ପିଟସ୍‌ବର୍ଗ ପାର୍ଟିରେ ଗୁଳି: ୨ ନିହତ, ୯ ଆହତ

ଓ୍ବାଶିଂଟନ୍‌, ୧୮ା୪: ଆମେରିକାର ପେନସିଲଭାନିଆସ୍ଥିତ ପିଟସ୍‌ବର୍ଗର ଏକ ଭଡ଼ାଘରେ ଶନିବାର ବିଳମ୍ବିତ ରାତିରେ ପାର୍ଟି ଚାଲିଥିବାବେଳେ ଗୁଳିକାଣ୍ଡ ଘଟିଛି। ଏଥିରେ ୨ ନାବାଳକ ନିହତ ଓ ୯ ଜଣ ଆହତ ହୋଇଥିବା ପିଟସ୍‌ବର୍ଗ ବ୍ୟୁରୋ ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ମୁଖ୍ୟ ସ୍କଟ୍‌ ସ୍କୁବର୍ଟ କହିଛନ୍ତି, ପାର୍ଟିରେ ୨୦୦ ଜଣ ସାମିଲ ଥିବାବେଳେ କେତେଜଣ ସନ୍ଦିଗ୍ଧ ସେମାନଙ୍କୁ ଟାର୍ଗେଟ କରି ୫୦ ରାଉଣ୍ଡ ଗୁଳି ଚଳାଇଥିଲେ। ବନ୍ଧୁକଧାରୀମାନେ ପାର୍ଟି ବାହାରେ ମଧ୍ୟ ଫାୟାରିଂ କରି ଫେରାର ହୋଇଯାଇଥିଲେ।

Share