Posted inଖେଳ

ପିଙ୍କ୍‌ ବଲ୍‌ ଓ୍ବାର୍ମଅପ୍‌ ମ୍ୟାଚ: ଅଷ୍ଟ୍ରେଲିଆ ଏ’ ଦଳରେ ଗ୍ରୀନ୍‌, ସ୍ବେପସନ

ସିଡ୍‌ନୀ, ୧୦ା୧୨ (ପି.ଟି.)-ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ଭ୍ରମଣକାରୀ ଭାରତୀୟ ଦଳ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁଥିବା ଦିବାରାତ୍ର ଅଭ୍ୟାସ ମ୍ୟାଚ୍‌ ପାଇଁ ବୁଧବାର ୧୨ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ବର୍ତ୍ତମାନ ଫର୍ମରେ ଥିବା ଅଲରାଉଣ୍ଡର କାମେରନ ଗ୍ରୀନ୍‌ ଓ ଲେଗ୍‌ ସ୍ପିନର ମିଚେଲ ସ୍ବେପସନଙ୍କୁ ଏଥିରେ ସାମିଲ କରାଯାଇଛି। ଭାରତ ଏ’ ବିପକ୍ଷରେ ଅଷ୍ଟ୍ରେଲିଆ ଏ’ର ପ୍ରଥମ ଅଭ୍ୟାସ ମ୍ୟାଚରେ ୨୧ବର୍ଷୀୟ ଗ୍ରୀନ୍‌ ୧୨୫ରନ କରି ଅପରାଜିତ ରହିଥିଲେ। ସମ୍ପୂର୍ଣ୍ଣ ଭାରତୀୟ ଦଳ ବିପକ୍ଷ ପିଙ୍କ୍‌ବଲ୍‌ ଗେମ୍‌ରେ ପ୍ରଭାବୀ ପ୍ରଦର୍ଶନ ସହ ଆଗକୁ ଖେଳାଯିବାକୁଥିବା ପ୍ରଥମ ଟେଷ୍ଟ ଲାଗି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ସ୍ବେପସନ ଭାରତ ବିପକ୍ଷ ସମସ୍ତ ତିନୋଟି ଅନ୍ତର୍ଜାତୀୟ ଟି୨୦ ଖେଳିବା ସହ ୫ ଉଇକେଟ ଅକ୍ତିଆର କରିଛନ୍ତି। ତନ୍ମଧ୍ୟରେ ଫାଇନାଲ ଗେମ୍‌ରେ ତାଙ୍କ ୩ଉଇକେଟ ସଫଳତା ରହିଛି। ଏଥିପାଇଁ ସେ ମଙ୍ଗଳବାର ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଅନ୍ତର୍ଜାତୀୟ ଦିନିକିଆ ଉପଅଧିନାୟକ ଆଲେକ୍ସ କାରେଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଏ’ ଦଳରେ ଟେଷ୍ଟ ଦଳର ସଦସ୍ୟ ଜୋ ବନର୍‌ସ ଓ ସିନ୍‌ ଆବଟଙ୍କ ବ୍ୟତୀତ ଅଲରାଉଣ୍ଡର ମୋଇସେସ୍‌ ହେନରିକ୍ସ ଏବଂ ପେସ୍‌ ବୋଲର ମାର୍କ ଷ୍ଟିକେଟି, ହ୍ୟାରି କନଓ୍ବେ ଏବଂ ଓ୍ବିଲ ସଦରଲାଣ୍ଡଙ୍କୁ ନିଆଯାଇଛି। ଚଳିତ ଗ୍ରୀଷ୍ମଋତୁରେ ରେଡ୍‌ବଲ୍‌ କ୍ରିକେଟରେ ବନର୍‌ସଙ୍କ ଫର୍ମ ଫେରିପାଇବା ଲାଗି ସଂଘର୍ଷ ଚଳାଇଥିଲେ। ତାଙ୍କର ଆଭରେଜ ମାତ୍ର ୮.୭୧ ରହିଥିଲା। ଚୟନକର୍ତ୍ତାମାନଙ୍କ ଦୃଷ୍ଟିଆକର୍ଷଣ କରିବା ଲାଗି ବୋଧହୁଏ ଏହା ତାଙ୍କ ପାଇଁ ଶେଷ ସୁଯୋଗ। ପ୍ରଥମ ଓ୍ବାର୍ମଅପ୍‌ ଗେମ୍‌ରେ ବନର୍‌ସ ୪ ଓ ‘୦’ ସ୍କୋର କରିଥିଲେ। ଶୁକ୍ରବାର ଟେଷ୍ଟ ଆଶାୟୀ ଓ୍ବିଲ ପୁକୋଭସ୍କିଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ବନର୍‌ସଙ୍କୁ ଦ୍ୱିତୀୟ ଓ୍ବାର୍ମଅପ୍‌ ପାଇଁ ଦଳରେ ସାମିଲ କରାଯାଇଛି। ସମ୍ଭବତଃ ସେ ମାର୍କସ ହାରିସ୍‌ଙ୍କ ସହ ଇନିଂସ ଓପନ କରିବେ। ମଙ୍ଗଳବାର ପ୍ରଥମ ଓ୍ବାର୍ମଅପ୍‌ ଗେମ୍‌ ଡ୍ର ଭାବେ ଶେଷ ହୋଇଥିଲା। ଆଡିଲେଡ୍‌ଠାରେ ଡିସେମ୍ବର ୧୭ରୁ ପ୍ରଥମ ଦିବାରାତ୍ର ଟେଷ୍ଟ ଆରମ୍ଭ ହେବ।
ଅଷ୍ଟ୍ରେଲିଆ ଏ’ ଦଳ: ଜୋ ବନର୍‌ସ, ମାର୍କସ ହାରିସ, ମୋଇସେସ୍‌ ହେନରିକ୍ସ, କାମେରନ ଗ୍ରୀନ୍‌ ନିକ୍‌ ମାଡିନ୍‌ସନ, ଆଲେକ୍ସ କାରେ (ଅଧିନାୟକ, ଉଇକେଟକିପର), ବେନ୍‌ ମ୍ୟାକ୍‌ଡରମଟ, ସିନ୍‌ ଆବଟ, ଓ୍ବିଲ ସଦରଲାଣ୍ଡ, ହ୍ୟାରି କନଓ୍ବେ, ମିଚେଲ ସ୍ବେପ୍‌ସନ ଓ ମାର୍କ ଷ୍ଟିକେଟି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri