ପୀୟୂଷ ଖୋଲିଲେ ଗୁମର: ବାଟ ନପାଇ ଯେଉଁ ସମସ୍ୟା ପାଇଁ ବିଶ୍ରାମ ନେଇଥିଲ ସେ ହୋଇଗଲା …

ଭୁବନେଶ୍ୱର,୨୪।୬: ଯାତ୍ରା ଅଭିନେତା ପୀୟୂଷଙ୍କୁ ନେଇ ମୁହାଁମୁହିଁ ଯାତ୍ରା ମାଲିକ। ପୁଣି ୫ ବର୍ଷ ପାଇଁ ସିଂହବାହିନୀରେ ରହିବା ଚର୍ଚ୍ଚାକୁ ନେଇ ବର୍ଷିଛନ୍ତି ସୂର୍ଯ୍ୟମନ୍ଦିର ମାଲିକ । ପୂର୍ବରୁ ବର୍ଷେ ବିଶ୍ରାମ ନେବାକୁ ପୀୟୂଷ ଘୋଷଣା କରିଥିଲେ । ବର୍ତ୍ତମାନ ସିଂହବାହିନୀ ସହ ରହିବା ନେଇ ପୀୟୂଷ ସ୍ପଷ୍ଟ କରିଛନ୍ତି । ଏନେଇ ପ୍ରେସମିଟ ଯୋଗେ ସେ ସୂଚନା ଦେଇଛନ୍ତି ।

ଏହି ପ୍ରସଙ୍ଗରେ ପୀୟୂଷ କହିଛନ୍ତି, “ଯେତେବେଳେ ମୁଁ ଅପେରା ସୂର୍ଯ୍ୟମନ୍ଦିରରେ କାମ କରୁଥିଲି ସେତେବେଳେ ମୋ ପାଇଁ ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ମଧ୍ୟରେ ବିବାଦ ଉପୁଜିଥିଲା । ଅର୍ଥ କାରବାରକୁ ନେଇ ଏହି ବିବାଦ ହୋଇଥିଲା । ଯାହାର ସମାଧାନର ବାଟ ନ ପାଇ ମୁଁ ବର୍ଷେ ବିଶ୍ରାମ ନେବାକୁ ଘୋଷଣା କରିଥିଲି । ଘରେ ରହିବାକୁ ନିଷ୍ପତ୍ତି ନେଇଥିଲି । ସ୍ବାାସ୍ଥ୍ୟଗତ କାରଣ ଦର୍ଶାଇ ବିଶ୍ରାମ ନେବି କହିଥିଲି । ଯଦି ମାଲିକମାନେ ନିଷ୍ପତ୍ତି ନିଅନ୍ତି ତାହେଲେ କାମ କରିବି କହିଥିଲି । ହେଲେ ଦୁଇ ପାର୍ଟିର ମାଲିକ ବର୍ତ୍ତମାନ କହୁଛନ୍ତି ପୀୟୁଷ ସୁସ୍ଥ ହେଲେ ଆମ ପାର୍ଟିକୁ ଆସିବ । ଯେଉଁ ସମସ୍ୟା ପାଇଁ ମୁଁ ଏହି ନିଷ୍ପତ୍ତି ନେଇଥିଲି ଆଜି ପୁଣି ସେହି ସମସ୍ୟା ଉପୁଜିଛି ।

ଯେଉଁମାନଙ୍କୁ ନେଇ ବିବାଦ ଉପୁଜିଛି, ସେମାନେ ମୁଁ ଶବ୍ଦ ଛାଡିଦେଲେ ସବୁ ସମାଧାନ ହୋଇଯିବ । ମୁଁ ଛାଡି ଆମେ ଶବ୍ଦ ବ୍ୟବହାର କରିବା ଦରକାର । ମୋ ଯାତ୍ରା ପାର୍ଟି ନୁହେଁ, ଆମ ଯାତ୍ରା ପାର୍ଟି ବୋଲି ସେମାନେ ଭାବିବା ଆବଶ୍ୟକ । ମାଲିକ ସଂଘକୁ ସମ୍ମାନ ଦେବା କଳାକାରର ଧର୍ମ । ଯେଉଁଥିପାଇଁ ମୁଁ ଗୋଟିଏ ବର୍ଷ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲି । ଆସନ୍ତା ୨୦୨୬-୩୦ ଯାଏଁ ମୁଁ ସିଂହବାହିନୀ ସହ ଅନୁବନ୍ଧିତ ହୋଇଛି । ଯଦି ମାଲିକ ସଂଘ କିଛି ନିଷ୍ପତ୍ତି ନେବେ ତାହା ଗ୍ରହଣ କରିବି ।

ସେପଟେ ଫିଲ୍ମରେ ଅଭିନୟ କରିବା ନେଇ ହେଉଥିବା ଚର୍ଚ୍ଚା ବିଷୟରେ ଉତ୍ତର ରଖିଛନ୍ତି ପୀୟୁଷ । ସେ କହିଛନ୍ତି, ଯାତ୍ରା ଓ ଫିଲ୍ମ ଭିନ୍ନ ଜିନିଷ । ଯଦି ଦର୍ଶକଙ୍କ ଭଲପାଇବା ଥିବ ଓ ପ୍ରଯୋଜକ ମୋତେ ନେଲେ ଯଦି ଲାଭବାନ ହେବେ ଭାବିବେ, ମୋର ଅଭିନୟ କରିବାରେ ଅସୁବିଧା କ’ଣ?


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ବିବାହ ପରେ ବି ପିଛା ଛାଡ଼ୁ ନ ଥିଲେ! ନାବାଳିକାଙ୍କୁ ଅସଦାଚରଣ କରି ବ୍ରହ୍ମପୁର ଜେଲ୍‌ ଗଲେ ରାଜମିସ୍ତ୍ରୀ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri