ପିପିଲି ଉପନିର୍ବାଚନ: ରବିବାର ସକାଳୁ ଭୋଟଗଣତି

ଭୁବନେଶ୍ୱର,୨।୧୦(ବ୍ୟୁରୋ): ପିପିଲି ଉପନର୍ବାଚନ ପାଇଁ ସେପ୍ଟେମ୍ବର ୩୦ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ତେବେ ରବିବାର ଭୋଟଗଣତି ହେବ। ସକାଳ ୮ଟାରୁ ଭୋଟଗଣତି ହେବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହା ପରେ ୮ଟା ୩୦ରୁ ଇଭିଏମ୍‌ ଭିଭିପିଏଟିରୁ ଭୋଟ ଗଣତି କରାଯିବ। ୨ଟି ହଲରେ ଇଭିଏମ ଓ ଗୋଟିଏ ହଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ।