ପିଅନଙ୍କ ହତ୍ୟା ପଛରେ ପରକୀୟା ପ୍ରୀତି

କେନ୍ଦୁଝର,୫।୧୨(ସ୍ବ.ପ୍ର.): କେନ୍ଦୁଝର ପଣ୍ଡାପଡା ଥାନା ଅନ୍ତର୍ଗତ ବଡକମଣ୍ଡରା ଗ୍ରାମରେ ସ୍କୁଲ ପିଅନ ନିରଞ୍ଜନ ନାଏକଙ୍କ ମୃତଦେହ ଶନିବାର ଏକ କୂଅରୁ ମିଳିଥିଲା। ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗରେ ପୋଲିସ ରବିବାର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖୁଣ୍ଟବନ୍ଧ ଗ୍ରାମର ଭାଗିରଥୀ ମହାନ୍ତ ଓ ତାଙ୍କ ସ୍ତ୍ରୀ ପଦ୍ମାବତୀ ମହାନ୍ତ, ଲଳିତ କୁମାର ମହାନ୍ତ, ଗୋପିନାଥପୁର ଗ୍ରାମର ଦିଲୀପ କୁମାର ମହାନ୍ତ ଏବଂ ବଡନୁଆଗାଁର ଅକ୍ଷୟ ବେହେରା।

ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି। ପ୍ରକାଶ ଥାଉ, ନିରଞ୍ଜନ ଧନୁର୍ଜୟପୁର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ପିଅନ ଥିଲେ। ଗତ ୨୮ ତାରିଖ ରାତିରେ ଡ୍ୟୁଟି କରିବାକୁ ଯାଇ ଘରକୁ ଫେରି ନ ଥିଲେ। ଏନେଇ ତାଙ୍କ ସ୍ତ୍ରୀ ଦ୍ରାୈପଦୀ ପଣ୍ଡାପଡା ଥାନାରେ ଅଭିଯୋଗ କରିଥିଲେ। ହେଲେ ଶନିବାର କୁଅରୁ ନିରଞ୍ଜନଙ୍କ ମୃତଦେହ ମିଳିଥିଲା।