Categories: ଖେଳ

ଚେନ୍ନାଇ ପିଚ୍‌ ସମ୍ପର୍କରେ ରାହାନେଙ୍କ ବଡ଼ ବୟାନ

ଚେନ୍ନାଇ, ୧୨।୨: ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଚେପକ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍‌ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ପିଚ୍‌ ସର୍ମ୍ପକରେ ବଡ଼ ବୟାନ ଦେଇଛନ୍ତି।

ଏହା ପୂରା ଭିନ୍ନ ପିଚ୍‌। ମୁଁ ନିଶ୍ଚିତ ଯେ, ପ୍ରଥମ ଦିନରୁ ହିଁ ସ୍ପିନରଙ୍କୁ ସହାୟତା ମିଳିବ। କିନ୍ତୁ ପ୍ରଥମ ସେସନରେ ବଲ କେଉଁ ଭଳି ବ୍ୟବହାର କରୁଛି, ତାହା ଉପରେ ନଜର ରଖିବାକୁ ପଡ଼ିବ ବୋଲି ଶୁକ୍ରବାର ଭର୍ଚୁଆଲ ଖବରାଦାତା ସମ୍ମିଳନୀରେ ରାହାନେ କହିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ୨୨୭ ରନ୍‌ର ବଡ଼ ବ୍ୟବଧାନରେ ପରାଜୟ ବରଣ କରିଥିଲା। ” ପ୍ରଥମ ଟେଷ୍ଟର ଫଳାଫଳ ସମ୍ପର୍କରେ ଆମେ ଯେତେ ଶୀଘ୍ର ଭୁଲି ଯିବା, ତାହା ଦଳ ପାଇଁ ଭଲ। ଆମେ ଏଠାକାର ପରିସ୍ଥିତି ବିଷୟରେ ଭଲ ଭାବେ ଜାଣିଛୁ। ମ୍ୟାଚ୍‌ ଜିତିବା ପାଇଁ ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ “ ବୋଲି ସେ କହିଛନ୍ତି।

Share