ଚଳିକସ୍ତରରେ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ସୂଚନାନୁସାରେ, ପ୍ରଶାନ୍ତ କିଶୋରଙ୍କ ପାର୍ଟି ସମ୍ପୂର୍ଣ୍ଣ ଆଧୁନିକ, ଡିଜିଟାଲ ହେବ ଏବଂ ଜନସମ୍ପର୍କ ସ୍ଥାପନ କରିବାର ନୂତନ ଉନ୍ନତ ଜ୍ଞାନକୌଶଳ ସହିତ ଏହା ଆରମ୍ଭ ହେବ। ଦଳର ନାମ କ’ଣ ହେବ ସେନେଇ କୌଣସି ଅନ୍ତିମ ଆଲୋଚନା ହୋଇନାହିଁ। କିନ୍ତୁ ସୂତ୍ରରୁ ଜଣାପଡିଛି ଯେ ପିକେ ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ତାଙ୍କ ରାଜନୈତିକ ଦଳ ଆରମ୍ଭ କରିବେ।

ପ୍ରଶାନ୍ତ କିଶୋର ୧୯୭୭ରେ ବିହାରର ବକ୍ସର ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ଉତ୍ତରପ୍ରଦେଶର ବାଲିଆ ଜିଲାର ହୋଇଥିବାବେଳେ ପିତା ବିହାରରେ ଜଣେ ଡାକ୍ତର। ତାଙ୍କ ସ୍ତ୍ରୀଙ୍କ ନାମ ଜାନଭି ଦାସ। ସେ ଆସାମର ଗୁଆହାଟୀରେ ଡାକ୍ତର ଅଛନ୍ତି। ପ୍ରଶାନ୍ତ କିଶୋର ଏବଂ ଜାନଭୀଙ୍କ ଜଣେ ପୁଅ ଅଛନ୍ତି।
ପିକେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଷମତାକୁ ଆଣିବା କାରଣରୁ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଥିଲେ।

୩୪ ବର୍ଷ ବୟସରେ ଆଫ୍ରିକାରୁ ତାଙ୍କର ମିଳିତ ଜାତିସଂଘ ଚାକିରି ଛାଡି ପିକେ ୨୦୧୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳରେ ଯୋଗ ଦେଇଥିଲେ। ଏହା ପରେ ହିଁ ରାଜନୀତିରେ ବ୍ରାଣ୍ଡିଂର ଯୁଗ ଆରମ୍ଭ ହୋଇଥିଲା ସେ ମୋଦିଙ୍କ ପାଇଁ ରାଜନୀତି କ୍ଷେତ୍ରରେ ମାର୍କେଟିଂ ଆରମ୍ଭ କରିଥ!ଲେ।

ଚା ପେ ଚର୍ଚା, ଥ୍ରୀ ଡି ରାଲି, ରନ ଫର୍‌ ୟୁନିଟି, ମନ୍ଥନ ଭଳି ବିଜ୍ଞାପନ ଅଭିଯାନ ସେ ଆରମ୍ଭ କରିଥିଲେ। ତାଙ୍କର ଭାରତୀୟ ରାଜନୈତିକ କ୍ରିୟାନୁଷ୍ଠାନ କମିଟି (ଆଇ-ପିଏସି) ନାମକ ଏକ ସଂଗଠନ ରହିଛି। ଏହା ନେତୃତ୍ୱ, ରାଜନୈତିକ ରଣନୀତି, ବାର୍ତ୍ତା ଅଭିଯାନ ଏବଂ ଭାଷଣର ବ୍ରାଣ୍ଡିଂ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri