ଫିଲ୍ମ ‘ଆଦିପୁରୁଷ’କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ, ବ୍ୟାନ୍‌ କରିବାକୁ ଦାବି

ନୂଆଦିଲ୍ଲୀ,୧୬।୬: ରିଲିଜ୍‌ ହେଉଣୁ ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ ଦେଖାଯାଇଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆବେଦନରେ ରାମାୟଣ ଏବଂ ପ୍ରଭୁ ରାମଙ୍କୁ ଫିଲ୍ମରେ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯିବାକୁ ମଧ୍ୟ ଦାବି କରାଯାଇଛି।

ହିନ୍ଦୁ ସେନା ସଂଗଠନ ଦ୍ୱାରା ଦାଖଲ କରାଯାଇଥିବା ଏକ ପିଟିସନରେ କୁହାଯାଇଛି ଯେ, ଏହି ଚଳଚ୍ଚିତ୍ରରେ ଭାରତୀୟ ସଂସ୍କୃତିକୁ ଉପହାସ କରାଯାଇଛି।

ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଆବେଦନକାରୀ ବିଷ୍ଣୁ ଗୁପ୍ତା କହିଛନ୍ତି, ଶନିବାର ଏହି ଆବେଦନରେ ଆବଶ୍ୟକୀୟ ସଂଶୋଧନ କରିବେ। ଫିଲ୍ମକୁ ଦିଆଯାଇଥିବା ସେନସର ସାର୍ଟିଫିକେଟ ବାତିଲ କରିବା ପାଇଁ ସେ ଦାବି ରଖିଛନ୍ତି। ଆଦିପୁରୁଷ ଫିଲ୍ମ ଦ୍ୱାରା ହିନ୍ଦୁମାନଙ୍କ ଭାବନା ଆଘାତ ପାଇଛି। ପ୍ରଭୁ ରାମ, ମା ସୀତା, ହନୁମାନ ଏବଂ ରାବଣ ସହିତ ଜଡିତ ଆପତ୍ତିଜନକ ଦୃଶ୍ୟକୁ ହଟାଇବାକୁ ମଧ୍ୟ ଆବେଦନ କରାଯାଇଛି ବୋଲି ସେ କହିଛନ୍ତି।

Share