Categories: ଜାତୀୟ

ନୀତୀଶଙ୍କୁ ଉତ୍ତର ଦେଲେ ପିକେ, କହିଲେ ବୟସ ବଢ଼ିବା ଯୋଗୁ କିଛି କହିବାକୁ ଚାହିଁ ଅନ୍ୟ କଥା କହୁଛନ୍ତି…

ପାଟନା,୯।୧୦ : ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଆଣିଥିବା ଗୁରୁତର ଅଭିଯୋଗକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଉତ୍ତର ଦେଇଛନ୍ତି। ନୀତୀଶଙ୍କ ଏକ ଅଭିଯୋଗ ଉପରେ ସେ ପ୍ରତିକ୍ରିୟା ଦେଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ ବର୍ତ୍ତମାନ ଧୀରେ ଧୀରେ ତାଙ୍କ ବୟସର ପ୍ରଭାବ ଦେଖିବାକୁ ମିଳୁଛି। ସେ ଏକୁଟିଆ ପଡ଼ିଯାଇଛନ୍ତି ଯେଉଁଥିପାଇଁ ସେ କିଛି କହିବାକୁ ଚାହୁଁଛନ୍ତି କିନ୍ତୁ ଅନ୍ୟ କିଛି କହି ଦେଉଛନ୍ତି।

ସେ କହୁଛନ୍ତି ଯେ ମୁଁ ଭାଜପାର ଏଜେଣ୍ଡା ଉପରେ କାମ କରୁଛି। ଏହା ସହିତ ପୁଣି କହୁଛନ୍ତି ଯେ ମୁଁ ତାଙ୍କୁ ଜେଡିୟୁକୁ କଂଗ୍ରେସ ସହିତ ମିଶ୍ରଣ କରିବାକୁ କହିଥିଲି। ଯଦି ମୁଁ ଭାଜପାର ଏଜେଣ୍ଡା ଉପରେ କାମ କରିବି ତେବେ କଂଗ୍ରେସ ଏବଂ ଜେଡିୟୁକୁ ମଜବୁତ କରିବା ପାଇଁ ସେମାନଙ୍କୁ କାହିଁକି ଏକାଠି ହେବାକୁ କହିବି ବୋଲି ପିକେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ନୀତୀଶ କୁମାର ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଏବଂ କହିଥିଲେ ଯେ ଥରେ ପ୍ରଶାନ୍ତ ମୋ ପାଖକୁ ଆସି ଦଳକୁ କଂଗ୍ରେସ ସହ ମିଶ୍ରଣ କରିବାକୁ କହିଥିଲେ, ମୁଁ ମନା କରିଥିଲି। େ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାବେଳେ ନୀତୀଶ କୁମାର କହିଥିଲେ ଯେ ଆମେ ତାଙ୍କୁ ସାକ୍ଷାତ କରିବାକୁ ପ୍ରଶାନ୍ତ କିଶୋରଙ୍କୁ ଡାକି ନଥିଲୁ, ସେ ନିଜେ ଆସିଥିଲେ। ପ୍ରଶାନ୍ତ କିଶୋର କେବଳ ମିଛ କହୁଛନ୍ତି। ସେ ପୂର୍ବରୁ ମୋ ସହିତ ମୋ ଘରେ ରହୁଥିଲେ। ବର୍ତ୍ତମାନ ତାଙ୍କ ବିଷୟରେ ମୁଁ କ’ଣ କହିବି ? ସେ ଯେଉଁଠାକୁ ଯିବାକୁ ଚାହାଁନ୍ତି, ସେଠାକୁ ଯାଆନ୍ତୁ। ମୋର ସେଥିରେ କିଛି ଯାଏ ଆସେ ନାହିଁ।

ନୀତୀଶଙ୍କ ଏହି ଅଭିଯୋଗର ଉତ୍ତର ପ୍ରଶାନ୍ତ କିଶୋର ରବିବାର ଦେଇଛନ୍ତି।

 

Share