ପଞ୍ଚାୟତ ଅଫିସରେ ପିଇଓଙ୍କୁ ତାଲା ପକାଇଲେ

ଅମରପାଲି,୨୦ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ପିଅନ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଶୁକ୍ରବାର ତାଲା ପକାଇ ଦେଇଥିଲେ। ଆକ୍ରୋଶ ମନୋଭାବ ରଖି ପିଅନ ଅନ୍ୟଜଣେ ଯୁବକଙ୍କ ସହ ମିଶି ତାଙ୍କୁ ଆକ୍ରମଣ କରିବା ସହ ଅଫିସରେ ତାଲା ପକାଇ ଦେଇଥିବା ପିଇଓ ସୁବଳୟା ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଅଫିସରେ ମଦ୍ୟପାନ କରୁଥିବା ଅଭିଯୋଗ କରି ପିଅନ ମଧ୍ୟ ଥାନାରେ ତାଙ୍କ ବିରୋଧପାଲଟା ଅଭିଯୋଗ କରିଛନ୍ତି। ପିଇଓଙ୍କ ଅଭିଯୋଗ ଆଧାରରେ ଏକ ମାମଲା(୭୧/୨୩) ଏବଂ ପିଅନଙ୍କ ଅଭିଯୋଗକ୍ରମେ ଅନ୍ୟ ଏକ ମାମଲା (୭୨/୨୩) ରୁଜୁ ହୋଇଛି।
ସୂଚନାମତେ ସଂଗ୍ରାମପୁର ପଞ୍ଚାୟତକୁ ଅପରାହ୍ନ ପ୍ରାୟ ୨ଟାରେ ସଂଗ୍ରାମପୁର ପିଇଓ ଆଦିତ୍ୟ ମେଣ୍ଡିଲି ଏବଂ କମିରା ପଞ୍ଚାୟତ ଯୋଗାଣ ସହାୟକ ବିନୋଦ ପଧାନ ପଞ୍ଚାୟତ ଅଫିସକୁ ଆସିଥିଲେ। କୌଣସି କାମରେ ପିଇଓ ମେଣ୍ଡଲିି ପଞ୍ଚାୟତ ପିଅନ ସୁମିତ ପାତ୍ରଙ୍କୁ ଡାକିଥିଲେ। ଶୁଣିବା ଦୂରର କଥା ପିଅନ ସହଯୋଗୀ କମଳ ଲୋଚନ କର୍ମୀଙ୍କ ସହ ତାଙ୍କୁ ଓଲଟି ଗାଳିଗୁଲଜ ଓ ଆକ୍ରମଣ କରି ତାଲା ପକାଇ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ପିଅନ ପାତ୍ର ପାଲଟା ଅଭିଯୋଗରେ ଦର୍ଶାଇଛନ୍ତି କାର୍ଯ୍ୟାଳୟକୁ ଆସିବା ପରେ ପିିଇଓ ତାଙ୍କୁ ମଦ ପିଇବାକୁ ପାଣି ଆଣିବାକୁ କହିଥିଲେ। ହେଲେ ସେ ଏଥିରେ ରାଜି ନ ହେବାରୁ ପିଇଓଙ୍କ ସହ ଥିବା ପଧାନ ପିଅନ ତାଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟ ପରିସରରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଶୁଣି ଗ୍ରାମବାସୀ ପଞ୍ଚାୟତ ପରିସରରେ ରୁଣ୍ଡ ହୋଇଥିଲେ। ଖବର ପାଇ ସୁବଳୟା ଥାନା ପୋଲିସ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପିଇଓଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ପିଇଓ ମେଣ୍ଡିଲିଙ୍କୁ ପଚାରିବାରୁ ମଦ୍ୟପାନ ଅଭିଯୋଗକୁ ଖଣ୍ଡନ କରିବା ସହିତ ତାଙ୍କୁ ଆକ୍ରମଣ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri