Categories: ଖେଳ

ଏମ୍‌. ଚିଦାମ୍ବରମ୍‌ ଷ୍ଟାଡିୟମ୍‌ର ପିଚ୍‌କୁ ଦେଖି ଏମିତି ଆକଳନ କରନ୍ତି କ୍ରିକେଟ ପ୍ରେମୀ, ଜାଣନ୍ତୁ ଏ ସମ୍ପର୍କରେ…

ନୂଆଦିଲ୍ଲୀ,୬ା୫: ଆଇପିଏଲର ୨୦୨୩ର ୪୯ ତମ ମ୍ୟାଚ୍‌ ଖୁବ୍‌ ଦମ୍‌ଦାର ହେବାକୁ ଯାଉଛି। କାରଣ ଆଜିର ଏହି ମ୍ୟାଚ୍‌ରେ ଦୁଇଟି ହେଭି ଓ୍ବେଟ୍‌ ଦଳ ପୁଣି ଥରେ ପଡ଼ିଆକୁ ଓହ୍ଲାଉଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଏକ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛନ୍ତି।

ଏହି ମ୍ୟାଚ୍‌ ଚେନ୍ନାଇର ଏମ୍‌. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଶନିବାର ଡବଲ ହେଡର୍‌ ମ୍ୟାଚର ଏହା ପ୍ରଥମ ମ୍ୟାଚ୍‌ ହେବାକୁ ଯାଉଛି। ଶେଷଥର ପାଇଁ ଉଭୟ ଦଳ ଏହ ସିଜନ୍‌ରେ ପରସ୍ପରକୁ ଭେଟିଥିଲେ। ଚେନ୍ନାଇ ମୁମ୍ବାଇକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା।

ଶେଷ ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁମ୍ବାଇ ୨୦ ଓଭରରେ ୮ ଓ୍ବିକେଟ ନେଇ ୧୫୭ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ଚେନ୍ନାଇ ୧୮.୧ ଓଭରରେ ତିନୋଟ ଓ୍ବିକେଟ ହରାଇ ୧୫୯ ରନ୍‌ ସ୍କୋର କରି ମ୍ୟାଚ ଜିତିଥିଲା।

ଏମ୍‌. ଚିଦାମ୍ବରମ ଷ୍ଟାଡିୟମର ପିଚ୍‌ ବିଷୟରେ କହିବାକୁ ଗଲେ ଏଡି ଷ୍ଟାଡିୟମରେ ସ୍ପିନରମାନେ ଓ୍ବିକେଟ ଉପରେ ପ୍ରାଧାନ୍ୟ ବିସ୍ତାର କରନ୍ତି। ଏଠାରେ ଥିବା ପିଚ୍‌ ବର୍ତ୍ତମାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅନୁକୂଳ ଅଟେ। ଏହି ସିଜନରେ ବ୍ୟାଟ୍ସମ୍ୟାନଙ୍କ ସପକ୍ଷରେ ଏହି ପିଚ୍‌ ଅଧିକ ରହିଛି।

ଏହି ପିଚ୍‌ ଧୀର ଏବଂ ଏଠାରେ ବହୁତ କମ୍‌ ବାଉନ୍ସ ଦେଖାଯାଏ, ଯେଉଁ କାରଣରୁ ବଲ୍‌ ବ୍ୟାଟ୍‌ ଉପରେ ଆସେ ନାହିଁ। ସ୍ପିନରମାନଙ୍କୁ ଏହି ପିଚ୍‌ ବେଶ୍‌ ସୁହାଇବ।

ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ୩୫ ଥର ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ଟି ମ୍ୟାଚ୍‌ ଜିତିଛି। ଏଥି ସହିତ ଚେନ୍ନାଇ ୧୫ଟି ମ୍ୟାଚ୍‌ ଜିତିଛି। ତେବେ ଏହି ଆକଳନକୁ ଦେଖିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Share