Posted inଜାତୀୟ

କିଏ ସେହି ମହିଳା ପାଇଲଟ ? ଯିଏ ଚଲାଉଥିଲେ ଅଜିତଙ୍କ ବିମାନ

ପୁଣେ,୨୮।୧: ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶମ୍ଭାବୀ ପାଠକ ମଧ୍ୟ ରହିଛନ୍ତି।

ସକାଳ ପ୍ରାୟ ୮:୧୦ ସମୟରେ ମୁମ୍ବାଇରୁ ବାରାମତୀ ଅଭିମୁଖେ ଯାଉଥିବା ବେଳେ ବିମାନଟି ଅବତରଣର ମାତ୍ର କିଛି ମିନିଟ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାରାମତୀ ବିମାନବନ୍ଦରଠାରୁ ପ୍ରାୟ ୨୦ କିଲୋମିଟର ଦୂର ଏକ ପାର୍ବତ୍ୟ ଅଞ୍ଚଳରେ ବିମାନଟି ଖସିପଡ଼ିଥିଲା। ଆସନ୍ତା ମାସରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନ ପାଇଁ ୪ଟି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ ଅଜିତ ବାରାମତୀ ଯାଉଥିଲେ।

ଏହି ଦୁର୍ଘଟଣାରେ ଅଜିତ ପାୱାରଙ୍କ ସହ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ମୁଖ୍ୟ ପାଇଲଟ୍ ସୁମିତ କାପୁର, କୋ-ପାଇଲଟ୍ ଶମ୍ଭାବୀ ପାଠକ ଏବଂ ଜଣେ ବିମାନ ପରିଚାରିକାଙ୍କ ମୃତ୍ୟୁ ଘଟିଛି।

କିଏ ଏହି ଶମ୍ଭାବୀ ପାଠକ?
ଦିଲ୍ଲୀର ଭିଏସଆର ଭେଞ୍ଚର୍ସରେ କାର୍ଯ୍ୟରତ ଶମ୍ଭାବୀ ଜଣେ ଦକ୍ଷ ପାଇଲଟ୍ ଥିଲେ। ସେ ଏୟାରଫୋର୍ସ ବାଲ ଭାରତୀ ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ନ୍ୟୁଜିଲ୍ୟାଣ୍ଡରୁ କମର୍ସିଆଲ୍ ପାଇଲଟ୍ ଟ୍ରେନିଂ ନେଇଥିଲେ। ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସେ ଏରୋନଟିକ୍ସରେ ବିଏସସି ଡିଗ୍ରୀ ହାସଲ କରିଥିଲେ। ପରେ ମଧ୍ୟପ୍ରଦେଶ ଫ୍ଲାଇଙ୍ଗ୍ କ୍ଲବରେ ଆସିଷ୍ଟାଣ୍ଟ ଇନଷ୍ଟ୍ରକ୍ଟର ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ସେ DGCA ରୁ Frozen ATPL ଏବଂ ସ୍ପାଇସଜେଟ୍‌ରୁ ଏଭିଏସନ୍ ସିକ୍ୟୁରିଟି (AVSEC) ସାର୍ଟିଫିକେଟ୍ ପ୍ରାପ୍ତ କରିଥିଲେ।

ଏହି ଦୁଃଖଦ ଘଟଣା ପରେ ସମଗ୍ର ମହାରାଷ୍ଟ୍ର ସମେତ ଦେଶର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?