ଦେଶ ବିଦେଶରେ ଲକ୍ଷେରୁ ଊର୍ଦ୍ଧ୍ୱ ମିସ୍ତ୍ରି

କେନ୍ଦ୍ରାପଡ଼ା ଅଫିସ, ୩୦ା୬: କେନ୍ଦ୍ରାପଡ଼ା ଜିଲା ପାଣି ପାଇପ ମିସ୍ତ୍ରି ପ୍ରସଙ୍ଗରେ ଆଗୁଆ। ଜିଲାର ଲକ୍ଷେରୁ ଊର୍ଦ୍ଧ୍ୱ କୁଶଳୀ କାରିଗର ଦେଶ ବିଦେଶରେ ଅଛନ୍ତ। ଦି’ ଇଣ୍ଡିଆନ ପ୍ଲମ୍ବିଂ ସ୍କିଲ କାଉନସିଲର ସର୍ଭେ ଅନୁଯାୟୀ ଦେଶରେ କାର୍ଯ୍ୟରତ ପାଣି ପାଇପ ମିସ୍ତ୍ରିଙ୍କ ମଧ୍ୟରୁ ଓଡ଼ିଆ ଭାଷାଭାଷୀ ୭୦ ଭାଗ। ଏଥିମଧ୍ୟରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସର୍ବାଧିକ ଅଛନ୍ତି। ତେବେ ଏହି କୁଶଳୀ କାରିଗରଙ୍କ ତଥ୍ୟ ଜିଲା ପ୍ରଶାସନ ନିକଟରେ ନାହିଁ। ଦେଶ ବିଦେଶରେ କୌଣସି ଅସୁବିଧାର ସମ୍ମୁଖିନ ହେଲେ ଉଦ୍ଧାର ଅଥବା ସହଯୋଗ ପାଇଁ ଜିଲା ପ୍ରଶାସନର ନାଚାର ଅବସ୍ଥା ଦେଖାଉଛି। ଏମାନଙ୍କ ଡାଟାବେସ ପ୍ରସ୍ତୁତି ସହ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଟୋଲ ଫ୍ରି ନମ୍ବର ଦିଆଗଲେ ଜିଲାବାସୀ ଉପକୃତ ହୋଇପାରିବେ। ଏଥିପାଇଁ ଏମାନଙ୍କ ଚିହ୍ନଟ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏ ସମ୍ପର୍କରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ୧୯୪୭ ମସିହାରେ କୋଲକାତା ହାଇକୋର୍ଟରେ ଦିନେଶ ଚନ୍ଦ୍ର ଗୁହା ନାମକ ଜଣେ ବ୍ୟକ୍ତି ଏକ ମକଦ୍ଦମା ଦାଏର କରିଥିଲେ। ଏଥିରେ କୋଲକାତା ମ୍ୟୁନିସିପାଲିଟିର ଲାଇସେନ୍ସ ପ୍ରାପ୍ତ ପାଣି ପାଇପ ନିଯୁକ୍ତ ହୋଇ ନ ଥିବା ଦର୍ଶାଇ ଓଡ଼ିଶାର ପାଣି ପାଇପ ମିସ୍ତ୍ରିଙ୍କୁ ବିରୋଧ କରିଥିଲେ। ତତ୍କାଳୀନ ସମୟରେ ପଟ୍ଟାମୁଣ୍ଡାଇର ଏହି କର୍ମ କୁଶଳୀ ମିସ୍ତ୍ରିଙ୍କ ଅନୁଭବ ଆଗରେ ପାଠପଢ଼ା ଡିଗ୍ରୀ ହାର ମାନିଥିଲା। ବାସ୍ତବରେ ୧୯୩୦ ମସିହାରେ କେତେଜଣ ଯୁବକ ବ୍ରିଟିଶ କମ୍ପାନୀରେ ରହି କାର୍ଯ୍ୟ କରୁଥିଲେ। ଦେଶ ବିଭାଜନ ପରେ ଏହି କମ୍ପାନୀରେ ଥିବା ମୁସଲମାନ ସମ୍ପ୍ରଦାୟ ଲୋକ ପୂର୍ବ ପାକିସ୍ଥାନକୁ ପଳାଇ ଯିବା ପରେ କୋଲକାତାରେ ଓଡ଼ିଆ ମିସ୍ତ୍ରିଙ୍କ ଆଧିପତ୍ୟ ବଢ଼ିଥିଲା। ଏପରି କି ୧୯୭୦ ମସିହାରୁ ଅଦ୍ୟାବଧି ଜିଲାର ଏହି କୁଶଳୀ କାରିଗର ଆରବ, କୁଏତ ଆଦି ଦେଶରେ ସର୍ବାଧିକ ଗ୍ରହଣୀୟ ହୋଇଛନ୍ତି। ଗତ ୨୦୧୦ ମସିହାରୁ ପଟ୍ଟାମୁଣ୍ଡାଇଠାରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ପ୍ଲମ୍ବିଂ ଟେକ୍ନୋଲୋଜି (ଏସ୍‌ଆଇପିଟି) ଆରମ୍ଭ ପରେ କୁଶଳୀଙ୍କ ସଂଖ୍ୟା ଅଧିକ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି। ଜିଲାର ଏକ ବେସରକାରୀ ସଂସ୍ଥାର ଆକଳନ ଅନୁଯାୟୀ, ୨୦୧୧ ଜନଗଣନା ଅନୁଯାୟୀ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସହିତ ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୫,୩୬,୦୨୬ ଜଣଙ୍କ ମଧ୍ୟରୁ ୫୧ ପ୍ରତିଶତ ଜିଲା ବାହାରେ କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୬୭ ଭାଗ ପାଣିପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଏହି କୁଶଳୀ ଶ୍ରମିକଙ୍କ ଡାଟାବେସ ନ ଥିବାରୁ ସରକାରୀ ପ୍ରୋତ୍ସାହନ ମିଳିପାରୁନାହିଁ। ପଟ୍ଟାମୁଣ୍ଡାଇର ନରେନ୍ଦ୍ର ରାଉତ କହିଛନ୍ତି, ଏଠାକାର କୁଶଳୀ କାରିଗରମାନେ ଦେଶ ବିଦେଶରେ ମଧ୍ୟସ୍ଥି, ଠିକାଦାର, ବିଲଡରଙ୍କ ଜରିଆରେ ପାଣି ପାଇପ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ବହୁ ସମୟରେ ଏହି ଶ୍ରମିକଙ୍କ ନିର୍ଯାତନା ଖବର ଆସିଥାଏ। ସେହିପରି ଭିସା, ପାସ୍‌ପୋର୍ଟ ଆଦି ସମସ୍ୟା ରହିଛି। ଏହି ସମୟରେ ପ୍ରଶାସନ ପକ୍ଷରୁ ସାହାଯ୍ୟର ଆବଶ୍ୟକତା ଥିବା ବେଳେ ପରିଚୟ ଓ କାର୍ଯ୍ୟସ୍ଥଳର ତଥ୍ୟ ଅଭାବରୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଏଥିସହ ଶ୍ରମ ବିଭାଗ ପକ୍ଷରୁ ଡାଟା ବେସ ପ୍ରସ୍ତୁତ କରାଯାଇ ଏକ ଟୋଲ ଫ୍ରି ନମ୍ବର ଦେଲେ ଜିଲା ବାହାରେ ରହୁଥିବା ଶ୍ରମିକଙ୍କ ସମସ୍ୟା କିଛି ଲାଘବ ହୋଇପାରିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ, ୨୦୧୯ରେ ଡାଟାବେସ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଇଛି। ପାଣି ପାଇପ ମିସ୍ତ୍ରି ଅଥବା ଶ୍ରମିକ ଜିଲା ବାହାରକୁ ଯାଉଥିବା ସମୟରେ ଶ୍ରମ ବିଭାଗ କାର୍ଯ୍ୟାଳୟରେ ନିଜର ନାମ ପଞ୍ଜୀକୃତ କରାଇବା ବ୍ୟବସ୍ଥା ହୋଇଛି। ଏଥିସହ ପଟ୍ଟାମୁଣ୍ଡାଇ ବ୍ଲକ ଚାହାପଡ଼ା ସ୍ଥିତ ଏସ୍‌ଆଇପିଟିରୁ ପୁରାତନ ଓ ନୂତନ ଶିକ୍ଷାର୍ଥୀଙ୍କ ପରିଚୟ ମଗାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri