Categories: ଜାତୀୟ

ନାବାଳକଙ୍କୁ ପିଟ୍‌ ବୁଲ ଆକ୍ରମଣ କରିବାରୁ ମାଲିକ ଗିରଫ

ଗୌତମ ବୁଦ୍ଧ ନଗର,୧୮।୧: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ସାଦୋପୁର ଗ୍ରାମରେ ସୋମବାର ଏକ ପିଟ୍‌ ବୁଲ ଆକ୍ରମଣରେ ଜଣେ ନାବାଳକ ଗୁରୁତର ହୋଇଛି। ଏହି ଘଟଣାରେ କୁକୁରର ମାଲିକଙ୍କୁ ଗିରଫ କରାଯାଇଛି।

ବାଦଲପୁର ପୋଲିସ ଅନୁଯାୟୀ, ନାବାଳକଙ୍କ ପରିବାର ସହ କୁକୁର ମାଲିକ ରବୀନ୍ଦର ଓ ସୌରଭଙ୍କ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ନାବାଳକଙ୍କୁ ଆକ୍ରମଣ କରିବା ପାଇଁ କୁକୁରକୁ ଖୋଲା ଛାଡ଼ି ଦେଇଥିଲେ ତା’ର ମାଲିକ।

“ଆହତ ନାବାଳକଙ୍କ ପରିବାର ପକ୍ଷରୁ ଅଭିଯୋଗ ଦାୟର କରାଯାଇଥିଲା। ତା’ ପରେ ଆମେ ରବୀନ୍ଦର ଓ ସୌରଭଙ୍କୁ ଗିରଫ କରିଛୁ। ଅନ୍ୟ ଜଣେ ଅଭିଯୁକ୍ତ ଜଗତ ଏବେ ଫେରାର ଅଛନ୍ତି” ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share