Posted inଜାତୀୟ

ନିର୍ବାଚନ ପୂର୍ବରୁ ନୂଆ ଦଳ ଗଢ଼ିପାରନ୍ତି ପାଇଲଟ୍‌

ଜୟପୁର, ୭ା୬: ରାଜସ୍ଥାନ କଂଗ୍ରେସରେ ଏକତା ରକ୍ଷା ପାଇଁ ଦଳୀୟ ନେତୃତ୍ୱ ଉଦ୍ୟମ ଚଳାଇଥିବାବେଳେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ସଚିନ ପାଇଲଟ୍‌ ବାରମ୍ବାର ଏହାକୁ ଚ୍ୟାଲେଞ୍ଜ କରିଆସୁଛନ୍ତି। ନିର୍ବାଚନ ପୂର୍ବରୁ ସେ ନିଜର ଦଳ ଗଢ଼ି କଂଗ୍ରେସକୁ ବଡ଼ ଝଟକା ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର୍‌ ଧରିଛି। ସଚିନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧବାର୍ଷିକୀ ଜୁନ୍‌ ୧୧ରେ ସେ ବଡ଼ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ତେବେ ସେ ନିଜ ଦାବି ପୂରଣ ପାଇଁ କଂଗ୍ରେସ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବେ ବୋଲି ତାଙ୍କ ଘନିଷ୍ଠ ସୂତ୍ରରୁ ଜଣାପଡ଼ିଛି। ଜୁନ୍‌ ୧୧ରେ କୌଣସି ବଡ଼ ରାଲି କରିବା ଯୋଜନା ନାହିଁ ବୋଲି ତାଙ୍କ ପାଖ ଲୋକମାନେ କହିଛନ୍ତି।
ବସୁନ୍ଧରା ରାଜେଙ୍କ ନେତୃତ୍ୱାଧୀନ ଭାଜପା ସରକାର ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଇଲଟ୍‌ ତାଙ୍କ ନିଜ ସରକାରଙ୍କୁ ଆହ୍ବାନ ଦେଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କର ଭାଜପା ସହ ବୁଝାମଣା ଥିବାରୁ ସେ ବସୁନ୍ଧରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ପାଇଲଟ ଅଭିଯୋଗ କରିଛନ୍ତି, ଯାହାକୁ ଭାଜପା ଖଣ୍ଡନ କରିଛି। ତେବେ ନିଷ୍ପତ୍ତି ଦଳର କେନ୍ଦ୍ରୀୟ ନେତୃତ୍ୱ ନେବାକୁ ଥିବାରୁ ପାଇଲଟ୍‌ ସେଥିପାଇଁ କିଛିଦିନ ଅପେକ୍ଷା କରିବେ ବୋଲି ତାଙ୍କ ନିକଟ ମହଲରୁ କୁହାଯାଇଛି। ଗତ ମାସରେ ଉଭୟ ନେତା ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ରାହୁଲ ଗାନ୍ଧୀଙ୍କ ସହ ଦୀର୍ଘ ୪ ଘଣ୍ଟା ଆଲୋଚନା କରିଥିଲେ ମଧ୍ୟ ସମାଧାନର ସୂତ୍ର ବାହାରିପାରି ନ ଥିଲା। ଦଳ ଏକାଠି ନିର୍ବାଚନ ଲଢ଼ିବ ବୋଲି ହାଇକମାଣ୍ଡ କହିଥିଲେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ଦୂର ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ…

ଗାଁରେ ବଢିଲା ଉତ୍ତେଜନା: ୭ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ

ବଲାଙ୍ଗୀର, ୨୩।୭(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଗାଁର ୭…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri