Categories: ଜାତୀୟ

ହାଇକୋର୍ଟ ଗଲେ ପାଇଲଟ

ଜୟପୁର,୧୬।୭: ରାଜସ୍ଥାନ ରାଜନୀତିରେ ସଙ୍କଟ ଲାଗି ରହିଛି। ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବ ପରେ ଏବେ ସେଠାରେ ରାଜନୀତି ଭିନ୍ନ ମୋଡ ନେଇଛି। ତେବେ ସଚିନଙ୍କ ସମେତ ୧୮ ବିଧାୟକ ଏବେ ହାଇକୋର୍ଟ ଯାଇଥିବା ଜଣାପଡିଛି। ବାଚସ୍ପତିଙ୍କ ନୋଟିସକୁ ବିରୋଧ କରି ବିଧାୟକମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଶୁଣିବାକୁ ମିଳିଛି। ଗୁରୁବାର ଅପରାହ୍ନ ୩ଟାରେ ଏହାର ଶୁଣାଣି ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ଘଟି ଶେଷରେ ଉପମୁଖ୍ୟନ୍ତ୍ରୀ ପଦ ହରାଇଛନ୍ତି ସଚିନ। ହେଲେ ଏବେବି ତାଙ୍କୁ ବୁଝାସୁଝା କରି ପୁଣିଥରେ ପାର୍ଟିକୁ ଫେରାଇ ଆଣିବାକୁ ଚାହୁଁଛନ୍ତି କେତେଜଣ ବରିଷ୍ଠ ରାଜନେତାଙ୍କ ସମେତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ।

Share