Posted inଖେଳ

ପିଚ-ଆଉଟଫିଲ୍ଡ ନୁହେଁ ଭଲ, ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟସାଧ୍ୟ: କେପଟାଉନ ଟେଷ୍ଟର ପିଚ ନେଇ ଅସନ୍ତୋଷ ବ୍ୟକ୍ତ କଲା ଆଇସିସି…

ନୂଆଦିଲ୍ଲୀ,୯।୧ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳଯାଇଥିବା ୨ ଟିକିଆ ଟେଷ୍ଟ ମ୍ୟାଚ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ କେପଟାଉନର ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଦେଢ଼ ଦିନ ମଧ୍ୟରେ ଭାରତ ଏହି ଟେଷ୍ଟ ମ୍ୟାଚ ଜିତିଥିଲା। ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ମୋଟ ୨୩ ୱିକେଟ ଖସିଥିଲା। ଏ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ଆଇସିସି ଏହି ପିଚ ଉପରେ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ଅନୁଷ୍ଠିତ ହୋଇଥିବା ପିଚ ନେଇ ଆଇସିସି ଅସନ୍ତୋଷ ବ୍ୟକ୍ତ କରିଛି। ଟେଷ୍ଟ କ୍ରିକେଟ ଇତିହାସରେ ଏହା ସବୁଠାରୁ କମ ଦିନର ଟେଷ୍ଟ ମ୍ୟାଚ ଥିଲା ଯେଉଁଠାରେ ୧୦୭ ଓଭର ବୋଲିଂ କରାଯାଇଥିଲା ଏବଂ ୩୩ ୱିକେଟ ଖସିଥିଲା। ଆୟୋଜକ ଦକ୍ଷିଣ ଆଫ୍ରିକା ଦଳ ଗୋଟିଏ ଦିନରେ ଦୁଇଥର ଅଲ ଆଉଟ ହୋଇଥିବାବେଳେ ପ୍ରଥମ ଦିନରେ ଦ୍ୱିତୀୟ ଇନିଂସରେ ଭାରତୀୟ ଦଳ ୭୯ ରନରେ ୩ ୱିକେଟ ହରାଇଥିଲା।

ଆଇସିସି ମ୍ୟାଚ ରେଫରି କ୍ରିସ ବ୍ରଡ କେପଟାଉନ ଟେଷ୍ଟର ପିଚ ସମ୍ପର୍କରେ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ମ୍ୟାଚ ଅଧିକାରୀମାନେ ଏହି ରିପୋର୍ଟରେ ଉଦବେଗ ପ୍ରକାଶ କରିଛନ୍ତି। ମୂଲ୍ୟାଙ୍କନ ପରେ ମ୍ୟାଚ ଅଧିକାରୀମାନେ ନ୍ୟୁଲାଣ୍ଡସ ପିଚ ନେଇ ଅସନ୍ତୁଷ୍ଟ ଥିବା ଘୋଷଣା କରିଛନ୍ତି। କ୍ରିସ ବ୍ରଡ କହିଛନ୍ତି, ’ନ୍ୟୁଲାଣ୍ଡସରେ ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟସାଧ୍ୟ ଥିଲା। ସମଗ୍ର ମ୍ୟାଚରେ ବଲ ଦ୍ରୁତ ଗତିରେ ବାଉନ୍ସ ହୋଇଥିଲା ଏବଂ ବେଳେବେଳେ ବିପଜ୍ଜନକ ଭାବରେ ହୋଇଥିଲା। ଯେଉଁଥିପାଇଁ ବ୍ୟାଟ୍ସମ୍ୟାନଙ୍କ ପାଇଁ ସଟ ଖେଳିବା କଷ୍ଟକର ହୋଇଥିଲା। ଅନେକ ବଲ ବ୍ୟାଟ୍ସମ୍ୟାନଙ୍କ ଗ୍ଲୋବ୍ସକୁ ମାଡ ହୋଇ ବିପଜ୍ଜନକ ଭାବରେ ବାଉନ୍ସ ହୋଇଥିଲା।

ସୂଚନାଯୋଗ୍ୟ, ଆଇସିସି ପିଚ ଏବଂ ଆଉଟଫିଲ୍ଡ ମନିଟରିଂ ପ୍ରକ୍ରିୟାରେ, ଯଦି ଏକ ପିଚ କିମ୍ବା ଆଉଟଫିଲ୍ଡ ଭଲ ବୋଲି ବିବେଚନା କରାଯାଏ ନାହିଁ, ତେବେ ସେହି ସ୍ଥାନକୁ ଗୋଟିଏ ଡିମେରିଟ ପଏଣ୍ଟ ଦିଆଯାଏ। ଯାହାର ପିଚ ଏବଂ ଆଉଟଫିଲ୍ଡ ନେଇ ମ୍ୟାଚ ରେଫରି ଅସନ୍ତୁଷ୍ଟ। ଯଦି କୌଣସି ସ୍ଥାନ ୬ଟି ଡିମେରିଟ ପଏଣ୍ଟ ପାଏ ତେବେ ସେଠାରେ ଗୋଟିଏ ବର୍ଷ ପାଇଁ କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜିତ ହୋଇପାରିବ ନାହିଁ। ଏହି ନିଷ୍ପତ୍ତି ଉପରେ ଅପିଲ କରିବାକୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପାଖରେ ୧୪ ଦିନ ବାକି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri