Categories: ଜାତୀୟ

କ୍ୟାପଟେନ୍‌ଙ୍କ ହାତ ଛାଡ଼ିଲେ ପିକେ…

ଚଣ୍ଡିଗଡ଼,୫।୮: ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦବୀରୁ ପ୍ରଶାନ୍ତ କିଶୋର(ପିକେ) ଇସ୍ତଫା ଦେଇଛନ୍ତି। ନିଜ ଦାୟିତ୍ୱ ସେ ଠିକ୍‌ ଭାବେ ତୁଲାଇ ପାରୁ ନ ଥିବାରୁ ପଦବୀ ଛାଡୁଥିବା ପ୍ରଶାନ୍ତ କିଶୋର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ପ୍ରଶାନ୍ତ ପଦବୀରୁ ଉସ୍ତଫା ଦେବା ଅମରିନ୍ଦରଙ୍କ ପାଇଁ ସଙ୍କଟ ସୃଷ୍ଟି କରିବ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜାରି ରହିଛି। ପ୍ରଶାନ୍ତ କଂଗ୍ରେସରେ ଯୋଗଦେବା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଦଳରେ ତାଙ୍କୁ ନିର୍ବାଚନ ଏବଂ ରଣନୀତି ରାଷ୍ଟ୍ରୀୟ ମହାସଚିବ ଦାୟିତ୍ୱ ପ୍ରଦାନ କରାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

Share