ପଞ୍ଚାୟତ ଅଫିସରେ ପିଇଓଙ୍କୁ ତାଲା ପକାଇଲେ

ଅମରପାଲି,୨୦ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ପିଅନ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଶୁକ୍ରବାର ତାଲା ପକାଇ ଦେଇଥିଲେ। ଆକ୍ରୋଶ ମନୋଭାବ ରଖି ପିଅନ ଅନ୍ୟଜଣେ ଯୁବକଙ୍କ ସହ ମିଶି ତାଙ୍କୁ ଆକ୍ରମଣ କରିବା ସହ ଅଫିସରେ ତାଲା ପକାଇ ଦେଇଥିବା ପିଇଓ ସୁବଳୟା ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଅଫିସରେ ମଦ୍ୟପାନ କରୁଥିବା ଅଭିଯୋଗ କରି ପିଅନ ମଧ୍ୟ ଥାନାରେ ତାଙ୍କ ବିରୋଧପାଲଟା ଅଭିଯୋଗ କରିଛନ୍ତି। ପିଇଓଙ୍କ ଅଭିଯୋଗ ଆଧାରରେ ଏକ ମାମଲା(୭୧/୨୩) ଏବଂ ପିଅନଙ୍କ ଅଭିଯୋଗକ୍ରମେ ଅନ୍ୟ ଏକ ମାମଲା (୭୨/୨୩) ରୁଜୁ ହୋଇଛି।
ସୂଚନାମତେ ସଂଗ୍ରାମପୁର ପଞ୍ଚାୟତକୁ ଅପରାହ୍ନ ପ୍ରାୟ ୨ଟାରେ ସଂଗ୍ରାମପୁର ପିଇଓ ଆଦିତ୍ୟ ମେଣ୍ଡିଲି ଏବଂ କମିରା ପଞ୍ଚାୟତ ଯୋଗାଣ ସହାୟକ ବିନୋଦ ପଧାନ ପଞ୍ଚାୟତ ଅଫିସକୁ ଆସିଥିଲେ। କୌଣସି କାମରେ ପିଇଓ ମେଣ୍ଡଲିି ପଞ୍ଚାୟତ ପିଅନ ସୁମିତ ପାତ୍ରଙ୍କୁ ଡାକିଥିଲେ। ଶୁଣିବା ଦୂରର କଥା ପିଅନ ସହଯୋଗୀ କମଳ ଲୋଚନ କର୍ମୀଙ୍କ ସହ ତାଙ୍କୁ ଓଲଟି ଗାଳିଗୁଲଜ ଓ ଆକ୍ରମଣ କରି ତାଲା ପକାଇ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ପିଅନ ପାତ୍ର ପାଲଟା ଅଭିଯୋଗରେ ଦର୍ଶାଇଛନ୍ତି କାର୍ଯ୍ୟାଳୟକୁ ଆସିବା ପରେ ପିିଇଓ ତାଙ୍କୁ ମଦ ପିଇବାକୁ ପାଣି ଆଣିବାକୁ କହିଥିଲେ। ହେଲେ ସେ ଏଥିରେ ରାଜି ନ ହେବାରୁ ପିଇଓଙ୍କ ସହ ଥିବା ପଧାନ ପିଅନ ତାଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟ ପରିସରରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଶୁଣି ଗ୍ରାମବାସୀ ପଞ୍ଚାୟତ ପରିସରରେ ରୁଣ୍ଡ ହୋଇଥିଲେ। ଖବର ପାଇ ସୁବଳୟା ଥାନା ପୋଲିସ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପିଇଓଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ପିଇଓ ମେଣ୍ଡିଲିଙ୍କୁ ପଚାରିବାରୁ ମଦ୍ୟପାନ ଅଭିଯୋଗକୁ ଖଣ୍ଡନ କରିବା ସହିତ ତାଙ୍କୁ ଆକ୍ରମଣ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ବ୍ରେକ୍‌ ଫେଲ୍‌ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ଜଣଙ୍କ ଜୀବନ

ବଣାଇଁ, ୧।୫ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା କେ ବଲାଙ୍ଗ ଥାନା ଚୁନାଘାଟିରେ ଏକ ଦୁର୍ଘଟଣା ଘଟିଛନ୍ତି। ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନମାଛ କାନ୍ଦଣା ଡ୍ୟାମ୍‌ରେ ଜଳାଭାବ

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ବିଭିନ୍ନ ଜଳଭଣ୍ଡାର, ନଦୀନାଳର ଜଳସ୍ତର ହ୍ରାସ ପାଇଛି। ବର୍ଷା ହେଉ ନ...

ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri